ପାନୀୟ ଜଳ ସମସ୍ୟା ଦୂର କରିବାକୁ ଟୋଲ ଫ୍ରି ନମ୍ୱର ଜାରି କଲେ ସରକାର

ଭୁବନେଶ୍ବର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବ‌ା ପାଇଁ ଆଜି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯେଉଁ ଅଂଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ । ଗ୍ରାମାଞ୍ଚଳ ପାଇଁ ଟୋଲ୍‌ ଫ୍ରି ନମ୍ବର : ୧୯୧୬ ଓ ସହରାଞ୍ଚଳ […]

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଜାରି କଲା ଏହି ପଦ୍ଧତି, ଆପଣାଇବାକୁ ମୋଦୀ ଦେଲେ ପରାମର୍ଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରି ମୋଦୀ କରୋନା ସହିତ ଲଢିବା ପାଇଁ ୭ଟି ମନ୍ତ୍ର ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ଅନୁସରଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ…… -ସକାଳେ ୧୦ […]

ଘରବାହୁଡ଼ା ପାଇଁ ରେଳ ଷ୍ଟେସନ୍‌ରେ ଶ୍ରମିକଙ୍କ ଭିଡ଼: ମାନିଲେନି ଲକ୍‌ଡାଉନ୍‌

ମୁମ୍ବାଇ: ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍‌ ଭଳି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍‌ରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଅବଧି ସରିବା ପରେ ଘରକୁ ଫେରିବାକୁ ଆଶା ରଖିଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଆଜି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନରେ ଭିଡ଼ ଜମାଇଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବା ମୁମ୍ବାଇ ପୁଲିସ୍‌ ପକ୍ଷେ କଷ୍ଟକର ହୋଇପଡ଼ିଛି। ପୁଲିସ୍ ଲାଠି ଚାର୍ଜ କଲେ ମଧ୍ୟ ଅସମ୍ଭବ ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁନି। ସୂଚନା ଅନୁସାରେ, […]

ପାସ୍‌ ମାଗିବାକୁ ଗଲେ ମହିଳା ଡାକ୍ତର, ଆଇଆଇସି କହିଲେ‘ୟୁ ଆର ୱେଷ୍ଟିଙ୍ଗ୍‌ ମାଇଁ ଟାଇମ୍‌’

ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲାରେ ଆଗ ଧାଡ଼ିର ଯୋଦ୍ଧା ହେଉଛନ୍ତି ଡାକ୍ତର। ସରକାର ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହେଲେ ଜଣେ ମହିଳା ଡାକ୍ତରଙ୍କୁ ଜଣେ ଇନ୍ସପେକ୍ଟର ଦୁର୍ବ୍ୟବହାର କରିଥିବା ନେଇ ଟ୍ବିଟର୍‌‌ରେ ଝଡ଼ ଉଠିଛି। ଘରୁ ହସ୍‌ପିଟାଲ ଆସିବା ପାଇଁ ଗାଡ଼ିର ପାସ୍‌ ମାଗିବାକୁ ଯାଇଥିବା ଜଣେ ମହିଳା ଡାକ୍ତରଙ୍କୁ ଇନ୍‌ସ୍‌ପେକ୍ଟର କହିଛନ୍ତି ‘ୟୁ ଆର ୱେଷ୍ଟିଙ୍ଗ୍‌ ମାଇଁ ଟାଇମ୍‌’। ଏନେଇ ଡାକ୍ତରାଣୀଙ୍କ ଭାଇ ଟ୍ବିଟ୍‌ କରିବା ପରେ ତନାଘନା […]

ତିନି ମାସର ଫି’ କୋହଳ କରିବେ ଘରୋଇ ସ୍କୁଲ

ଭୁବନେଶ୍ୱର : ସମଗ୍ର ଦେଶ ତଥା ବିଶ୍ୱ ଏବେ କରୋନା ମହାମାରୀ ଜନିତ ବିପର୍ଯ୍ୟୟରେ ଜର୍ଜରିତ ଓ ସାଧାରଣ ଜୀବନାତ୍ରା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତା ତଥା ଅଭିଭାବକମାନଙ୍କର ଆର୍ଥିକ ଅବସ୍ଥା ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ଗଣମାଧ୍ୟମ ଜରିଆରେ ସ୍କୁଲ ଫି’ ଛାଡ଼, କୋହଳ ବା ସହାନୁଭୂତିର ସହିତ ବିଚାର କରିବାକୁ ଦିଆଯାଇଥିବା ଅପିଲକୁ ସମ୍ମାନ ଜଣାଇ ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ସ୍ […]

କରୋନା ଠାରୁ ବଳିଗଲା କୁକୁର କାମୁଡା; ଦୈନିକ ୪୦ରୁ ୫୦ ଜଣ କୁକୁର ଆକ୍ରମଣର ହେଉଛନ୍ତି ଶିକାର କର୍ଫ୍ୟୁ ଯୋଗୁଁ ସହରରେ ପ୍ରାୟ ୫୦ ହଜାର କୁକୁର ଭୋକିଲା ଅଛନ୍ତି

ଇନ୍ଦୋର ; ମଧ୍ୟପ୍ରଦେଶରେ ଇନ୍ଦୋରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ। ଗତ ୨୦ ଦିନ ମଧ୍ୟରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲକଡାଉନ୍ ଯୋଗୁଁ ଖାଦ୍ୟ ଅଭାବରୁ ସହରର କୁକୁରମାନେ ଆକ୍ରମଣାତ୍ମକ ହୋଇପଡିଛି। ଇନ୍ଦୋରରେ ଜଣେ ଡାକ୍ତରଙ୍କ ସୂଚନା ଅନୁଯାୟୀ, ପ୍ରତିଦିନ ପ୍ରାୟ ୪୦ରୁ ୫୦ ଜଣ ରୋଗୀ ଡାକ୍ତରଖାନାକୁ ଆସୁଛନ୍ତି, ଯେଉଁମାନଙ୍କୁ କୁକୁର କାମୁଡିଛି। କୁକୁର କାମୁଡା ରୋଗୀଙ୍କ ଚିକିତ୍ସାରେ କିଛି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୨୮ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଅପ୍ରେଲ ୧୩ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ବୈଶାଖ -କୃଷ୍ଣପକ୍ଷ ତିଥି -ଷଷ୍ଠୀ ଦିବା ଘ୦୪/୨୮ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ମୂଳା ରାତ୍ରି ଘ୦୭/୪୭ ପର୍ଯ୍ୟନ୍ତ ତଦନ୍ତେ ପୂ:ଷାଢା ଚନ୍ଦ୍ର- ଧନୁ ଯୋଗ-ପରିଘ କରଣ-ବାଣିଜ୍ୟ ସୂର୍ଯ୍ୟ -ମେସ ୦୧ ଦିନ ଅଦ୍ୟ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତି ସୁର୍ୟୋଦୟ -ପ୍ରାତଃ ଘ୦୫/୩୩/୨୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୪୪ ଯୋଗିନୀ ପଶ୍ଚିମେ ଦିବା ଘ୦୪/୩୦ ଗତେ ବାୟବ୍ୟେ ତୁଳା ଓ […]

ଜଳିଗଲା ପରିବା ଦୋକାନ

କଳାପଥର : ବାଙ୍କୀ ମୂଖ୍ୟବଜାର ମହାଦେବ ହାଟ ନିକଟରେ ଥିବା ଏକ ପରିବା ଦୋକାନରେ ରବିବାର ଆକସ୍ମିକ ଅଗ୍ନିକାଣ୍ଡ ଘଟି ସମସ୍ତ ପନିପରିବା ଜଳିଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ସନ୍ତୋଷ ସାହୁ ଏହି ପରିବା ଦୋକାନଟି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ରବିବାର ହଠାତ୍‍ ମଧ୍ୟାହ୍ଣରେ ଅଗ୍ନିକାଣ୍ଡ ଘଟି ତାଙ୍କର ପନିପରିବା ଦୋକାନଟି ଜଳି ଯାଇଛି। ଦୋକାନରୁ ଧୂଆଁ ବାହାରୁଥିବା ଦେଖି କିଛି ଲୋକ ସନ୍ତୋଷ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। […]

କରୋନା: ଭାରତ ବଦଳରେ ଆମେରିକାରେ ପହଞ୍ଚିଗଲା ୫ ଲକ୍ଷ କିଟ୍‌, ତ୍ଵରିତ ପରୀକ୍ଷା ଉପରେ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯାଞ୍ଚ କରିବା ଲାଗି ଭାରତ ଆସିବାକୁ ଥିବା ୫ ଲକ୍ଷ କିଟ୍‌ ଭୁଲବଶତଃ ଆମେରିକାରେ ପହଞ୍ଚିଯାଇଛି। କେନ୍ଦ୍ର ସମେତ ଅନେକ ରାଜ୍ୟ ଚୀନର ଏକ କମ୍ପାନୀକୁ କିଟ୍‌ ଅର୍ଡର ଦେଇଥିଲେ। କିନ୍ତୁ ରପ୍ତାନୀକାରୀ ବ୍ୟବସାୟୀ ଉକ୍ତ କିଟ୍‌ଗୁଡ଼ିକୁ ଆମେରିକା ପଠାଇ ଦେଇଛନ୍ତି। ଏହି କିଟ୍‌ ଜରିଆରେ ମାତ୍ର ଅଧ ଘଣ୍ଟାରେ କରୋନା ପରୀକ୍ଷା ରିପୋର୍ଟ ବାହାରିଥାଏ। କିଟ୍‌ ନ ଆସିବା ଫଳରେ ଏବେ ଭାରତରେ ତ୍ଵରିତ କରୋନା ଭୂତାଣୁ ପରୀକ୍ଷା ଉପରେ ପ୍ରଶ୍ନବାଚୀ […]

ମହିଳା ପୁଲିସ୍ କର୍ମଚାରୀଙ୍କ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା, ଅସୁସ୍ଥ ପତ୍ନୀଙ୍କୁ ଡାକ୍ତରଖାନାକୁ ନେଉଥିଲେ

ବାଙ୍କୀ: ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିବା ପରେ ବି କିଛି ଲୋକ ଏହାର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି କଟକ ଜିଲ୍ଲାର ବାଙ୍କୀରେ ଭିନ୍ନ ଖବର ଆସିଛି। ଏଠାରେ ଜଣେ ମହିଳା ପୁଲିସ୍ କର୍ମଚାରୀଙ୍କ ମାଡ଼ରେ ଅସୁସ୍ଥ ପତ୍ନୀଙ୍କୁ ଡାକ୍ତରଖାନାକୁ ନେଉଥିବା ବାଇକ୍ ଆରୋହୀଙ୍କର ମୁଣ୍ଡ ଫାଟି ଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ଆଠଟା ବେଳେ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁରର […]