କାଳିଜାଈ ପୀଠରୁ ଭୋଜି ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା, ୬ ଉଦ୍ଧାର, ୨ ଗୁରୁତର
ବାଲୁଗାଁ: ମରାଳ ମାଳିନୀ ଚିଲିକା ହ୍ରଦରେ ଆଜି ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମା’ କାଳିଜାଈ ପୀଠରୁ ଫେରୁଥିବା ଡଙ୍ଗା ବୁଡ଼ି ଯାଇଛି। ରିପୋର୍ଟ ଲେଖାହେଲା ବେଳକୁ ୬ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍ ଓ ମତ୍ସଜୀବୀମାନେ। ଉଦ୍ଧାର ହୋଇଥିବା ଲୋକମାନଙ୍କୁ ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। […]