ରାଜ୍ୟରେ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ, ୬୪୯ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର:  ଆଜି ପୁଣି ଆସିଛି ଏକ ଖୁସି ଖବର।  ରାଜ୍ୟରେ ଏକା ସାଙ୍ଗରେ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା‌ରୁ ଡିସଚାର୍ଜ ହୋଇଛନ୍ତି |  ଏହି ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯,ନୟାଗଡ଼ରୁ ୩, ସୁନ୍ଦରଗଡ ଏବଂ ଦେବଗଡରୁ ଜଣେ ଲେଖାଏଁ ଥିବା ଜଣାପଡିଛି।  ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଥିବା ସୂଚନା ଦେଇଛି […]

ଲଦାଖ ସୀମାରେ ୫ ହଜାର ଚୀନ ସେନା, ଜବାବରେ ନିଜର ସୈନ୍ୟ ସଂଖ୍ୟା ବଢାଇଲା ଭାରତ

ନୂଆଦିଲ୍ଲୀ : ଲଦାଖରେ ଥିବା ଭାରତ ଚୀନ ସୀମାରେ ଉତ୍ତେଜନା ଜାରି ରହିଛି । ଏହି ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଚୀନ ସେନା ପ୍ରାୟ ୫ ହଜାର ଯବାନ ମୁତୟନ କରିଥିବାରୁ ଭାରତ ମଧ୍ୟ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଉଭୟ ପକ୍ଷର ବହୁ ସାମରିକ ଯାନ ସୀମା ନିକଟରେ ରହିଛି ।ସୀମା ସେପଟେ ଚୀନ ସେନା ପକ୍ଷରୁ ଏକ ବଡ଼ଧରଣର ସମରାଭ୍ୟାସ ଚାଲିଥିବାରୁ ଭାରତୀୟ ସେନା ସତର୍କ ହୋଇଯାଇଛି । […]

ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶର ଦୁଇଟି ଜିଲ୍ଲାରେ ଜୁନ ୩୦ପର୍ଯ୍ୟନ୍ତ ବଢ଼ିଲା ଲକଡାଉନର ଅବଧି

ସୋଲନ: ଦେଶରେ ଏବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲୁଥିବା ବେଳେ ଏହା ମେ ୩୧ରେ ଶେଷ ହେବ | ତେବେ, ଏହା ଆଗକୁ ଆଉ କେତେ ଦିନ ଲକଡାଉନର ଅବଧିକୁ ବଢାଯିବ ସେ ନେଇ କେନ୍ଦ୍ର ସରକାର କୌଣସି ପ୍ରକାର ନିଷ୍ପତ୍ତି ନେଇ ନଥିବା ବେଳେ ହିମାଚଳ ପ୍ରଦେଶରେ ଜୁନ ୩୦ ପର୍ଯ୍ୟନ୍ତ ଲକଡାଉନର ଅବଧିକୁ ବଢ଼ାଇ ଦିଆଯାଇଥିବା ନେଇ ସୂଚନା ମିଳିଛି | ଏ ନେଇ ପୂରା ତଥ୍ୟ ମିଳି ପାରି ନଥିଲେ ମଧ୍ୟ ରାଜ୍ୟର […]

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟକିବାରୁ ଚେନ୍ ପୁଲିଙ୍ଗ କରି ଖସିଗଲେ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ

ବ୍ରହ୍ମପୁର: ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟିକିବାରୁ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଚେନ୍ ପୁଲିଙ୍ଗ କରି ଖସିଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ତେଲେଙ୍ଗାନାର ହାଇଦ୍ରାବାଦ ନିକଟ ନାମପଲ୍ଲୀ ଠାରୁ ଖୋର୍ଦ୍ଧା ଆସୁଥିବା ଏକ ଟ୍ରେନକୁ ଆଜି ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ବାଲିବଗଡ଼ ଠାରେ ଚେନ ପୁଲିଙ୍ଗ କରି ପ୍ରବାସୀମାନେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରାୟ ୨ ଶହରୁ ଅଧିକ ପ୍ରବାସୀ ୩ଟି ଟ୍ରେନର ଚେନ ପୁଲିଙ୍ଗ […]

ଅନ୍ ଲାଇନ ମଦ ବେପାର: ସରକାର ରାଜି, ଦୋକାନୀ ଅରାଜି

କଟକ: ଅନ୍ ଲାଇନ ମଦ କାରବାର ପାଇଁ ସରକାର ଅନୁମତି ଦେଲେ । ରବିବାର ନାଁ ଦୋକାନ ଖୋଲିଲା ନା ଗରାଖ ମଦ ପାଇଲେ । ସରକାର ସିନା ଅନ୍ ଲାଇନ୍ ମଦ କାରବାର ପାଇଁ ରାଜି, ହେଲେ ଦୋକାନୀ ଅରାଜି । ଅନ୍ ଲାଇନ୍ ସହ ଦୋକାନରେ ବି ମଦ ବିକ୍ରି ଅନୁମତି ପାଇଁ ଅଡ଼ି ବସିଛନ୍ତି ବ୍ୟବସାୟୀ । ଅନ୍ ଲାଇନ ମଦବିକିଲେ ଏମଜିକ୍ୟୁ କୋଟା ପୂରଣ ହେବ ନାହିଁ ଓ ସେଥିପାଇଁ ଜୋରିମାନା […]

ଦାରିଂବାଡ଼ି ଘାଟିରେ ଅଟକିଲା ପ୍ରବାସୀଙ୍କ ବସ୍ ; ଘନ ଜଙ୍ଗଲରେ କଟିଲା ରାତି

ବଲାଙ୍ଗିର: ସରକାର ବସରେ ପ୍ରବାସୀଙ୍କୁ ଫେରିବାକୁ ବାରଣ କରିଛନ୍ତି । ହେଲେ ପେଟର ଭୋକ ଆଉ ଜନ୍ମମାଟି ଡ଼ାକ ଆଗରେ ସରକାରୀ ବାରଣକୁ ମାନୁଛି କିଏ ? ତାମିଲନାଡ଼ୁରୁ ବସଭଡ଼ା କରି ବଲାଙ୍ଗିର ଫେରୁଥିବା ୩୦ ପ୍ରବାସୀଙ୍କ ସିନା ସୁରୁଖୁରୁରେ ସେଠାରୁ ବାହାରି ଆସିଲେ ହେଲେ ବାଟରେ ଘାଟି ଉପରେ ଅଟକି ଗଲା ଗାଡ଼ି । ନାଁ ଆଗକୁ ଯାଇ ପାରୁଥିଲା ନା ପଛକୁ । ଶେଷରେ ସାରା ରାତି ଜଙ୍ଗଲ ମଧ୍ୟରେ ଘାଟି ଉପରେ ପାଖାପାଖି […]

ଅତିଥି ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ 

ଭୁବନେଶ୍ବର : ପ୍ରତ୍ୟେକ ଅତିଥି ଶ୍ରମଜୀବୀଙ୍କୁ ନିରାପଦରେ ନିଜ ରାଜ୍ୟରେ ପହଞ୍ଚାଇବା ଏବଂ କୌଣସି ପ୍ରବାସୀ ଶ୍ରମଜୀବୀଙ୍କୁ ଓଡ଼ିଶା ମାଟିରେ ଚାଲିଚାଲି ଯିବାକୁ ନଦେବା ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ସମସ୍ତଙ୍କୁ ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବ ଓ ସେମାନଙ୍କୁ ନିଜ ରାଜ୍ୟ ସୀମା ନିକଟବର୍ତ୍ତୀ ବର୍ଡର ପଏଣ୍ଟରେ ପହଞ୍ଚାଇ ଦିଆଯିବ।ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୩,୮୫୧ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର […]

ବାତ୍ୟାର ୩ ଦିନ ପରେ ବି ଭଦ୍ରକ ଜିଲ୍ଲାର ୧୫୦ରୁ ଉର୍ଦ୍ଧ୍ୱ ଗାଁ ଅନ୍ଧାରରେ

ଭଦ୍ରକ: ମହାବାତ୍ୟା ‘ଅମ୍ଫାନ’ ଯୋଗୁଁ ଜିଲ୍ଲାରେ ଭଦ୍ରକ ଜିଲ୍ଲାରେ ବିଶେଷ ଭାବେ ବିଦ୍ୟୁତ୍ ବିଭାଗର ଅଧିକ କ୍ଷତି ହୋଇଛି। ପବନ ଯୋଗୁଁ ୨ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିବା ସହ କିଛି ସ୍ଥାନରେ ଖୁଣ୍ଟି ମଧ୍ୟ ଭାଙ୍ଗି ପଡିଛି। ଅନେକ ସ୍ଥାନରେ ତାର ଛିଡି ଯାଇଛି। ଗଛ ପଡି ତାର ଛିଡି ଯିବା କାରଣରୁ ଦୁଇ ଦିନ କାଳ ଲୋକ ଅନ୍ଧାରରେ ରହିଥିଲେ। ଅବଶ୍ୟ ବାତା ଛାଡି ଯିବା ପରେ ସହରାଞ୍ଚଳରେ ବିଦ୍ୟୁତ୍ ସଂଯୋଗ […]

ଆସନ୍ତାକାଲିଠାରୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି : ଜାଣନ୍ତୁ ଏଥିପାଇଁ କେଉଁ ସବୁ ସର୍ତ୍ତ ଓ କଟକଣା ରହିଛି

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ରବିବାରଠାରୁ ମଦର ହୋମ ଡେଲିଭରି ହେବ ବୋଲି ଶନିବାର ରାଜ୍ୟସରକାର ଅନୁମତି ଦେଇଛନ୍ତି। ତେବେ ହୋମ୍ ଡେଲିଭରି ମଦ ପାଇଁ ଉତ୍ସୁକ ଥିବା ଗ୍ରାହକ ଓ ଡେଲିଭରି ସେବାରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ରହିଛି କିଛି ସର୍ତ୍ତ । ଯାହାର ତାଲିକା ନିମ୍ନରେ ରହିଛି… ୧. ରବିବାର ଠାରୁ ମଦର ହୋମ ଡେଲିଭରି ହେବା ସହିତ  ସମୟରେ ଏହାର ବିତରଣ ଶୁଳ୍କର ହାର ଉପରେ ନିଷ୍ପତ୍ତି ନେବାକୁ ଏକ୍ସାଇଜ୍‌ କମିଶନରଙ୍କୁ […]

କ୍ୱାରେଣ୍ଟାଇନରେ ପୁଅ, ଘରେ ଆରପାରିକୁ ଚାଲିଗଲେ ବାପା 

ଆରଡ଼ି: ଭଦ୍ରକ ଜିଲ୍ଲା ଆରଡ଼ି ଅଂଚଳରରେ ଏକ ଅଭାବନୀୟ ଘଟଣା ଘଟିଛି । ବାହାର ରାଜ୍ୟରୁ ଫେରି ପୁଅ କ୍ୱାରେଣ୍ଟାଇନରେ ଥିବା ବେଳେ ଘରେ ବାପାଙ୍କ ମୃତ୍ୟୁ ଘଟିଛି । ଉଦୟ ନାଥ ମଲ୍ଲିକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ହେଲେ ମୃତକଙ୍କ ବଡ଼ ପୁଅ ରଘୁନାଥ ଏବେ କ୍ୱାରେଣ୍ଟାଇନରେ । ରଘୁନାଥ ଚେନ୍ନାଇରେ କାମ କରୁଥିବା ହେତୁ ଲକଡ଼ାଉନ ପାଇଁ ଘରକୁ ଆସିପାରୁ ନଥିଲେ । ସରକାରଙ୍କ ଦ୍ୱାରା ପ୍ରବାସୀ ଲୋକଙ୍କୁ ନିଜ ରାଜ୍ୟକୁ ଅଣାଯିବାର ବ୍ୟବସ୍ଥା […]