ମାନବିକତା ଦେଖାନ୍ତୁ; ନହେଲେ ପକେଟରେ ଧନ ଥିବ କିନ୍ତୁ ପେଟକୁ ଦାନା ନ ଥିବ : ସୁବ୍ରତ ବାଗଚୀ
ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ପାଇଁ ସଂପ୍ରତି ସମଗ୍ର ଦେଶ ତଥା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଏହା ସତ୍ତ୍ୱେ ରାଜ୍ୟବାସୀ ଯେପରି କୌଣସି ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାରୁ ବଞ୍ଚିତ ନ ହୁଅନ୍ତୁ, ସେଥିପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଫଳରେ ଅନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ଟ୍ରକ ସାହାଯ୍ୟରେ ମାଲପରିବହନ ଜାରି ରହିଛି। ଲକ୍ଡାଉନ୍ ପାଇଁ ରାଜରାସ୍ତା ସବୁ ଜନଶୂନ୍ୟ ରହିଥିବା ବେଳେ ରାସ୍ତା କଡ଼ର ଢ଼ାବା […]