~~~~~ *ଅଦ୍ୟ ଏପ୍ରିଲ ୪ ତାରିଖ ୨୦୨୦ମସିହା(ଶନିବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ସପ୍ତମୀ ରାତ୍ରି ଘ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ମୃଗଶିରା ରାତ୍ରି ଘ୦୭/୧୯ ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ଚନ୍ଦ୍ର- ବୃଷ ପ୍ରାତଃ ଘ୦୬/୪୧ ପର୍ଯ୍ୟନ୍ତ ତଦନ୍ତେ ମିଥୁନ ଯୋଗ-ସୌଭାଗ୍ୟ କରଣ-ଗର ସୂର୍ଯ୍ୟ -ମୀନ ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୪/୪୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୫୦ ଯୋଗିନୀ ବାୟବ୍ୟେ ରାତ୍ରି ଘ୦୩/୪୫ ଗତେ ଐଶାନ୍ୟେ କନ୍ୟା ରାଶିର […]
ଭୁବନେଶ୍ୱର : ଓଡ଼ିଶାରେ ଆଉ ୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତ ଭୁବନେଶ୍ୱରର ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ୩ ଜଣଙ୍କୁ ମିଶାଇଲେ ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୪ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ତଥ୍ୟ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଜଣାଇଛି। ରାଜ୍ୟର […]
ନୂଆଦିିଲ୍ଲୀ: ମାତ୍ର ଏକ ସପ୍ତାହ ତଳେ ଭାରତରେ କରୋନା ଭାଇରସ ସଂକ୍ରମତ ନିୟନ୍ତ୍ରଣରେ ଥିବାବେଳେ ଏବେ ତାହା ହଠାତ ବୃଦ୍ଧି ପାଇଛି । ମାତ୍ର ୫ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି । ଏଥିପାଇଁ ଦିଲ୍ଲୀର ତବଲିଗି ଜମାତ ପକ୍ଷରୁ ହୋଇଥିବା ଧାର୍ମିକ ସମ୍ମିଳନୀକୁ ଦାୟୀ କରାଯାଉଛି । ଗତ ଦୁଇଦିନରେ ତବଲିଗି ଜମାତ ସମ୍ମିଳନୀ ସହ ସଂପୃକ୍ତ ୬୪୭ଟି ପଜିଟିଭ ମାମଲା ସାମନାକୁ ଆସିଛି । ଏଗୁଡ଼ିକୁ ମିଶାଇ ଜମାତ ସମ୍ମିଳନୀ ସହ […]
ଚେନ୍ନାଇ : ଭାରତରେ କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ଓ କେରଳ ଗତ କିଛି ଦିନ ଧରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ । କିନ୍ତୁ ଦିଲ୍ଲୀର ତବଲିଗି ଜମାତ ଘଟଣା ସାମନାକୁ ଆସିବା ପରେ ହଠାତ୍ ତାମିଲନାଡୁ ଓ ଦିଲ୍ଲୀ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । ତାମିଲନାଡ଼ୁରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୨ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି । […]
ଇସଲାମାବାଦ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଏବେ ୨୦୨ ଦେଶ ଲଢ଼ୁଛନ୍ତି। ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ କଶ୍ମୀରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କରୋନାରେ ଏଯାବତ ପାକିସ୍ତାନରେ ୨୩୬୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ପୂର୍ବରୁ କରୋନା ମୁକାବିଲା ପାଇଁ ସାର୍କ ଦେଶର ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଭିଡିଓ କନଫରେନସିଂ ବୈଠକରେ ପାକିସ୍ତାନ ଯୋଗ ଦେଇଥିଲା। ହେଲେ […]
ଅସମୟରେ ଲୋକଙ୍କ ପାଖରେ ଛିଡା ହୋଇଛନ୍ତି ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ, ସାରା ଭାରତ ଲକ ଡାଉନ ଥିବା ବେଳେ ଏଥିରେ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ବାଦ ପଡିନି,ଆଠଗଡ ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ବ୍ରଜେନ୍ଦ୍ର ରାୟ ଆଜି ଆଠଗଡ ସହରର ସହରସାହି ବସ୍ତିରେ ଲକ ଡାଉନ ଯୋଗୁ ଯେପରି ଅବସ୍ଥାରେ ଏହି ବସ୍ତିର ଲୋକମାନେ ଅଛନ୍ତି ତାଙ୍କ ପାଖରେ ପହଁଚି ବସ୍ତିର ଲୋକଙ୍କୁ ମାସ୍କ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ,ଏହି […]
କରୋନା ନେଇ ସାରା ଦେଶ ନବମ ଦିନରେ ଲକ ଡାଉନ ଥିବାବେଳେ ଆଠଗଡ ନିର୍ବାଚନ ମଣ୍ଡଳୀ ର୍ ଯୁବ ସଂଗଠକ ଅଭୟ ବାରିକ ଚତୁର୍ଥ ଦିନ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ର୍ ମଙ୍ଗୁଳି ଠାରେ ଟ୍ରକ ଡ୍ରାଇଭର ଓ ହେଲ୍ପର ମାନଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟନ କରିଛନ୍ତି,ସାରାଦେଶ ଲକ ଡାଉନ ଥିବାବେଳେ ଜାତୀୟ ରାଜପଥରେ ଯାଉଥିବା ଟ୍ରକ ଡ୍ରାଇଭର ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଯୁବ ସଂଗଠକ […]
ରାୟଗଡ଼ା: ରୋଗୀ ନୁହଁ, ଭଲ ଲୋକ ଯାଉଥିଲେ ଆମ୍ବୁଲାନସରେ। କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକଡାଉନ୍ ସମୟରେ ଯାତ୍ରୀ ଓ ଆମ୍ବୁଲାନସ୍ ଡ୍ରାଇଭରଙ୍କ ଏପରି କାରନାମାର ପର୍ଦାଫାଶ କରିଛି ରାୟଗଡ଼ା ଟାଉନ୍ ଥାନା ପୁଲିସ୍। ଆମ୍ବୁଲାନସକୁ ପୁଲିସ୍ ଜବତ କରିବା ସହ ଡ୍ରାଇଭର ଲକ୍ଷ୍ମୀନାରାୟଣ ସେନାପତିଙ୍କୁ ଅଟକ ରଖିଛି। ଆମ୍ବୁଲାନସରେ ଯାତ୍ରା କରୁଥିବା ୬ ଯାତ୍ରୀଙ୍କୁ ପୁଲିସ୍ ନୋଟିସ୍ ଜାରି କରିବା ପରେ ଛାଡ଼ି ଦେଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁର ଆମ୍ବୁଲାନସ୍ ନଂ-ଓଆର୦୨କ୍ୟୁ-୫୭୮୭ ଗତକାଲି ଜଣେ […]
ଭଦ୍ରକ : ଭଦ୍ରକରୁ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ସହରକୁ ସିଲ୍ କରିଦିଆଯାଇଛି। ଦୁବାଇ ଫେରନ୍ତା ଏହି ଯୁବକଙ୍କ ରକ୍ତ ନମୁନାରେ କୋବିଡ୍-୧୯ ଭୂତାଣୁ ସ୍ପଷ୍ଟ ହେବା ପରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବିଳମ୍ବିତ ରାତିରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାର ସଦସ୍ୟଙ୍କୁ […]