ସମ୍ବରରେ ଲୁଣ ପଡ଼ି ନ ଥିବା ଅଭିଯୋଗ କରି ଖାଦ୍ୟ ଫିଙ୍ଗିଦେଲେ ସଂଗରୋଧରେ ଥିବା ଶ୍ରମିକ

କଟକ: ସଂଗରୋଧ କେନ୍ଦ୍ରରେ ଥିବା ଶ୍ରମିକମାନେ ପ୍ରଶାସନ ତରଫରୁ ଦିଆଯାଇଥିବା ଖାଦ୍ୟ ଫିଙ୍ଗି ଦେଇଛନ୍ତି । ଖାଦ୍ୟ ଫିଙ୍ଗିଥିବା ଏହି ଶ୍ରମିକମାନେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି।  ଏହି ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ଲୁଣ ପଡ଼ି ନ ଥିଲା । ସୂଚନା ଅନୁସାରେ କଟକ ଜିଲ୍ଲାର ଗୋପାଳପୁରସ୍ଥିତ ଏଲ ଆଣ୍ଡ ଟି ସଂଗରୋଧ କେନ୍ଦ୍ରରେ ପଶ୍ଚିମବଙ୍ଗର ୧୫ରୁ ଅଧିକ ଶ୍ରମିକ ଅଛନ୍ତି । ଏମାନେ ଓଡ଼ିଶା ଦେଇ ଘରକୁ ଫେରୁଥିବା ବେଳେ […]

ଚାଉଳ ବଣ୍ଟନରେ ବିଳମ୍ବ ; ମାଧପୁର ପଞ୍ଚାୟତରେ ଉତ୍ତେଜନା

ବଡ଼ସାହି : ସରକାରୀ ରିହାତି ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ମଙ୍ଗଳବାର ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ମାଧପୁର ପଞ୍ଚାୟତରେ ଉତ୍ତେଜନା ଦେଖାଯାଇଥିଲା। ଚାଉଳ ନେବାକୁ ଅପେକ୍ଷା କରିଥିବା ହିତାଧିକାରୀ ସକାଳ ପାଖରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଧାଡ଼ିବାନ୍ଧି ଅପେକ୍ଷା କରିଥିଲେ ହେଁ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲା ନ ଯିବାକୁ କେନ୍ଦ୍ର କରି ଅସନ୍ତୋଷ ଦେଖାଦେଇଥିଲା ପରେ ଉତ୍ତେଜନା ରୂପ ନେଇଥିଲା। ଖବର ପାଇ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା […]

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹🌹💐🌷 ଅଦ୍ୟ ମଇ ୦୫ ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀବୈଶାଖ -ଶୁକ୍ଳପକ୍ଷତିଥି -ତ୍ରୟୋଦଶୀ ରାତ୍ର ଘ୧୧/୩୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ହସ୍ତା ଦିବା ଘ୦୫/୨୦ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଚନ୍ଦ୍ର- କନ୍ୟା ରାତ୍ର ଘ୦୪/୦୬ ପର୍ଯ୍ୟନ୍ତ ତଦନ୍ତେ ତୁଳାଯୋଗ-ହର୍ଷଣକରଣ-କୌଳବସୂର୍ଯ୍ୟ -ମେଷ ୨୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୯/୦୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୧୪ ଯୋଗିନୀ ଦକ୍ଷିଣେ ରାତ୍ର ଘ୧୧/୩୫ଗତେ ପଶ୍ଚିମେ ମକର ରାଶିର ଘାତବାର ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୧/୨୨ଗତେ […]

ମଧୁସୂଦନ ନଗରରେ କରୋନା ଯୋଦ୍ଧା ସମ୍ମାନିତ

ଭୁବନେଶ୍ବର : ମଧୁସୂଦନ ନଗରରେ କରୋନା ସଫେଇ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ମଧୁସୂଦନ ନଗର, ଭୌମନଗର, ୟୁନିଟ-୪, ଏଜି କଲୋନୀ ଆଦି ଅଞ୍ଚଲରେ କାର୍ଯ୍ୟରତ ସଫେଇ କର୍ମଚାରୀ ଲକଡାଉନ ସମୟରେ ସେବା କାର୍ଯ୍ୟ ଜାରି ରଖିଥିବାରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତାମାନେ ସହଯୋଗର ହାତ ବଢ଼ାଇଛନ୍ତି। ସୁଶାନ୍ତ ନାୟକ ଓ ତାଙ୍କ ପରିବାର ସଫେଇ କର୍ମଚାରୀଙ୍କୁ ପ୍ରତିଦିନ ଚା, ବିସ୍କୁଟ ପ୍ରଦାନ କରୁଥିବା ବେଳେ ୩୨ ଜଣଙ୍କୁ ଉତ୍ତରୀୟ ଓ ଶୁଖିଲା ଖାଦ୍ୟ […]

ପ୍ରବାସୀ ଶ୍ରମିକଙ୍କ ୮୫% ଟିକେଟ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ୧୫% ରାଜ୍ୟ ସରକାର ବହନ କରୁଛନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ଅନ୍ୟମାନଙ୍କ ପାଇଁ ଗୃହ ମନ୍ତ୍ରଳୟ ଏକ ବଡ଼ ନିଷ୍ପତି ନେଇଥିଲେ। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଥିଲେ । ମେ ୧ତାରିଖରୁ ଏହି ଟ୍ରେନ ଚଳାଚଳ କରିବା ଆରମ୍ଭ କରିଥିବା ବେଳେ ଏ ନେଇ ଫେରନ୍ତାଙ୍କଠାରୁ ଟିକେଟ ପଇସା ନିଆଯିବ ବୋଲି କହିଥିଲା ରେଳ […]

ଖୁବ୍ ଶୀଘ୍ର ଆରମ୍ଭ ହେବ ରଥ ନିର୍ମାଣ: ଶ୍ରୀମନ୍ଦିର ପରିଚାଳନା ସମିତିର ସୁପାରିସ,ଚୂଡାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ପୁରୀ : ରଥ ନିର୍ମାଣ ଏକ ନିର୍ମାଣ କାର୍ଯ୍ୟ, ଧାର୍ମିକ ଅନୁଷ୍ଠାନ ନୁହେଁ। ତେଣୁ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସବୁ ଜୋନରେ ନିର୍ମାଣ କାର୍ଯ୍ୟକୁ ଅନୁମତି ରହିଛି। ତେଣୁ ରଥ ନିର୍ମାଣ କରାଯାଇ ପାରିବ । ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକରେ ରଥ ନିର୍ମାଣ ଜାରି ଲାଗି ନିଷ୍ପତ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି  ରାଜ୍ୟ ସରକାର ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ଗଜପତି ମହାରାଜ ଦିବ୍ୟସିଂହ ଦେବ।ଏହି କାରଣରୁ ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹*🌹💐🌷 ଅଦ୍ୟ ମଇ ୦୪ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀବୈଶାଖ -ଶୁକ୍ଳପକ୍ଷତିଥି -ଏକାଦଶୀ ଦିବା ଘ୦୬/୧୫ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ନକ୍ଷତ୍ର-ଉତ୍ତରାଫାଃ ରାତ୍ର ଘ୦୭/୫୫ପର୍ଯ୍ୟନ୍ତ ତଦନ୍ତେ ହସ୍ତା ଚନ୍ଦ୍ର- କନ୍ୟାଯୋଗ-ବ୍ୟାଘାତକରଣ-ବିଷ୍ଟିସୂର୍ଯ୍ୟ -ମେଷ ୨୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୯/୪୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୫୪ ଯୋଗିନୀ ଅଗ୍ନିକୋଣେ ଦିବା ଘ୦୬/୧୫ଗତେ ନୈଋତକୋଣେବୃଷ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ଦ୍ବାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୬/୫୨ଗତେ ଘ୦୮/୩୧ମଧ୍ୟେବାରବେଳା- ଦିବା ଘ୦୨/୫୫ଗତେ ଘ୦୪/୩୪ମଧ୍ୟେ […]

ପ୍ରବାସୀ ଫେରନ୍ତାଙ୍କ ନଖରାମୀ; ସଙ୍ଗରୋଧ କେନ୍ଦ୍ର ଛାଡ଼ି ଶତାଧିକ ଫେରାର

ବ୍ରହ୍ମପୁର: ରାଜ୍ୟବାହାରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ । ସରକାରଙ୍କ ଏହି ସର୍ତ ଯିଏ ମାନିବ ତାକୁ ଓଡ଼ିଶା ଆସିବାକୁ ଅନୁମତି ମିଳିବ । ନିର୍ଧାରିତ ଫର୍ମରେ ଓଡ଼ିଶା ଫେରନ୍ତା ଆଶାୟୀମାନେ ଏହାକୁ ସମ୍ମତି ଦେଇଛନ୍ତି । ହେଲେ ଓଡ଼ିଶାରେ ପହଞ୍ଚିବା ପରେ କାଶିଆ କିଏ ନା କପିଳା କିଏ? ସରକାରୀ ନିୟମକୁ ଫୁ କରି ପ୍ରବାସୀ କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ଫେରାର । ପୁଣି ଜଣେ ଅଧେ ନୁହନ୍ତି, ଗଞ୍ଜାମ ଜିଲା ବେଗୁନିଆପଡ଼ା ଆଦର୍ଶ […]

କୁଆଖିଆରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍; ହେଲପର ସହ ୨ ମୃତ

କୁଆଖିଆ: ଯାଜପୁର ଜିଲାର କୁଆଖିଆ ଫ୍ଲାଏଓଭର ଉପରେ ଏକ କଦଳୀ ବୋଝେଇ ଗାଡ଼ି ସହ ଅନ୍ୟ ଏକ ଟ୍ରକର ଧକ୍କା ଲାଗି ୨ ଜଣ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କୁ ଚିହ୍ନଟ କରାଯାଇଛି ଓ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ଗାଡ଼ିର ହେଲପର ଥିଲେ । ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ । ସେହିପରି ଦୁଇ ଗାଡ଼ିର ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି ଓ ସେମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ […]

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ; ୧୦ ଜିଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।ସତର୍କ ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ଅନୁଗୁଳ, ସୁନ୍ଦରଗଡ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ରାୟାଗଡା, ନୁଆପଡାର ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।ସେହିପରି ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ୧୧ଟି ଜିଲା ହେଲେ- କେନ୍ଦୁଝର, […]