ଭୁବନେଶ୍ୱରରେ ପୁଣି ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(): ଆଜି ଅପରାହ୍ନରେ ଦୁଇ ଜଣ ଓ ସନ୍ଧ୍ୟାବେଳେ ଆଉ ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ପୂର୍ବରୁ ସିଲ୍‌ ହୋଇଥିବା ବମିଖାଲ୍‌ ଅଞ୍ଚଳର। ଏହି ଅଞ୍ଚଳର ଥିବା ସମସ୍ତ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଜନସାଧାରଣ ଭୟଭୀତ ନହୋଇ ଘରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି କହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଆଜି ଅପରାହ୍ନରେ […]

*👉ଭଦ୍ରକ ଜିଲା ତିହିଡି ଥାନା ବାରସର ପଞ୍ଚାୟତ ଅଧୀନ ମୁଟୁରିଗଡ ଗ୍ରାମରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ତ ଘଟି ଭାବଗ୍ରାହୀ ରାଉତଙ୍କର ୩ବଖରା ଘର ଜଳିଯାଇଛି। ନିଆଁରେ ପୋଡି ହୋଇ ଭାବଗ୍ରାହୀଙ୍କ ଝିଅ କବିତା ରାଉତଙ୍କ ମୃତ୍ୟୁ ଘଟିଛି।*

*👉ସ୍କୁଲ କେବେ ଖୋଲିବ, ତା’ର ନିଷ୍ପତ୍ତି ଏଯାଏ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ । ଆସନ୍ତା ୧୪ ତାରିଖରେ କରୋନା ସ୍ଥିତିକୁ ନେଇ ମାନବ ସମ୍ବଳ ମନ୍ତ୍ରଣାଳୟର ବୈଠକ ବସିବ। ଏଠାରେ ଦେଶର କରୋନା ସ୍ଥିତିର ସମୀକ୍ଷା କରାଯିବ। ଏହାପରେ ହିଁ ସ୍କୁଲ କେବେ ଖୋଲିବ, ତା’ର ନିଷ୍ପତ୍ତି ନିଆଯିବ*

*🌹🌷💐ଆଜିର ରାଶିଫଳ🌹🌷💐*

*🌷💐 *ଅଦ୍ୟ ଅପ୍ରେଲ ୦୫ ତାରିଖ ୨୦୨୦ମସିହା(ରବିବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ଦ୍ବାଦଶୀ ରାତ୍ରି ଘ୦୭/୧୪ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ମଘା ଦିବା ଘ୦୩/୨୦ ପର୍ଯ୍ୟନ୍ତ ତଦନ୍ତେ ପୂ:ଫାଃ ଚନ୍ଦ୍ର- ସିଂହ ଯୋଗ-ଶୂଳ କରଣ-ବବ ସୂର୍ଯ୍ୟ -ମୀନ ୨୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୦/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୧୪ ଯୋଗିନୀ ନୈଋତେ ରାତ୍ରି ଘ୦୭/୧୪ ଗତେ ଦକ୍ଷିଣେ ମକର ଓ କର୍କଟ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର […]

ଭାରତରେ ଆକ୍ରାନ୍ତଙ୍କ ମଧ୍ୟରୁ ୮୩% ୫୦ ବର୍ଷରୁ କମ୍‌ ବୟସର, ଅଧିକାଂଶ ୨୧ରୁ ୪୦

ନୂଆଦିଲ୍ଲୀ (୦୪/୦୪/୨୦୨୦) (ବ୍ୟୁରୋ): ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ୨୧ରୁ ୪୦ ବୟସ ବର୍ଗର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ବୟସ ଭିତ୍ତିରେ କରାଯାଇଥିବା ବିଶ୍ଲେଷଣ ଅନୁଯାୟୀ ୪୨% ଆକ୍ରାନ୍ତଙ୍କ ବୟସରେ ୨୧ରୁ ୪୦ ବର୍ଷ ମଧ୍ୟରେ। ଏହା ତଳେ ରହିଛି ୪୧ରୁ ୫୦ ବର୍ଷ ବୟସ ବର୍ଗ। ଏହାର ମାତ୍ରା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାର ୩୩%। ସେହିଭଳି […]

ଗଞ୍ଜାମ ଜିଲ୍ଲାରେ ୧୯ ଘଣ୍ଟା ଶଟ୍‌ ଡାଉନ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ‘କରୋନା’ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରତିଦିନ ୧୯ ଘଣ୍ଟା ଶଟ୍‌ ଡାଉନ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣା-ବିକା ପାଇଁ ୫ ଘଣ୍ଟା ମିଳିବ। ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକାକିଣା କରାଯିବ। ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆସୁଥିବା ଲୋକଙ୍କୁ ଗାଡ଼ି ନେଇ ଆସିପାରିବେ ନାହିଁ। ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ମନା କରାଯାଇଛି। ଜିଲ୍ଲା ତମାମ ରାସ୍ତାରେ ମୋଟର ସାଇକେଲ ଚାଲିବା […]

*😱ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ 108 ଜଣ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଏହି ସମସ୍ତ କର୍ମଚାରୀ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । କର୍ମଚାରୀଙ୍କ ମଧ୍ୟରେ ଅନେକ ବରିଷ୍ଠ ଡାକ୍ତର ରହିଛନ୍ତି ।*

କାନପୁର ରେ ଟ୍ରାକ୍ଟର ଚକାରେ ପମ୍ପ ଦେଲାବେଳେ ଘଟିଲା ଅଭାବନୀୟ ଘଟଣା, ମେକାନିକ ମୃତ

ବଡମ୍ବା ନରସିଂପୁର ନିର୍ବାଚନ ମଣ୍ଡଳୀ ର୍ କାନପୁର ରେ ଏକ ଅଭାବନୀୟ ଘଟଣା ଘଟିଛି,ଭୋର ଚାରିଟା ସମୟରେ ଟ୍ରାକ୍ଟର ଚକାରେ ପମ୍ପ ଦେଉଥିବା ବେଳେ ଚକା ଫାଟିଯିବାରୁ ମେକାନିକ ଜଣକର ଘଟଣା ସ୍ଥଳରେ ମୃତୁ ଘଟିଛି,ଟ୍ରାକ୍ଟର ଚକାରେ ଅଧିକ ପମ୍ପ ହୋଇଯିବା ଯୋଗୁ ଚକା ଫାଟିଯାଇଥିବା ଅନୁମାନ କରାଯାଉଛି, ମୃତକଙ୍କ ନାଁ ଲକ୍ଷ୍ମୀଧର ସାହୁ,ସେ କାନପୁର ମହାଦେବ ସାହିର ବୋଲି ଜଣାପଡିଛି,ମୃତ ବ୍ୟକ୍ତିଙ୍କ ଶବକୁ କାନପୁର ପୋଲିସ ଜବତ କରି ବଡମ୍ବା ମେଡ଼ିକାଲ ପଠାଇଥିଲା, ସେଠାରେ ମୃତଦେହ […]

*👉ପୃଥିବୀରେ ଦେଖାଦେଇଥିବା କରୋନା ଆତଙ୍କ ପାଇଁ ଚାଇନାର ମାଂସ ବଜାର ହିଁ ଦାୟୀ । ଏନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଅଭିଯୋଗ କରିଛନ୍ତି । ଚାଇନା ମାଂସ ବଜାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୋରିସନ୍ ଜାତିସଂଘରରେ ଅପିଲ୍ ମଧ୍ୟ କରିଛନ୍ତି ।*