ଡେଙ୍ଗନାଡିହିରେ କୃଷକ ଉତ୍ସବ ଅନୁଷ୍ଠିତ
ବରଗଡ଼(ଉଲାପ୍ର)୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ପାଇବା ପରେ ଆଜି ଡେଙ୍ଗନାଡିହି ଗ୍ରାମରେ ଜୟ କିଷାନ କୃଷକ ସଙ୍ଗଠନ ତରଫରୁ ଏକ ” କୃଷକ ଉତ୍ସବ ” ପାଳନ କରାଯାଇଥିଲା । ଏହି କୃଷକ ଉତ୍ସବରେ ଭେଙ୍ଗରାଜପୁର,ମାଝୀପାଲି,ରସମୁଣ୍ତା,ପିପଲପାଲି,ଛତ୍ତରବେହେରା,ନାଗଡିହୀ,ବନମାଲ,ଡେଙ୍ଗନାଡିହି,ମଲଦା ଆଦି ଗ୍ରାମ ମାନଙ୍କରୁ ଶତାଧିକ କୃଷକ ସାମିଲ ହୋଇଥିଲେ । ୨୦୧୯ ମସିହାରେ ବାଦିକଟା,ଲଖମରା,ଭେଙ୍ଗରାଜପୁର ଏହି ୩ଟି ଗ୍ରାମ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ମିସମେଜ ଦର୍ଶାଇ […]