କନ୍ଧମାଳରେ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବ୍ୟାଡ଼ମିଣ୍ଟନ ପିଚ୍‌ର ଉନ୍ନତିକରଣ କରାଯିବ:ଜିଲାପାଳ

କନ୍ଧମାଳ,(ଉଲାପ୍ର):ସଟଲର୍ସ୍ ଫୁଲବାଣୀ ଆନୂକୂଲ୍ୟରେ ରବିବାର ଠାରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଆରମ୍ଭ ହୋଇଥିବା ଜିଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଡ଼ବଲ୍ସରେ ମୋଟ ୪୮ଜଣ ଭାଗନେଇଥିବା ବେଳେ ସିଙ୍ଗିଲ୍ସରେ ୮ ଜଣ ଭାଗନେଇଥିଲେ।ଟୁର୍ଣ୍ଣାମେଣ୍ଟର ସିଙ୍ଗିଲ୍ ପ୍ରତିଯୋଗିତାର ଫୁଲବାଣୀର ଆଲୋକ କୁମାର ମୁଖୀ ଚମ୍ପିଆନ୍ ହୋଇଥିବା ବେଳେ ବାଲିଗୁଡ଼ା ଅଞ୍ଚଳର ସୌମ୍ୟ ରଞ୍ଜନ ମଲିକ ରନର୍ସଅପ୍‌ ହୋଇଥିଲେ। ସେହିଭଳି ଡ଼ବଲ୍ସରେ ସବ୍ୟସାଚୀ ଦଲାଲ ଓ ଆଶିଷ୍ କୁମାର ସେଠୀ ଚମ୍ପିଆନ୍ ହୋଇଥିବା ବେଳେ […]

ଆର.ଜେ.ଏଜୁକେଶନାଲ ଇନଷ୍ଟିଚ୍ୟୁଟରେ ସରସ୍ବତୀ ପୂଜା ପାଳିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ତୁମୁଡ଼ିବନ୍ଧ ଠାରେ ଥିବା ଆର.ଜେ. ଏଜୁକେସନାଲ ଇନଷ୍ଟିଚ୍ୟୁଟରେ ବିଦ୍ୟାଦାତ୍ରୀ ମା’ ସରସ୍ଵତୀ ଦେବୀଙ୍କ ପୂଜାର୍ଚନା ଉତ୍ସବ ଅନୁଷ୍ଠାନର ସଭାପତି ଅଭିଜିତ ମିଶ୍ରଙ୍କ ନେତୃତ୍ୱରେ କୋରନା କଟକଣା ମଧ୍ୟରେ ସମ୍ପନ୍ନ ହୋଇଯାଇଛି ଏହି ପୁଜାଚ୍ଚନାରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା: ଜଣେ ମୃତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସୁବ୍ରତ କୁମାର ଦାସ । ସୂଚନା ଯେ, ସୁବ୍ରତ ଓ କୋଦଳା ଅଞ୍ଚଳର ସୁନୀଲ କୁମାର ଗୌଡ଼ ଦୁହେଁ ମିଶି ଏକ ବାଇକ ନଂ. OD-07W-1900 ଯୋଗେ ଟିକାବାଲି ନିଜ ମାଉସୀ ଘରକୁ ଆସି […]

ଝିରିପାଣି ଗ୍ରାମରେ ମାଓ ପୋଷ୍ଟର :ପୋଲିସ ଇନଫର୍ମର ମାନେ ଶୀଘ୍ର ଆତ୍ମସମର୍ପଣ କରନ୍ତୁ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଗ୍ରାମରେ ବାଂଶଧାରା- ନାଗାବଳୀ- ଘୁମୁସର ମାଓ ଡିଭିଜନ ପକ୍ଷରୁ ଏକ ହାତ ଲେଖା ପୋଷ୍ଟର ମାରି ପୁଲିସ ଇନଫର୍ମର ମାନଙ୍କୁ ଚେତାବନୀ ଦେଇଛନ୍ତି l ଏଥିରେ କୁଆଡେ ଗଣ୍ଡ ସମାଜ ର ପିଲା ମାନଙ୍କୁ ପୋଲିସ ଇନଫର୍ମର ନ ହେବା ପାଇଁ ଚେତାବନୀ ଦିଆଯାଇଛି । ଯେଉଁମାନେ ପୋଲିସ ଇନଫର୍ମର ବନୁଛନ୍ତି ସେମାନଙ୍କ ତାଲିକା ପୋଷ୍ଟରରେ ମରାଯାଇଛି । ଏହି କାମରୁ […]

ରାଉରକେଲା ରେ ବିଶ୍ୱର ବୃହତ ହକି ଷ୍ଟାଡିଅମ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଶିଳାନ୍ୟାସ

ସୁନ୍ଦରଗଡ(ଉଲାପ୍ର) ସୁନ୍ଦରଗଡ ଜିଲା ରାଉରକେଲା ଠାରେ ବିଶ୍ୱର ବୃହତ ହକି ଷ୍ଟାଡିଅମ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୨୦୨୩ ହକି ବିଶ୍ୱକପ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହାକୁ ଶିଳାନ୍ୟାସ କରିବା ସହିତ ସୁନ୍ଦରଗଡ ଜିଲାରେ ଜିଲାର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି,ଏହି ଅବସରରେ ପାନୀୟଜଳ ପାଇଁ ୧୬୧୧ କୋଟି,ଜଳସେଚନ ପାଇଁ ୩୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ୧୧୧ କୋଟି,ରାସ୍ତାଘାଟର ବିକାଶ ପାଇଁ ୧୦୬୦ କୋଟି,ଶିକ୍ଷାପାଇଁ ୩୬୬ […]

ଉଦୟ ଲାବଣ୍ୟ ର ସମସ୍ତ ପାଠକ,ପାଠିକା,ଦର୍ଶକ,ସମ୍ବାଦଦାତା,ବିଜ୍ଞାପନ ଦାତା, ଶୁଭେଛୁ,ଆଉ ଆମକୁ ସହଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଶ୍ରୀ ପଞ୍ଚମୀ,ବାଗଦେବୀ ସରସ୍ବତୀଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ

ଟୋଲ ଟେକ୍ସ ଆଦାୟ କଲେ ଆନ୍ଦୋଳନ ଚେତାବନୀ

ବରଗଡ଼(ଉଲାପ୍ର) ଆଜି ମଧ୍ୟ ରାତ୍ରରୁ ବରଗଡ଼ ନିକଟସ୍ଥ ବରାହାଗୁଡା ଟୋଲଗେଟରୁ ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଟୋଲଟେକ୍ସ ଆଦାୟ କରାଗଲେ ଆନ୍ଦୋଳନ କରାଯିବ ବୋଲି ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୃଜର୍ସ ଫୋରମ୍ ଚେତାବନୀ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆଜି ମଧ୍ୟ ରାତ୍ରରୁ ଦେଶର ସମସ୍ତ ଟୋଲ ପ୍ଲାଜା ( ଟୋଲଗେଟ) ରେ ଜାତୀୟ ରାଜପଥ ପ୍ରାଧିକରଣ ସ°ସ୍ଥା ନିଷ୍ପତ୍ତି ଗ୍ରହଣ କରିଛି। ତେବେ ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୁଜର୍ସ ଫୋରମ୍ ଜାତୀୟ ରାଜପଥ ପ୍ରାଧିକରଣ ଏଭଳି […]

ଉତ୍ତର-ପୂର୍ବ ଭାରତର ବିକାଶ ନେଇ ବୈଦେଶିକ ମନ୍ତ୍ରୀ ଓ ଜାପାନ ରାଷ୍ଟ୍ରଦୂତଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା

ଭୁବନେଶ୍ବର, ୧୫।୦୨- କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜୁକି ଗତକାଲି ଆସାମ ଗସ୍ତରେ ଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସେମାନଙ୍କ ସହ ଉତ୍ତର-ପୂର୍ବ ଭାରତର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଭାରତରେ ହୋଇଥିବା ବିଭନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ଆଗକୁ ଅନ୍ୟ ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଏବଂ […]

ଅଦ୍ୟ ଫେବୃଆରୀ ୧୬ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ପଞ୍ଚମୀ ଶେଷରାତ୍ରି ଘ୦୫/୫୮ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର- ରେବତୀ ରାତ୍ରି ଘ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର -ମୀନ ରାତ୍ରି ଘ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗା- ଶୁଭକରଣ-ବବସୌରମାସ-କୁମ୍ଭ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୯/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଶେଷରାତ୍ରି ଘ ୦୫/୫୮ ଗତେ ପଶ୍ଚିମେଧନୁ ରାଶି ର ଘାତଚନ୍ଦ୍ରମକର ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ✧═════•❁❀❁•════*କାଳବେଳା- ଦିବା ଘ୦୧/୨୬ ଗତେ ଘ ୦୨/୫୧ […]