ଭର୍ଚୁଆଲ ବ୍ୟଙ୍ଗ ବର୍ଷା; ତୃତୀୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀ
ଭୁବନେଶ୍ବର/ମଣିଷକୁ ଖୁସି ନାମକ ଅମୃତ ପ୍ରଦାନରେ ହାସ୍ୟବ୍ୟଙ୍ଗ ସାହିତ୍ୟର ପ୍ରମୁଖ ଭୂମିକା ରହିଛି ବୋଲି ୩ୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀରେ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ପୈାରହିତ୍ୟରେ ଆୟୋଜିତ ଅନ୍ଲାଇନ୍ ଆସରକୁ ଉଦ୍ଘାଟନ କରି ବିଶିଷ୍ଟ ବ୍ୟଙ୍ଗକାର ପୀତବାସ ରାଉତରାୟ ଜଗନ୍ନାଥଙ୍କ ମୁହଁର ହସ ପରି ଚିରକାଳ ମଣିଷ ହାସ୍ୟଗ୍ରାହୀ ବୋଲି ବର୍ଣ୍ଣନା କରିବା ସହିତ ସାମାଜିକ ଗଣମାଧ୍ୟମରେ ଅଧିକାଂଶ ରଚନା ହାସ୍ୟବ୍ୟଙ୍ଗଯୁକ୍ତ ହେଉଥିବା […]