ଇତିହାସ ସୃଷ୍ଟି କଲା ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ।
ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ
ଚିକିତ୍ସକ ମାନଙ୍କୁ କଲା ସମ୍ବର୍ଦ୍ଧିତ।
ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସଂଘକୁ ମିଳିଲା ଦୃଢ଼ ପ୍ରତିଶୃତି
। ଭୁବନେଶ୍ୱର ( ଉଲ୍ଲାପ୍ର )ଓଡ଼ିଶାର ଶୈବ ଓ ଶାକ୍ତ ପୂଜଳ ମାନଙ୍କର ସୁରକ୍ଷା ତଥା ସେମାନଙ୍କର ଶିକ୍ଷା, ସଂସ୍କାର,ଏବଂ ହିନ୍ଦୁସନାତନ ଧର୍ମର ସୁରକ୍ଷା ସହିତ ଗୋ ସୁରକ୍ଷା ଓ ସମାଜ ସେବା ପାଇଁ କାର୍ଯ୍ୟ କରୁଥିବା ଓଡିଶାର ଅଗ୍ରଣୀ ସାମାଜିକ ତଥା ଆଧ୍ୟାତ୍ମିକ ସଂଗଠନ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ଆଜି ସୃଷ୍ଟି କରିଛି ଇତିହାସ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସହଯୋଗ ପାଇଁ ଭୁବନେଶ୍ବର ର ହାଇଟେକ ମେଡ଼ିକାଲ ଆଣ୍ଡ କଲେଜର […]