ବିଷାକ୍ତ ମଦ ପିଇ ଶ୍ବଶୁରଙ୍କର ମୃତ୍ୟୁ, ସଇଁତଳା ଥାନାରେ ଅଭିଯୋଗ କଲେ ଜ୍ବାଇଁ
ସଇଁତଳା: ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ସଇଁତଳା ଥାନା ଅନ୍ତର୍ଗତ ଧରମଗଡ଼ ପଞ୍ଚାୟତର ଖଣ୍ଡାଧୁଆ ଜୋର ନିକଟରେ ଗତ କିଛି ଦିନ ହେବ ଅପମିଶ୍ରିତ ମଦ ରନ୍ଧା ଚାଲିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ଏଭଳି ସମୟରେ ଗତକାଲି ବିଳମ୍ବିତ ରାତିରେ କଳାକାର ସାଣ୍ଢ ନାମକ ଜଣେ ଲୋକ ସେଠାକୁ ମଦ ପିଇବାକୁ ଆସିଥିଲେ। […]