ବାଲିଗୁଡା:ବିଦ୍ୟାଳୟ ପାଚେରୀ ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ :ଦୁଇ ଜଣ ଗୁରୁତର ମେଡିକାଲରେ ଚିକିତ୍ସାଧୀନ
ବାଲିଗୁଡା,(ଉଲାପ୍ର): ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି। ଏହା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଛାତ୍ରୀଜଣଙ୍କ ହେଲେ ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲକାଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରିଷିକା ପ୍ରଧାନ(୧୧)। ସେହିପରି ଗୁରୁତର ହୋଇଥିବା ଦୁଇ ଜଣ ଛାତ୍ର ହେଲେ ଭୀମସେନ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ଜମ୍ବୁ ପ୍ରଧାନଙ୍କ […]