କୋଭିଡ 19 ନିୟମ ଉଲଙ୍ଘନ କରିଥିବା ମେଡ଼ିସିନ ଦୋକାନୀ ମାଲିକଙ୍କ ନାମରେ ଥାନାରେ ମାମଲା ରୁଜୁ

ଆଠଗଡ(ଉଲାପ୍ର)ନାମ ନେଲେ ଆଠଗଡ ମେଡ଼ିସିନ ଦୋକାନୀ ମାଲିକ,ଯିଏକି କୋଭିଡ 19 ନିୟମ ଉଲଘଂନ କରିଥିବା ଯୋଗୁ ତାଙ୍କ ବିରୁଦ୍ଧରେ ଆଠଗଡ ଥାନାରେ ମାମଲା ରୁଜୁ ହୋଇଛି, ମାମଲା ରୁଜୁ କରିଛନ୍ତି ଆଠଗଡ ବିଜ୍ଞାପିତ ଅଂଚଳ ପରିଷଦ je, ଜଣେ ଔଷଧ ଦୋକାନୀ ହୋଇଥିବାରୁ ତାଙ୍କ ସହିତ ଆଠଗଡ ଡ଼ିଏସପି ସିଧା ସଳଖ ସଂସ୍ପର୍ଶରେ ଆସିବା ଯୋଗୁ ପ୍ରଶାସନ ତରଫରୁ ହୋମ ଆଇସୋଲେସନ ରେ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା,ସେ ଏହାକୁ ଅମାନ୍ୟ କରି ସ୍ୱାବ ଟେଷ୍ଟ […]

ଆଜିର ରାଶିଫଳ

🌹ମେଷ: କଳ-ବଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାତକୁ ଆଣି ପାରନ୍ତି । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି ।ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।ମନ ପ୍ରସନ୍ନ ରହିବ । ଅର୍ଥ ମିଳିବ । ଦୟାଳୁ ହେବେ । 🌹ବୃଷ: ପରୋପକାରକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି ।ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖୀ […]

କଟକ ସହର ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

କଟକ(ଉଲାପ୍ର)କଟକ ସହରରେ ଦ୍ରୁତ ଗତିରେ ବଢ଼ି ଚାଲିଥିବା କୋଭିଡ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଆଇପିସି ଟେଷ୍ଟ ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ନିଆଯାଉଅଛି। ଆଜିଠାରୁ ଏସ ସି ବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ମାନଙ୍କ ଠାରେ ନିର୍ଦ୍ଧିଷ୍ଟ ନିୟମ ପାଳନ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ […]

ଆଠଗଡ ସହର ଦ୍ୱିତୀୟ ସପ୍ତାହ ପାଇଁ ସଟଡାଉନ

ଆଠଗଡ(ଉଲାପ୍ର)ଆଠଗଡ ସହର ଦ୍ୱିତୀୟ ସପ୍ତାହ ପାଇଁ ସଟଡାଉନ ଓ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି, ଆଠଗଡ ସହରର ୧୮ ଗୋଟି ୱାର୍ଡ ରେ ଏହି ନିୟମ ଲାଗୁ କରିଛି ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଠଗଡ ପ୍ରଶାସନ, ଆଠଗଡ ସହର ପାଇଁ ବିପଦ ହୋଇଛନ୍ତି ସ୍ଥାନୀୟ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ, ଯାହାଙ୍କ ଘରୁ ଏକ କାଳୀନ ୮ଜଣଙ୍କର ପଜିଟିଭ ବାହାରିବା ପରେ ଆଠଗଡ ସହର ବାସୀ ଆତଙ୍କିତ ହୋଇ ପଡିଛନ୍ତି,ଆଠଗଡ ଡ଼ିଏସପି ଙ୍କ ସହିତ […]

ଶ୍ରାବଣ ସୋମବାରରେ ଭକ୍ତ ଶୂନ୍ୟ ଶୈବପୀଠ

ଆଠଗଡ(ଉଲାପ୍ର)ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ଭକ୍ତଶୂନ୍ୟ,ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଯୋଉଦିନକୁ ବର୍ଷବର୍ଷ ଧରି ଅପେକ୍ଷା କରିଥାନ୍ତି ଶୈବଭକ୍ତ, କାନ୍ଧରେ ବାହୁଙ୍ଗି, ମୁଣ୍ଡରେ ବିଭିନ୍ନ ରକମର କପଡା ସାଙ୍ଗକୁ ବୋଲବମ ରେ ଫାଟି ପଡୁଥାଏ ରାସ୍ତା ଘାଟ ଓ ଶୈବ ମନ୍ଦିର,ସେଠି ଆଜି ବିରାଜିତ କରୁଛି କରୋନା,ସତେ ଯେମିତି କରୋନା ଭୟରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଅନ୍ୟ ପଟେ ବୋଲବମ କାଉଡ଼ିଆ ମାନଙ୍କ ଉପରେ ପ୍ରଶାସନ ଲଗାଇଛି ରୋକ,କାଉଡ଼ିଆ ଭକ୍ତମାନେ ମନ୍ଦିର […]

ମାନବିକତା ଏବେବି ବଞ୍ଚିଛି

ଆଠଗଡ,(ଉଲାପ୍ର)ମାନବିକତା ଏବେବି ବଞ୍ଚିଛି,ଗତ ପାଞ୍ଚଦିନ ଧରି ଦୋରଡ଼ ଗୋପୀନାଥ ପୁର ରାସ୍ତା କଡରେ ପଡି ରହିଥିବା ଜଣେ ବ୍ୟକ୍ତିଙ୍କୁ ଗଡଜାତ ପରିକ୍ରମା ର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଓ ବିଜେପି ଯୁବନେତା ତପନ କୁମାର ଲେଙ୍କା ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ରେ ଆଠଗଡ ମେଡିକାଲ ରେ ଭର୍ତି କରିଛନ୍ତି,ଏହି ବ୍ୟକ୍ତି ଜଣକ ଅଣ ଓଡିଆ ହୋଇଥିବା ବେଳେ ସେ କିପରି ଗତ ପାଞ୍ଚଦିନ ହେବ ଏକ ଜାମୁକୋଳି ଗଛ ମୂଳେ ସୋଇ ରହିଥିଲେ ଏହାକୁ ସମସ୍ତେ […]

ଏପର୍ଯ୍ୟନ୍ତ ସାରାଦେଶରେ ବଳକା ବର୍ଷା, କିନ୍ତୁ ଉପକୂଳ ଓଡ଼ିଶାରେ ବର୍ଷା ନିଅଣ୍ଟ

ଭୁବନେଶ୍ୱର୍ : ଚଳିତ ବର୍ଷ ଦେଶରେ ସ୍ବାଭାବିକ ମୌସୁମୀ ପ୍ରବାହ ରହିଛି । ଜୁନ ୧ରେ କେରଳ ଛୁଇଁବା ପରେ ଏହା ସମୟ ପୂର୍ବରୁ ଦେଶର ସବୁ ଅଂଚଳରେ ପହଞ୍ଚିଯାଇଛି । ସ୍କାଏମେଟର ରିପୋର୍ଟ ଅନୁସାରେ ଗତ ଜୁନ ମାସ ଥିଲା ଗତ ୭ ବର୍ଷରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ଜୁନ ମାସ । ଏହି ମାସରେ ମୋଟ ବର୍ଷା ପରିମାଣ ୧୯୬.୨ ମିଲିମିଟର ରହିଛି ।ଆଇଏମଡିର ରିପୋର୍ଟ ଅନୁସାରେ ସାରା ଦେଶରେ ଥିବା ମୋଟ […]

ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତ ପରେ ଏପରି ପ୍ରତିକ୍ରିୟା ଦେଲା ଚୀନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହ ଓ ଲଦାଖ ଗସ୍ତ କରିଥିଲେ। ଏହି ଅବସରରେ ସେ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମୀକ୍ଷା କରିଥିଲେ। ଏହା ସହିତ ୧୧୦୦୦ ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା ଶିବିରରେ ପ୍ରଧାନମନ୍ତ୍ରୀ ସ୍ଥଳ ସେନା, ବାୟୁ ସେନା ଏବଂ ଆଇଟିବିପି ଯବାନମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଯବାନଙ୍କ ମନୋବଳ ବୃଦ୍ଧି କରିବା ସହିତ ପାକିସ୍ତାନ ଏବଂ […]

ଦିଲ୍ଲୀ–ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଜସ୍ଥାନର ଅଲୱରରେ ଭୂକମ୍ପର କେନ୍ଦ୍ର ରହିଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରହିଛି। ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ। ଘଟଣା ସ୍ଥଳକୁ ସେନା ବାହିନୀକୁ ପଠାଯାଇଛି ।

ବିନା ଭକ୍ତରେ ହେଲା ଅଟ୍ଟାଳି ଜଗନ୍ନାଥଙ୍କ ସୁନାବେଶ

ଆଠଗଡ,(ଉଲାପ୍ର)ଆଠଗଡ ର ଆରାଧ୍ୟ ଦେବ ଅଟ୍ଟାଳି ଜଗନ୍ନାଥ ଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି, ବିନାଭକ୍ତ ଓ ସମ୍ପୂର୍ଣ ସାମାଜିକ ଦୂରତା ରକ୍ଷାକରି ମନ୍ଦିର ମଧ୍ୟରେ ସୁନାବେଶ ଅନୁଷ୍ଠିତ ହୋଇଥିଲା,ରାଜ ପୁରୋହିତ ସୁଶାନ୍ତ ମିଶ୍ର,ବଡ଼ପଣ୍ଡା ଶରତ ପଣ୍ଡା,ସାନ ପଣ୍ଡା ସୁଶାନ୍ତ ପଣ୍ଡା ଅଟ୍ଟାଳି ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି କରିବା ପରେ ପୋଲିସ ସୁରକ୍ଷା ମଧ୍ୟରେ ଟ୍ରେଜେରୀ ରୁ ସୁନା ଗହଣା ଅଣା ଯାଇ ଜଗନ୍ନାଥଙ୍କ ସୁନାବେଶ କରାଯିବା ପରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା, ସାମାଜିକ ଦୂରତା ରକ୍ଷାକରି […]