ଆଠଗଡରେ ସ୍ଥାନୀୟ ନିଯୁକ୍ତି ଓ ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଦାବିନେଇ ଧାରଣା
ଆଠଗଡ(ଉଲାପ୍ର)ରାଷ୍ଟ୍ରୀୟ ଜୟ ହିନ୍ଦ ପାର୍ଟି ତରଫରୁ ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି ଜୟ ହିନ୍ଦ ପାର୍ଟିର ରାଜ୍ୟ ସଭାପତି ଇଂଜିନିଅର ଦେବୀପ୍ରସାଦ ମହାପାତ୍ର,ଆଠଗଡରେ ଗଢି ଉଠିଥିବା କମ୍ପାନୀ ମାନଙ୍କରେ ସ୍ଥାନିୟ ଯୁବକ ମାନଙ୍କୁ ନିଯୁକ୍ତି ଓ ଆଠଗଡ ରେ ବିଭିନ୍ନ କମ୍ପାନୀ ମାନଙ୍କ ମୁଖ୍ୟ କାର୍ଯ୍ୟାଳୟ ଖୋଲିବାକୁ ଦାବିକରି ଗତ ଏକ ସପ୍ତାହ ତଳେ ଇଂଜିନିଅର ଦେବୀପ୍ରସାଦ ମହାପାତ୍ର ଆଠଗଡ ଉପଜିଲାପାଳ ଙ୍କୁ ଏକ ଦାବିପତ୍ର […]