ଦିନକରେ ୫ ଶହ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ( ଉ ଲା ପ୍ର) ରାଜ୍ୟରେ ଆଜି ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୨ ହଜାର ୪୫୨ ପହଞ୍ଚିଲାଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମରୁ ସର୍ବାଧିକ ୧୯୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ୱରରୁ ୧୫, […]

ଚର୍ଚ୍ଚାରେ କଟକର ଗୋଲ୍ଡେନ୍‌ ମ୍ୟାନ୍‌ଙ୍କ ଗୋଲ୍ଡ ମାସ୍କ

କଟକ: ( ଉ ଲା ପ୍ର ) କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ(Golden Man) ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି […]

କରୋନାରୁ ସୁସ୍ଥ ହୋଇ ଫେରିଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ( ଉ ଲା ପ୍ର ) ମହାମାରୀ କରୋନାକୁ ହରାଇ ସୁସ୍ଥ ହୋଇଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏଭଳି ସଙ୍କଟ ସମୟରେ ବୃଦ୍ଧ ଦମ୍ପତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସିଏମ୍ଓ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୮୫ ବର୍ଷିୟ ସୁରେନ୍ଦ୍ର ପତି ଓ ତାଙ୍କ ପତ୍ନୀ ୭୮ ବର୍ଷିୟା ସାବିତ୍ରୀ ପତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।୮୫ ବର୍ଷିୟ ସୁରେନ୍ଦ୍ର ପତି ଏବେ କ୍ୟାନସର ରୋଗରେ ପୀଡ଼ିତ […]

‘ଲୋକଙ୍କୁ ନାଲି ଆଖି ଦେଖାଅନି, ବୁଝାଅ’

ଭୁବନେଶ୍ୱର: ( ଉ ଲା ପ୍ର ) କରୋନା ମହାମାରୀ ଉପରେ ଓଡ଼ିଶାବାସୀଙ୍କୁ ସଚେତନ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଟ୍ୱିଟ୍ ମାଧ୍ୟମରେ ଓଡ଼ିଆଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ ଭିଡିଓରେ କହିଛନ୍ତି।ଏଥିସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସହ ସରକାରଙ୍କ ସମସ୍ତ ନିୟମ ପାଳନ କରିବା ଜରୁରୀ ବୋଲି […]

୧୦ ଚକିଆ ଟ୍ରକ ଚଢିଯିବାରୁ ଯୁବ ଅଧ୍ୟାପକଙ୍କ ଚାଲିଗଲା ଜିବନ

ଆଠଗଡ,(ଉଲାପ୍ର)ଆଠଗଡ ସହରର ତାଳ ଖମା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଅଧ୍ୟାପକ ଙ୍କ ଚାଲିଯାଇଛି ଜୀବନ, ୧୦ ଚକିଆ ମାଲ ବୋଝେଇ ଟ୍ରକ ମୋଟର ସାଇକେଲ ଆରୋହୀଙ୍କ ଉପରେ ଚଢି ଯିବା ସହିତ ରାସ୍ତା କଡରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ବାଡେଇବାରୁ ମୋଟର ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟ ଘଟିଛି।ମୃତକ ହେଲେ ତାଳଖମା ଗ୍ରାମର ଗୈରାଙ୍ଗ ଜେନାଙ୍କ ପୁଅ ପ୍ରିୟବ୍ରତ ଜେନା। ପ୍ରିୟବ୍ରତ ଜେନା ଭୂବନେଶ୍ୱର ଟେକ୍ନୋ ଇଞ୍ଜିନିୟର ସ୍କୁଲରେ […]

ଏଥର କଡ଼ାକଡ଼ି ହେବ ଲକ୍‌ଡାଉନ; ସହର ଭିତରକୁ ପ୍ରବେଶ ମନା

ଭୁବନେଶ୍ୱର: ( ଉ ଲା ପ୍ର ) ଏଥର ଲକ୍‌ଡାଉନ୍‌ କଡାକଡି ହେବ, ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବନି। ଆବଶ୍ୟକ ନଥିଲେ ଘର ବାହାରକୁ ବାହାରନ୍ତୁନି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆଜି ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ତେବେ ଏହି ଲକ୍‌ଡାଉନ୍‌ରେ ଟ୍ୱିନ୍‌ ସିଟିରେ କଣ କଣ ପଦକ୍ଷେପ ନିଆଯିବ, […]

କୋଭିଡ୍‌ କେୟାର ସେଣ୍ଟର ଛାଡ଼ି ରାସ୍ତାରେ ବସିଲେ ୧୦୦ କରୋନା ରୋଗୀ

ଗୌହାଟି: ( ଉ ଲା ପ୍ର ) ସାରା ଦେଶରେ ମହାମାରୀ କରୋନା ଦିନକୁ ଦିନ ଏହାର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ, କଟକଣା ଲାଗୁ କରିଛନ୍ତି। ହେଲେ ଲୋକମାନେ ଏହାକୁ ଠିକ୍‌ ଭାବେ ମାନୁ ନଥିବା ନେଇ ଅନେକ ଘଟଣା ନଜର ଆସିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା। କୋଭିଡ୍‌ କେୟାର ସେଣ୍ଟରରୁ ପଳାଇ ଆସିପାଖାପାଖି ୧୦୦ ଜଣ […]

ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର: (ଉ ଲା ପ୍ର) କୋଭିଡ୍‌ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର।ଡ୍ୟୁଟିରେ ଥାଇ ଯଦି କୌଣସି ଅଙ୍ଗନବାଡ଼ି କିମ୍ବା ଆଶା କର୍ମୀଙ୍କ ମୃତ୍ୟୁ ଘଟେ, ତେବେ ସେମାନଙ୍କ ପରିବାରକୁ ଭତ୍ତା ମିଳିବ। ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭,୫୦୦ ଟଙ୍କା ଓ ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା ମିଳିବ। ସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ୱତନ୍ତ୍ର ରିଲିଫ୍ […]

କଭି ଅଲବିଦା ନା କହନା….ବିଦାୟ ଉତ୍ସବରେ ଏମିତି କହି ଭାବପ୍ରବଣ କଲେ ଲେଡି ସିଂହମ୍‌

ସୁନ୍ଦରଗଡ଼ : ( ଉ ଲା ପ୍ର ) ଏକ ଭାବପ୍ରବଣ ପରିବେଶରେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୁଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବରୁ କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ଯ୍ୟ କରିଥିବା ସାଗରିକା ୨୦୧୯ ଅଗଷ୍ଟ ମାସରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଲେଡି ସିଂହମ୍‌ ଅଫିସର ଭାବେ ପରିଚୟ ସୃଷ୍ଟି କରିପାରିଥିବା ଏହି ଯୁବ ଆଇପିଏସ୍‌ ଅଫିସର ରାଜଧାନୀବାସୀଙ୍କ ଅତି ପ୍ରିୟ ହୋଇଯାଇଥିଲେ ସେ। ସର୍ବଦା ଆକ୍ସନମୁଡ୍‌ରେ […]