ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ୭ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଛି । ବଜ୍ରପାତରେ ୨ ଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୟୂରଭଂଜ ଜିଲ୍ଲାରେ ୩ ଜଣ, କେନ୍ଦୁଝର ଜିଲ୍ଲାରେ ୨ ଜଣ ଓ ବାଲେଶ୍ୱର ଏବଂ ଅନୁଗୁଳ ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି ।କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକର ବଳଭଦ୍ରପୁର ଗାଁର ଉର୍ମିଳା ମୁଜି (୪୫) ଓ ସରୁପଳତା ଗାଁର ରାଣ୍ଡ ମୁଣ୍ଡା । ରାଣ୍ଡ […]