ମଣିପୁରରେ ବିଜେପି ସରକାର ଟଳମଳ

ଇମ୍ଫାଲ: ମଣିପୁରରେ ବିଜେପି ସରକାର ଟଳମଳ । ଯେ କୌଣସି ମୁହୂର୍ତ୍ତରେ ବିଜେପି ସରକାର ଏଠାରେ ଭାଙ୍ଗିପାରେ । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀଙ୍କ ଇସ୍ତଫା, ମେଣ୍ଟରେ ସାମିଲ ୬ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଣିପୁର ବୀରେନ୍ଦ୍ର ସିଂହ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି ।  ଅନ୍ୟପକ୍ଷରେ ମଣିପୁରରେ ପୁନର୍ବାର କଂଗ୍ରେସ ସରକାର ଗଠନ ହେବାର ପଥ ପ୍ରଶସ୍ତ ହୋଇଛି ।୨୦୧୭ ମସିହାରେ ହୋଇଥିବା ମଣିପୁର ବିଧାନସଭା ନିର୍ବାଚନରେ ବିଜେପିକୁ ୨୧ ଆସନ ମିଳିଥିବା ବେଳେ […]

ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇ ସମସ୍ତେ ଚୁପ୍ , ବିଜେପିରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ଯୋଗୁ ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପରେ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ତେବେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଥିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିବାବେଳେ ରାଜ୍ୟ ବିଜେପିରେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ୱିଟ୍ ଓ ପରେ ପ୍ରେସ୍ ରିଲିଜ୍ […]

ଶହଶହ ବର୍ଷର ପରମ୍ପରା ଆଠଗଡ ରଥଯାତ୍ରା ବନ୍ଦ ହେଲା

ଆଠଗଡ,(ଉଲାପ୍ର)ଆଠଗଡ ର ଅଟାଳି ଜଗନ୍ନାଥ ଚଳିତ ବର୍ଷ ଦର୍ଶନ ଦେବେନି ଭକ୍ତଙ୍କୁ, ଆଠଗଡ ରେ ପ୍ରଶାସନ ଲଗାଇଲା କୋଭିଡ କଟକଣା,ଶହଶହ ବର୍ଷର ପରମ୍ପରା ରେ କୋଭିଡ ଦେଇଚି ମାଡ଼,ସାରା ବିଶ୍ୱ ଏବେ କ ରୋନା କୁ ନେଇ ଜୁଝୁଥିବା ବେଳେ ଆଠଗଡ ରେ ପ୍ରଶାସନ କୋଭିଡ କଟକଣା କୁ ନେଇ ସର୍ବସମାତି କ୍ରମେ ଚଳିତ ବର୍ଷ ଆଠଗଡ ରଥଯାତ୍ରା କୁ ବନ୍ଦ କରିବାକୁ ବାଧ୍ୟ ହୋଇଛି,ସ୍ନାନପୁର୍ଣିମା ରେ ପ୍ରଶାସନ ତରଫରୁ କୋଭିଡ କଟକଣା ଲଗାଇବାରୁ ଭକ୍ତ ଯାଇପାରିଲେ […]

କଥା ଦେଇ ଥିଲେ ଆରଥରକୁ ଫେରିଲେ…

ବାଲିଗୁଡ଼ା/ରାଇରଙ୍ଗପୁର/ ଭୁବନେଶ୍ୱର(ଉଲାପ୍ର ): ଗଲଓ୍ୱାନ୍ ଉପତ୍ୟକାରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଛନ୍ତି ୨୦ ନୀର୍ଭିକ ଭାରତୀୟ ଯବାନ।  ସେମାନଙ୍କ ମଧ୍ୟରେ ୨ ଓଡ଼ିଆ ବୀରପୁଅ ବି ବୀରଗତିପ୍ରାପ୍ତ ହୋଇଛନ୍ତି । ଏହି ଦୁଃଖଦ ଖବର ଶୁଣି, ସେମାନଙ୍କ ପରିବାର ଲୁହରେ ଭାସୁଥିବା ବେଳେ, ସାରା ଦେଶ ଶୋକରେ ବୁଡ଼ିଛି । ସତେକି ଗୁମୁରି ଗୁମୁରି ନିଜ ବୀର ସନ୍ତାନଙ୍କୁ ଝୁରୁଛି, ସହିଦଙ୍କ ଜନ୍ମମାଟି ।ସ୍ୱପ୍ନ ସବୁ ଚୁରମାର ହୋଇଯିବା ପରେ, ଆଉଟି ଯାଉଛି […]

ଜ୍ୱାଇଁଙ୍କୁ କରୋନା ସନ୍ଦେହରେ ଶାଶୂ ଓ ଶାଳୀକୁ ପିଟିଲେ ଗାଁ ଲୋକେ

ନୀଳଗିରି (ଉଲାପ୍ର ): କରୋନା ପାଇଁ ମରିଗଲା ମାନବିକତା। ଶାଶୂ ଓ ଶାଳୀଙ୍କୁ ନିଷ୍ଠୁର ଭାବେ ପିଟିଲେ ଗାଁ ଲୋକେ। ଶ୍ୱଶୁର ଘର ବୁଲିବାକୁ ଆସିଥିବା ଜ୍ୱାଇଁକୁ ‘କରୋନା’ ହୋଇଥିବା ସନ୍ଦେହ କରି ଏପରି ମାଡ଼ ମାରାଯାଇଥିବା ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଚିନ୍ତାମଣିପୁର ଗାଁର ଭାଗୀରଥି ବେହେରାଙ୍କ ମଝିଆ ଝିଅ ନୀଳଗିରି ଅଞ୍ଚଳରେ ବାହା ହୋଇଛନ୍ତି। […]

ନଦୀକୁ ଡେଇଁ ପଡ଼ିଲେ ଯୁବତୀ!

ବାଙ୍କୀ ( ଉଲାପ୍ର): ପ୍ରବଳ ବର୍ଷା ହେଉଥିଲା। ଆଉ ସେହି ବର୍ଷାରେ ଭିଜି ଭିଜି ମୋବାଇଲ୍‌ରେ କଥା ହେଉ ହେଉ ମହାନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ମୋବାଇଲ୍‌ରେ ଗପୁଥିଲା ବେଳେ ସେ ଡିପ୍ରେସନ୍‌ରେ ଥିଲା ପରି ଲାଗୁଥିଲା ବୋଲି ଆଲୋଚନା ହେଉଛି।ଆଜି ମଧ୍ୟାହ୍ନରେ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ସେହି ବର୍ଷାରେ ଭିଜି ଜଣେ ଯୁବତୀ ମୋବାଇଲ୍‌ ଗପି ଗପି ଦୋକାନରେ ପହଞ୍ଚିଲେ। ସେଠାରୁ ଗୋଟିଏ କୋଲ୍‌ଡ ଡ୍ରିଙ୍ଗସ୍‌ କିଣିଲେ। […]

ଓଡ଼ିଶା ଫେରିଲେଣି ୫.୫୩ ଲକ୍ଷ ପ୍ରବାସୀ, କରୋନା ପରୀକ୍ଷା ମାତ୍ର ୨.୦୫ ଲକ୍ଷ

ଭୁବନେଶ୍ୱର(ଉଲାପ୍ର ): ଆଜିସୁଦ୍ଧା ଅନ୍ୟ ରାଜ୍ୟରୁ ମୋଟ ୫ଲକ୍ଷ ୫୩ହଜାର ୯୪୫ଜଣ ପ୍ରବାସୀ ଫେରିଛନ୍ତି। ସେମାନେ ସମସ୍ତେ କ୍ୱାରେଣ୍ଟାଇନରେ ରହୁଥିଲେ ମଧ୍ୟ ସେମାନଙ୍କର କୋଭିଡ-୧୯ ପରୀକ୍ଷା କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ୨ଲକ୍ଷ ୫ହଜାର ୫୦୧ଟି ନମୂନା ପରୀକ୍ଷା ହୋଇଥିବାବେଳେ ମୋଟ ୪୧୬୩ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।ରାଜ୍ୟ ସରକାରଙ୍କଠୁ ମିଳିଥିବା ସୂଚନା ଅନୁସାରେ, ମେ’ ୩ତାରିଖରୁ ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କ ଆସିବା ଆରମ୍ଭ ହୋଇଥିଲା। ମେ’ ୨ତାରିଖ ସୁଦ୍ଧା […]

ଅସହାୟ ସମୟର ବନ୍ଧୁ ପ୍ରକୃତ ବନ୍ଧୁ

ଆଠଗଡ(ଉଲାପ୍ର)ଅସହାୟ ସମୟର ବନ୍ଧୁ ପ୍ରକୃତ ବନ୍ଧୁ,ଯାହା ଆଜି କରି ଦେଖାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ରାଷ୍ଟ୍ରୀୟ ସମ୍ପାଦକ ମାତୃ ପ୍ରସାଦ ମିଶ୍ର, କୋଭିଡ 19 ବା କରୋନା ସମୟରେ ସାରା ବିଶ୍ୱ ଜୁଝୁଥିବା ବେଳେ ଆଠଗଡରେ ବ୍ରାହ୍ମଣ ଏବଂ ମନ୍ଦିର ସେବକ ମାନେ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି, ପୁରୀ ଶଙ୍କରାଚାର୍ଯ୍ୟ ତରଫରୁ ପୀଠର ରାଷ୍ଟ୍ରୀୟ ସମ୍ପାଦକ ମାତୃ ପ୍ରସାଦ ମିଶ୍ର ତାଙ୍କ ସହଯୋଗୀ ସଦସ୍ୟ ମାନେ ତଥା ଆଦିତ୍ୟ ଯୁବ ବାହିନୀ ର କର୍ମକର୍ତା ମାନେ […]

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨ ମହିଳା ଡାକ୍ତରଙ୍କୁ କରୋନା

ଭବାନୀପାଟଣା : କଳାହାଣ୍ଡି ଜିଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ମହିଳା ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା କଳାହାଣ୍ଡି ସିଡିଏମ୍‌ଓ ସୂଚନା ଦେଇଛନ୍ତି।ସୂଚନାଅନୁସାରେ ତେଲେଙ୍ଗାନାରୁ ଫେରିଥିବା ଜଣେ ପ୍ରବାସୀ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ୭ଦିନ  ରହିବା ପରେ ଘରେ ଆଉ ୭ଦିନ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ। ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ସମୟରେ ପ୍ରବାସୀ ଜଣକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ। […]

ଭୁଲ ରାସ୍ତାରେ ଯାଉଛି ଭାରତ, ସରକାରଙ୍କ ଅହଂକାର ଓ ଅକ୍ଷମତା ଯୋଗୁ ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବାରେ ସରକାର ବିଫଳ ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି । ଦେଶର ଅର୍ଥନୀତିକୁ ତ୍ବରାନ୍ବିତ କରିବା ପାଇଁ ଅନଲକ୍-୧ ଆରମ୍ଭ ହେବାପରେ ଦେଶରେ କରୋନା ମାମଲା ହୁ ହୁ ହୋଇ ବୃଦ୍ଧି ପାଉଛି। ଯାହା ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।ଏଥିସହିତ ପୂର୍ବତନ କଂଗ୍ରେସ ସଭାପତି ତଥା […]