🌞🕉⚛🌞 ରାଶିଫଳ🌞🕉⚛🌞

୨୭/୦୪/୨୦୨୦ :: ସୋମବାର, ତୃତୀୟା/ଚତୁର୍ଥୀ ମେଷ : ଆର୍ଥିକ ଏବଂ ବ୍ୟବସାୟୀକ ରୂପରେ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ଅଧିକ ଲୋକମାନଙ୍କ ସହିତ ସମ୍ପର୍କରେ ରହିବାକୁ ଅବସର ମିଳିବ। ବୃଷ : ବିଚାରର ବିଶାଳତା ଏବଂ ବାଣୀର ଜାଦୁ ଆଜି ଅନ୍ୟକୁ ପ୍ରଭାବିତ ଏବଂ […]

ନବେଢ଼ାରେ ଅଖିମୁଠି ଅନୁକୂଳ କଲେ ଯୁବସଙ୍ଗଠକ ଅଭୟ ବାରିକ

ଚାଷ କାମ ଯାହାର- କେଡେ ସୁଖ ତାହାର। ବର୍ଷ ରଗୋଟିଏ ଦିନକୁ ଚାହିଁ ରହି ଥାଏ ଚଷା ପୁଅ ,ତାର ଜମିରେ ଧରିତ୍ରୀ ମାତାକୁ କ୍ଷୀର ଚାଉଳ ,ଫୁଲ ଦେଇ ଗଉଣୀରେ ବର୍ଷ କର ବିହନ ଧାନ କୁ ମୁଣ୍ଡରେ ମୁଣ୍ଡାଇ ସକାଳୁ ନିଜ ଜମିରେ ଧରିତ୍ରୀ ମାତା କୁ ସମର୍ପଣ ଭାବରେ ମୁଣ୍ଡିଆ ମାରି ପୂଜା ଧାନକୁ ବିଲରେ ଅଖିମୁଠି ଅନୁକୂଳ କରିଥାଏ ଚାଷୀ ପୁଅ।ଜଣେ ପେଶା ରେ ରାଜନୈତିକ ସଙ୍ଗଠକ, ତଥା ଜଣେ ଅବସରପ୍ରାପ୍ତ […]

ମର୍ତ୍ତ୍ୟରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ

ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି । ତେବେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବ-ଦାନବଙ୍କ ଦ୍ଵାରା ସମୁଦ୍ରମନ୍ଥନରୁ ଏହି ପାରିଜାତ ଫୁଲର ଉତ୍ପତ୍ତି । ଏହି ସୁନ୍ଦର ଫୁଲର ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧରେ ଆକୃଷ୍ଟ ହୋଇ ଦେବରାଜ ଇନ୍ଦ୍ର ସ୍ଵର୍ଗପୁରକୁ ନେଇ ନନ୍ଦନକାନନରେ ସ୍ଥାପନ କରିଥିଲେ । ପରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଏହି ପାରିଜାତ ଫୁଲ ଆଣି […]

ଭଦ୍ରକ: ସଟଡାଉନ ହଟିଲା, ସାମାଜିକ ଦୂରତାକୁ ଭୁଲିଗଲେ ଲୋକେ

୧୮ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍, ୧୦ ଦିନରେ ୧୫ ଶହ ରକ୍ତ ନମୁନା ସଂଗ୍ରହ ଭଦ୍ରକ: ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ଆତଙ୍କ ଖେଳିଥିଲା। ଏହାର ମୁକାବିଲା କରିବା‌ ପାଇଁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ୬୦ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରିଥିଲେ। ଆଜି ସକାଳ ୧୦ଟାରେ ଏଇ ସଟ୍ ଡାଉନ୍ ନିୟମ ଉଠାଇ ଦିଆଯାଇଥିଲା। ସଟ୍ ଡାଉନ୍ ଉଠିବା ପରେ ଲୋକମାନେ ହାଜର ହାଜର ସଂଖ୍ୟାରେ […]

ଶ୍ରୀକ୍ଷେତ୍ରରେ ପରଂପରା ମୁତାବକ ସୁନା କୁରାଢ଼ିରେ କାଠ ଛେଦନ ସହ ଆରମ୍ଭ ହେଲା ରଥ ନିର୍ମାଣ

ପୁରୀ: ଶ୍ରୀକ୍ଷେତ୍ରରେ ପରଂପରା ମୁତାବକ ପବିତ୍ର ଅକ୍ଷୟ ତୃତୀୟ ତିଥିରେ ଆଜି ସୁନା କୁରାଢ଼ିରେ କାଠ ଛେଦନ ସହ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । କରୋନା ଭାଇରସ ଯୋଗୁଁ ଏହି ପାରଂପରିକ କାର୍ଯ୍ୟ ରଥଖଳାରେ କରା ନଯାଇ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥକାଠ ଉପରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପୂର୍ବରୁ ଶାସ୍ତ୍ରୀୟ ବନଯୋଗ ବିଧିରେ ହୋମଯଜ୍ଞ କରାଯାଇଥିଲା । ଜଗତଗୁରୁ […]

ମହିମୁଣ୍ଡା ପଞ୍ଚାୟତରେ ପିଡିଏସ୍ ଅନିୟମିତତା; ଭୂତ ଓ ମୃତକଙ୍କ ସମେତ ଝିଅ ଜ୍ୱାଇଁଙ୍କ ନାଁରେ ଉଠିଛି ଚାଉଳ

ବଲାଙ୍ଗିର : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନରେ ବ୍ୟାପକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଏଠି ଦୀର୍ଘ ଦିନ ଧରି ଚାଲିଥିବା ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। କେହି କିଛି ଜାଣିବା ଆଗରୁ ଆଖି ବୁଜି ଭୂତ, ମୃତ ବ୍ୟକ୍ତି ଏବଂ ଗାଁର ଝିଅ-ଜ୍ୱାଇଁଙ୍କ ପରିବାର ନାଁରେ ଚାଉଳ ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି। ଧୀରେ ଧୀରେ ଏତେ ବଡ କଳା କାରନାମା ସମ୍ପର୍କରେ ଲୋକେ ଜାଣିବା […]

କୋଭିଡ୍-୧୯ ନିୟମ ଉଲଙ୍ଘନ: ୫୬ ମାମଲା, ୧୨୮ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୪ରୁ ଅପ୍ରେଲ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୬୭ଟି ମାମଲା ଦାୟର କରାଯାଇଛି। ସେଥିରୁ ୫୬ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ, ୧ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଙ୍ଘଘନ ପାଇଁ ଏବଂ ୧୦ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୧୨୮ ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍‌ ବାଗ୍‌ଚୀ ସୂଚନା ଦେଇଛନ୍ତି।

Mr nonsence ର ଗବର ଆଉ ନାହାନ୍ତି

ଆଠଗଡ ର ଯୁବ କଳାକାର ତଥା ଜି ସାର୍ଥକରେ ପ୍ରସାରିତ ହୋଇଥିବା mr nonsense ର ଗବର ଭୂମିକାରେ ଅଭିନୟ କରିଥିବା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ଆଜି ଅପରାହ୍ନରେ ପରଲୋକ ଘଟିଛି,ସେ ଲିତୁ ନାମରେ ବେଶ ପରିଚିତ,। ଦିିିିର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ରେ ଚିକିସ୍ଥାଧିନ ଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି, ରାଜ୍ୟରେ ଆଠଗଡ ଅଞ୍ଚଳରୁ ସେ ଜଣେ ଉଦିୟମାନ ହାସ୍ୟ ଅଭିନେତା ଭାବେ ଉଭା […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹ଅଦ୍ୟ ଅପ୍ରେଲ ୨୫ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀବୈଶାଖ -ଶୁକ୍ଳପକ୍ଷତିଥି -ଦ୍ବିତୀୟା ଦିବା ଘ୧୨/୨୮ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-କୃତ୍ତିକା ରାତ୍ର ଘ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ଚନ୍ଦ୍ର- ବୃଷଯୋଗ-ସୌଭାଗ୍ୟକରଣ-କୌଳବସୂର୍ଯ୍ୟ -ମେଷ ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୪୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୫୪ ଯୋଗିନୀ ଉତ୍ତରେ ଦିବା ଘ୧୨/୨୮ଗତେ ଅଗ୍ନିକୋଣେବିଛା ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ତୃତୀୟାର ପାର୍ବଣଶ୍ରାଦ୍ଧ କାଳବେଳା -ଦିବା ଘ୦୭/୦୫ମଧ୍ୟେ ଓ ଘ୦୪/୩୦ଗତେ ଘ୦୬/୦୫ମଧ୍ୟେବାରବେଳା- ଦିବା ଘ୦୧/୧୪ […]

ବାଲେଶ୍ୱରରେ ବର୍ଷା ପବନରେ ଉପୁଡ଼ିପଡ଼ିଲା ମୋବାଇଲ ଟାୱାର, ବଜ୍ରପାତରେ ୩ ଯୁବକ ମୃତ

ଖୁଣ୍ଟା: ଖୁଣ୍ଟା ଥାନା ଅଧୀନରେ ବଜ୍ରପାତ ଘଟି ଗୋଟିଏ ଗାଁର ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ ୧୧ ଟା ସମୟରେ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ(୨୨), ଶଶିଧର ମହାନ୍ତଙ୍କ ପୁଅ ଦିବ୍ୟଶଙ୍କର(୨୬) ଏବଂ ସତ୍ୟରଞ୍ଜନ ମହାନ୍ତଙ୍କ ପୁଅ କୌଶିଶ(୧୯) ମାଛ ଧରିବା ପାଇଁ ଗାଁ ଶେଷ ମୁଣ୍ଡରେ ଥିବା ପୋଖରୀକୁ […]