୩୦ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ, ଜୁଲାଇ ୨ ଯାଏଁ ରହିବ ବଳବତ୍ତର

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତି ଠାରୁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କର୍ଫ୍ୟୁ ସମୟରେ ଜିଲ୍ଲାରେ ଲୋକଙ୍କର ଯାତାୟତ ଉପରେ ନଜର […]

ଜୁଲାଇ ୧୫ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ଥଗିତ ରଖିଲା ଡିଜିସିଏ

ନୂଆଦିଲ୍ଲୀ: ଜୁଲାଇ ୧୫ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ଥଗିତ ରଖିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ) | କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଆଜି ଡିଜିସିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି | ତେବେ ଏହି ପ୍ରତିବନ୍ଧକ ଅନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା ସ୍ୱତନ୍ତ୍ର ଭାବରେ ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ ବୋଲି ଜଣା ପଡିଛି | ମାର୍ଚ୍ଚ ଶେଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକଡାଉନ […]

ସେବାରେ ନାହିଁ ପଟାନ୍ତର

ଆଠଗଡ(ଉଲାପ୍ର)ଆଠଗଡ ର ବଉଦା ବନଖଣ୍ଡି ଜଙ୍ଗଲ ମଧ୍ୟରେ ରହିଛି ହରି ହରା ନନ୍ଦ ଉପବନମ, ଆଉ ତା ଭିତରେ ରହିଛି ଏକ ହୋମିଓପ୍ୟାଥିକ ହସ ପିଟାଲ,ଯେଉଁ ହସ ପିଟାଲ ଗତ ୨୦୧୨ ମସିହା ଠାରୁ ରୋଗୀଙ୍କୁ ଦେଇ ଆସୁଛି ସମସ୍ତ ସୁବିଧା ସୁଯୋଗ,ଉଦୟ ଲାବଣ୍ୟ ନିକଟରେ ଏହି ଖବର ପହଂଚିବା ପରେ ଆମେ ଗ୍ରାଉଣ୍ଡ ଜିରୋ ରୁ ଖବର ଉପରେ ନଜର ରଖିଥିଲୁ, ପ୍ରକୃତରେ ବିଭିନ୍ନ ରୋଗୀ କଟକ ଜିଲ୍ଲା ତଥା ଜିଲା ବାହାରୁ ପ୍ରତେକ ଦିନ […]

କରୋନା ଦେଇଛି ଦୁଃଖ ; ୪୦ ଦିନ ହେଲା ବସ୍‌ଷ୍ଟାଣ୍ଡ୍‌ରେ ଦମ୍ପତି

ରଙ୍ଗେଇଲୁଣ୍ଡା, ୨୦/୦୬: କରୋନା କାହା ପାଇଁ କେମିତି ବିପତ୍ତି ଆଣିଛି । କିଏ ରୋଜଗାର ହରାଇ ଚାଲି ଚାଲି, ସାଇକେଲ୍‌, ବୋଟ୍‌ରେ ଭିଟାମାଟିରେ ପହଞ୍ଚିଛି ତ କିଏ ଅସହାୟ ହୋଇ ମୁଣ୍ଡ ଗୁଞ୍ଜିବା ସାଙ୍ଗକୁ ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଏଣେତେଣେ ବୁଲୁଛି । ଏମିତି ଏକ ଦମ୍ପତିଙ୍କୁ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସ୍‌ ଟର୍ମିନାଲ୍‌ ନିକଟରେ । ପ୍ରାୟ ଚାଳିଶ ଦିନ ହେଲା ଟର୍ମିନାଲ୍‌ ଛାତ ତଳେ ଆଶ୍ରୟ ନେଇଛନ୍ତି ସ୍ୱାମୀ […]

ଗାଧୋଇବା ବେଳେ ପାଣିରେ ବୁଡି ବୃଦ୍ଧା ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ ଡେଣୁଆ ଗ୍ରାମରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଡେଣୁଆ ଗ୍ରାମର ମେନକି ନାଏକ (୬୬) ଆଜି ଦିନ ୧୧ଟା ବେଳେ ଘରପାଖ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଦିନ ଗୋଟାଏ ଯାଏ ଘରକୁ ନଫେରିବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ଖୋଜାଖୋଜି ସମୟରେ ପୋଖରୀରେ ସେ ପ୍ରାଣ ହରାଇଥିବା ଜଣାପଡିଥିଲା । […]

ସିବିଏସଇ ପରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ କଲା ଆଇସିଏସଇ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଛି | ଏହା ପୂର୍ବରୁ ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ କରିଥିଲା | ଆଇସିଏସଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନେଇଥିବା ନିଷ୍ପତ୍ତି ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି । ସମଗ୍ର ଦେଶରେ କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା […]

ଭୁବନେଶ୍ୱରରେ ଘରୋଇ ହସ୍‌ପିଟାଲରେ ଯାଞ୍ଚ ହେଉଛି: ବିଏମ୍‌ସି କମିସନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ଘଟିବା ପରେ ଏଠାକାର ବିଭିନ୍ନ ଘରୋଇ ହସ୍‌ପିଟାଲରେ ଯାଞ୍ଚ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ଆଜି ଭୁବନେଶ୍ୱରରେ ୧୦ଟି ହସ୍‌ପିଟାଲ ଯାଞ୍ଚ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ୩ଟି ଟିମ୍‌ ନିୟୋଜିତ ହୋଇଥିଲେ। ସରକାରଙ୍କ କୋଭିଡ-୧୯ ଗାଇଡଲାଇନ୍‌ ଅନୁସାରେ କାମ ହେଉଛି କି ନାହିଁ, ତାହା ଅନୁଧ୍ୟାନ […]

କଂଗ୍ରେସ ଭବନ ଗଣ୍ଡଗୋଳ: ସୁର କହିଲେ ’ପୁରୁଣା ରୋଗ’; ଏଆଇସିିସିକୁ ଦାୟୀ କଲେ ବରିଷ୍ଠ ନେତା

ଭୁବନେଶ୍ବର: କଂଗ୍ରେସ ଆଉ ପିଟାପିଟି ଯେମିତି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ବ । ଏମିତି କେଉଁ ବର୍ଷ ନାହିଁ ଯେଉଁ ବର୍ଷ କଂଗ୍ରେସ ଭବନରେ ଦି’ ଚାରିଥର ଗଣ୍ଡଗୋଳ, ପିଟାପିଟି ନ ହୋଇଛି । ଅବଶ୍ୟ ଅନ୍ୟ ରାଜନୈତିକ ଦଳରେ ଯେ ମତ ପାର୍ଥକ୍ୟ ବା ପିଟାପିଟି ହେଉନାହିଁ ସେ କଥା ନୁହେଁ, ହେଲେ କଂଗ୍ରେସ ଆଉ ପିଟାପିଟି ଯେମିତି ଅଙ୍ଗାଙ୍ଗି ଭାବରେ ଜଡ଼ିତ ।କଂଗ୍ରେସରେ ପଦ ପଦବୀକୁ ନେଇ ଅନେକ ସମୟରେ ଗଣ୍ଡଗୋଳ ଘଟେ । […]

ବିହାରରେ ପ୍ରଳୟ : ଝଡ ବର୍ଷା ଓ ବଜ୍ରପାତରେ ୮୩ ଜଣଙ୍କର ମୃତ୍ୟୁ

ପାଟଣା : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ଝଡ ବର୍ଷା ଏବଂ ବଜ୍ରପାତରେ ଏପର୍ଯ୍ୟନ୍ତ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। ଗୋପାଳଗଞ୍ଜରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ମଧୁବନୀରେ, ପୂର୍ବ ଚମ୍ପାରଣ, ବେତିୟା ଏବଂ ପଶ୍ଚିମ ଚମ୍ପାରଣରେ ୨ଜଣ ଲେଖାଏଁ, ପୁର୍ଣ୍ଣିଆ ଏବଂ ବାଙ୍କାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି।ଏହା ବ୍ୟତୀତ ୧୨ଜଣ ଲୋକ ବଜ୍ରପାତରେ ଜଳି ଯାଇଥିବାର ଜଣା ପଡିଛି। ଗୋପାଳଗଞ୍ଜରେ […]

‘ରଥଯାତ୍ରାରେ ମହାପ୍ରଭୁ ଆମକୁ ୪ଟି କଥା କହିଛନ୍ତି’

ଭୁବନେଶ୍ୱର( ): ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ଛାଡ଼ି ଗଣ୍ଡିଚାକୁ ବିଜେ କରିଛନ୍ତି। ହେଲେ ମହାପ୍ରଭୁଙ୍କ ଏହି ଲୀଳା ଦେଖିବାକୁ ବଡ଼ଦାଣ୍ଡ ଯାଇପାରିଲେନି ଭକ୍ତ। ଘରେ ବସି ମହାପ୍ରଭୁଙ୍କ ଯାତ୍ରା ଦେଖି ଭାବବିହ୍ୱଳ ହେଲେ। ଆଖିକୁ ଝରି ଆସିଥିଲା ଲୁହ। କିନ୍ତୁ ଏସବୁ ଭିତରେ ଆମ ସହିତ କଥା ହେଉଥିଲେ ମହାପ୍ରଭୁ। ଭାବ, ଆବେଗ ଓ ଭକ୍ତିରେ ବୁଡ଼ି ରହିଥିବାରୁ ଆମେ ହୁଏତ ମହାପ୍ରଭୁଙ୍କ କଥା ଶୁଣିପାରିଲୁ ନାହିଁ। ତାଙ୍କର ଲୀଳା ଓ ମହାତ୍ମ୍ୟ […]