*ଗଞ୍ଜାମ, କଟକ ଓ ଖୋର୍ଦ୍ଧାରେ ଜଣେ ଲେଖାଏଁ ମୃତ, ଗଞ୍ଜାମର ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କର କୋରୋନାରେ ମୃତ୍ୟୁ, ମଧୁମେହ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ ବୃଦ୍ଧ* *କୋରୋନାରେ କଟକ ଜିଲ୍ଲାର ଜଣେ ୬୫ ବର୍ଷୀୟ ବୃଦ୍ଧ ମୃତ, ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ, ଭୁବନେଶ୍ବରର ଜଣେ ୭୩ ବର୍ଷୀୟ ବୃଦ୍ଧଙ୍କ କୋରୋନାରେ ମୃତ୍ୟୁ, ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ରୋଗରେ ମଧ୍ୟ ସେ ପୀଡ଼ିତ ଥିଲେ*

*👉ସେବାୟତ ଓ ପୁଲିସ୍ ପରେ ସାମ୍ବାଦିକଙ୍କ ହେଲା ନମୂନା ସଂଗ୍ରହ : ରଥଯାତ୍ରା ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ କରୋନା ଟେଷ୍ଟ୍ : ଖବର ସଂଗ୍ରହ କରିଥିବା ଓ କରିବାକୁ ଥିବା ସାମ୍ବାଦିକଙ୍କ କରୋନା ଟେଷ୍ଟ୍ , ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁର୍ବେଦିକ କଲେଜରେ ଟେଷ୍ଟ୍ ବ୍ୟବସ୍ଥା*

*👉କରୋନାକୁ ନେଇ ଏମ୍ସ ପୂର୍ବତନ ନିର୍ଦ୍ଦେଶକଙ୍କ ବଡ଼ ବୟାନ । କହିଲେ, ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଲାଗୁଛି ହୋଇପାରେ ଗୋଷ୍ଠୀ ସଂକ୍ରମଣ । ସାବଧାନତା ସହ ପୂର୍ବ କଟକଣା ଲଗେଇବାର ରହିଛି ଆବଶ୍ୟକତା ।*

ନାଁକୁ ମାତ୍ର ଚାଲିଛି ବସ୍‌ ; ଘରୋଇ ବସ୍‌ ସଂଖ୍ୟା ୧୪ହଜାର, ଗଡୁଛି ୭୦୦

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକଡାଉନ ଓ ସଟଡାଉନ ଭିତରେ ରାଜ୍ୟରେ ପରିବହନ ସେବା ପ୍ରାୟ ଦୁଇ ମାସରୁ ଅଧିକ କାଳ ଅଚଳ ହୋଇପଡ଼ିଥିଲା। ଲକଡାଉନ କୋହଳ ହେବା ପରେ ବହୁ ବିଳମ୍ବରେ ବସ ସେବା ଆରମ୍ଭ ହୋଇଥିଲେ ହେଁ ଏବେ ରାଜ୍ୟରେ ନଁାକୁ ମାତ୍ର ଚାଲିଛି ବସ୍। କେଉଁଠି ଲୋକେ ଯିବାକୁ ଚାହୁଁଥିଲେ ବସ ନାହିଁ ତ ଆ ଉ କେଉଁଠି ବସ ଥିଲେ ଯାତ୍ରୀ […]

ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି ପଡିଲା ମହଙ୍ଗା: ମୁଣ୍ଡରେ ବନ୍ଧୁକ ଲଗାଇ ଉଠାଇ ନେଲାବେଳେ ଧରିଲେ ଗ୍ରାମବାସୀ, ନିସ୍ତୁକ ପିଟିଲେ

ବାଲିପାଟଣା, ୨୭|୦୬:  ପୁଣି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଗୁଣ୍ଡାଗର୍ଦି ସାମ୍ନାକୁ ଆସିଛି । ଜଣେ କିସ୍ତି ଖିଲାପକାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ଏବଂ ଗୁଣ୍ଡା ଲଗାଇ ଉଠାଇନେବାକୁ ଚେଷ୍ଟା କରିଛନ୍ତି ଫାଇନାନ୍ସ କମ୍ପାନୀ କର୍ମଚାରୀ । ତେବେ ଭୁଲରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉଠାଇନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡି ଛେଚା ଖାଇଛନ୍ତି ଫାଇନାନ୍ସ କମ୍ପାନୀ କର୍ମଚାରୀ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ଦେଉଳିଧରପୁର ଗ୍ରାମରେ ସୂଚନାନୁସାରେ, ଦେଉଳିଧରପୁରଗ୍ରାମର ଜଣେ ଯୁବକ […]

୩୩ ବର୍ଷ ଧରି ଚାଲିଥିବା ସୋ’ ବନ୍ଦ, ‘ଜୟଶ୍ରୀ’ରେ ସବୁ ଦିନ ପାଇଁ ତାଲା

କଟକ : ଦିନ ଥିଲା, ପ୍ରିମିୟର ସୋରେ ସେଠି ସିନେପ୍ରେମୀଙ୍କ ଭିଡରେ ଟ୍ରାଫିକ ଜାମ୍ ହୋଇ ଯାଉଥିଲା। ବାଲକୋନି ଉପରୁ ସିନେ ଷ୍ଟାରଙ୍କ ଝଲକ ଦେଖିବାକୁ ଲୋକେ ଭିଡ ଜମାଉଥିଲେ। ଟିକେଟ୍ ବ୍ଲାକ୍ ହେଉଥିବାରୁ ପୁଲିସ ଚଢଉ କରୁଥିଲା। ଏ ଗହଳଚହଳ ସବୁ ଦିନ ପାଇଁ ବନ୍ଦ ହୋଇଗଲା। ଓଲିଉଡର ଆଉ ଏକ ନାମକରା ସିନେମା ହଲରେ ସବୁଦିନ ପାଇଁ ତାଲା ପଡ଼ିଯାଇଛି। ପୂର୍ବରୁ ମାନ୍ଦା ବେପାରକୁ ନେଇ ମାଲିକ ଚିନ୍ତାରେ ଥିବା ବେଳେ ବର୍ତ୍ତମାନର କରୋନା […]

ଦିଲ୍ଲୀରେ ପହଞ୍ଚିଲେ ପଙ୍ଗପାଳ, ପାଇଲଟ ମାନଙ୍କୁ ସତର୍କ ରହିବା ପାଇଁ କହିଲା ଏୟାର ଟ୍ରାଫିକ କଣ୍ଟ୍ରୋଲ

ନୂଆଦିଲ୍ଲୀ: ଗୁରୁଗ୍ରାମ-ଦ୍ୱାରକା ଏକ୍ସପ୍ରେସୱେ ଅଞ୍ଚଳର ବିମାନବନ୍ଦର ନିକଟରେ ପଙ୍ଗପାଳମାନେ ଦେଖାଯିବା ପରେ ବିମାନ ଅବତରଣ ଏବଂ ବିମାନ ଉଡ଼ାଣ ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଇଲଟମାନଙ୍କୁ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଶନିବାର ନିର୍ଦ୍ଦେଶ ଦେଇଛି। ଏହା ସହ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି।ଏଟିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିମାନବନ୍ଦର ନିକଟରେ ପଙ୍ଗପାଳ ଦେଖାଯିବା ପରେ ସମସ୍ତ ବିମାନର ପାଇଲଟଙ୍କୁ ଚେତାବନୀ ଦିଆଯାଇଛି […]

କାଶୀପୁରରେ ଗର୍ଭବତୀଙ୍କୁ ୫ କିମି ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍‌ସ କର୍ମଚାରୀ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ପୁଣି ଏକ ଜନନୀ ଯନ୍ତ୍ରଣା ପଦାକୁ ଆସିଛି। ଗାଁକୁ ନିତିଦିନିଆ ସଡକ ନଥିବାରୁ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ହସ୍‌ପିଟାଲରେ ପହଞ୍ଚାଇଛନ୍ତି। ହେଲେ ପ୍ରସବ ବେଦନା ଭୀଷଣ ହେଇଯିବା ଫଳରେ ଗର୍ଭବତୀ ଉପାୟ ନପାଇ ରାସ୍ତାକଡ଼ ଏକ ଖେତରେ ଅସାବଧାନତାର ସହ ପ୍ରସବ କରିଥିଲେ ଏକ ପୁତ୍ର ସନ୍ତାନ। ଏଥିରେ ସହଯୋଗ କରିଥିଲେ ଆମ୍ବୁଲାନ୍‌ସ ଫର୍ମାସିଷ୍ଟ ସନ୍ତୋଷ ନାଲା ଓ ପରିବାର କିଛି ମହିଳା ସଦସ୍ୟା।ସୂଚନା […]