ଭିଜିଲାନ୍ସ ଜାଲରେ ଫାଣ୍ଡି ବାବୁ : ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଫାଣ୍ଡି ବାବୁ । ଜମିବାଡ଼ି ମାମଲାରେ ଲାଗିଥିବା ଦଫା କୋହଳ ଲାଗି ବାବୁ ଲାଞ୍ଚ ନେଉଥିଲେ ।  କୋଡ଼ିଏ ହଜାର ଟଙ୍କା ଦାବି କରିଥିଲେ ଓ ଏହି ଟଙ୍କା ନେବାବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ।ଖୋର୍ଧା ଜିଲା ଧଳାପଥର ଫାଣ୍ଡି ବାବୁ ଅଶୋକ ପଣ୍ଡା । ଜମିବାଡ଼ି ମାମଲାକୁ ନେଇ ତାଙ୍କ ଫାଣ୍ଡିରେ ରୁଜୁ ହୋଇଥିଲା ଗୋଟିଏ ମାମଲା । କଡ଼ା ଦଫା ଲାଗିଥିଲା ।  ଆଶିଷ ପଣ୍ଡା […]

ବଜ୍ରପାତରେ ୨ ମହିଳା ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଅନ୍ତର୍ଗତ କରଡାପାଳ ଗ୍ରାମରେ ବୁଧବାର ବଜ୍ରାଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଦୁଇ ଜଣ ଧାନପେଷିବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ରାଜଧାନୀ ଭୁବନେଶ୍ଵରରୁ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରୁ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ରାଜଧାନୀରୁ ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲର କର୍ମଚାରୀ ରହିଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ୫ ଜଣ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ୪ ଜଣ ଏମ୍ସ ହସ୍ପିଟାଲର ରହିଛନ୍ତି । ଭୁବନେଶ୍ୱର ଏମ୍ସ ହସ୍ପିଟାଲର […]

କୋରାପୁଟରୁ ବିପୁଳ ମାଓ ସାମଗ୍ରୀ ଜବତ

ଜୟପୁର: କୋରାପୁଟ ଜିଲାର ବୈପାରିଗୁଡ଼ା ନିକଟସ୍ଥ କୋଲାବ ନଦୀ ପାର୍ଶ୍ବ ଜଙ୍ଗଲରୁ ପୁଲିସ ଓ ବିଏସ୍ଏଫ୍ ଯବାନ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ କରିଛନ୍ତି । ଘଟଣାସ୍ଥଳରୁ ଗୋଟିଏ  ରାଇଫଲ, ୨ଟି କ୍ଲେମର ମାଇନ, କେଡେକ୍ସ ତାର, ୮ଟି ରିଚାର୍ଜେବୁଲ ବ୍ୟାଟେରୀ, ୧ କେଜି ଗନ ପାଉଡର, ସ୍ପ୍ରିଣ୍ଚର୍ସ(ଆଇରନ ପିସେସ) ୫ କେଜି,  ମାଓ ପୁସ୍ତିକା ଏବଂ ହ୍ୟାଣ୍ଡବୁକ୍, ଗୋଟିଏ ଛୁରୀ, ଗୋଟିଏ ୱାକିଟକି, ୨ଟି ୟୁନିଫର୍ମ ବେଲ୍ଟ, ୫ଟି ବବି ଟ୍ରାପ୍ସ, ୨ଟି ବମ୍  […]

କାଠ ଫାଳିଆରେ ପିଟିଲେ ସଙ୍ଗରୋଧ ପ୍ରବାସୀ; ଖାଦ୍ୟ ଯୋଗାଉଥିବା ବ୍ୟକ୍ତିଙ୍କ ନାକ ଫାଟିଲା

କାଶୀପୁର (୯।୬): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଗ୍ରାମଠାରେ ଥିବା ସଂଗରୋଧ କେନ୍ଦ୍ର ପରିସରରେ ଜଣେ ଅନ୍ତେବାସୀ ଖାଦ୍ୟ ଯୋଗାଇବାକୁ ଯାଇଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ କାଲି ସନ୍ଧ୍ୟାରେ  କିଛି ଅନ୍ତେବାସୀ ଖାଦ୍ୟ ଯୋଗାଉଥିବା ବ୍ୟକ୍ତିଙ୍କୁ ରାତି ଭୋଜନ ଯୋଗାଇବାକୁ କହିଥିଲେ। ମାତ୍ର ସମୟ ହୋଇ ନ ଥିବାରୁ କିଛି ସମୟ ଅପେକ୍ଷା କରିବାକୁ ଖାଦ୍ୟ ଯୋଗାଣକାରୀ ସେମାନଙ୍କୁ ଅନୁରୋଧ କରିଥିଲା। ଏହାପରେ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି ଖାଦ୍ୟ ସାମଗ୍ରୀ […]

ଗାଡ଼ି କାଗଜପତ୍ର ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି

ଭୁବନେଶ୍ବର: ଗାଡ଼ି ଚାଳକଙ୍କ ପାଇଁ ଆଉ ଏକ ଆଶ୍ବସ୍ତିର ଖବର । ଗାଡ଼ି କାଗଜପତ୍ର ବୈଧ ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦେଶ ଦିଆଯାଇଛି ।  କରୋନା ସ୍ଥିତି, ଲକ୍ଡ଼ାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।  ଦେଶର ସମସ୍ତ ରାଜ୍ୟ […]

ରଜକୁ ଭିଜାଇବ ମୌସୁମୀ: ଗୁରୁବାରଠାରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡ଼ିଶାରେ ପ୍ରବେଶ ନିମନ୍ତେ କବାଟ ଠକଠକ୍ କଲାଣି ମୌସୁମୀ । ଗୁରୁବାରବେଳକୁ ମୌସୁମୀ ରାଜ୍ୟରେ ପ୍ରବେଶ କରିବ ଆଉ ରଜକୁ ଭିଜାଇବ ।  ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଓ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହି ଲଘୁଚାପ ସହ ଦକ୍ଷିଣ ପୂର୍ବ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ସୋଆ ବିଶ୍ବବିଦ୍ୟାଳୟ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । […]