ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛରୁ ପଡି ଗଛ କଟାଳି ଗୁରୁତର : କ୍ଷତି ପୂରଣ ପାଇଁ ଦାବୀ
ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବେଆଇନ ଭାବେ ଗଛ କାଟୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ପଡି ମନୋଜ ଡିଗାଲ ନାମକ ଜଣେ ଗଛ କଟାଳି ଗୁରୁତର ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ,ବାଲିଗୁଡା-ବୁଡ଼ାଗୁଡା ରାସ୍ତା ପାର୍ଶ୍ୱରେ ସରକାରୀ ଜମି ଉପରେ ଥିବା ଏକ ଗଛକୁ ନୁଆସାହିରେ ରହୁଥିବା ଶିକ୍ଷକ ନନ୍ଦ କିଶୋର ପଣ୍ଡା ଜଣେ ଗଛ କଟାଳି ମନୋଜ ଡିଗାଲଙ୍କୁ ଡାକି ଗଛ କଟାଉଥିଲେ […]