ବଦଳିବ ସୂର୍ଯ୍ୟ ମନ୍ଦିର ରୂପ ରେଖ, ଫେରିବ ୧୨୦୦ କାରିଗରଙ୍କ କଳାକୃତି

କୋଣାର୍କ : ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଅନ୍ୟ ପ୍ରାଶାସନିକ ଅଧିକାରୀମାନେ ଆଜି ଭୋର ସାଢ଼େ ୪ଟାରେ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ପହଞ୍ଚି ବିକାଶର ନକ୍ସା ଆଙ୍କିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସହ ଅନ୍ୟମାନେ ବି ସୂର୍ଯ୍ୟମନ୍ଦିର ଓ ଆଖପାଖ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଆପାତତଃ ଫେବ୍ରୁଆରିରୁ ବିକାଶ କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି […]

ସାଇବର ଠକେଇରେ ଏକ୍ସପର୍ଟ ଅଷ୍ଟମ ଶ୍ରେଣୀ ଛାତ୍ର

ସମ୍ବଲପୁର: ସମ୍ବଲପୁର ଜିଲା ଏସପି ଡା. କନୱର ବିଶାଳ ସିଂହଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକ ମାନଙ୍କୁ ଅଭିନବ ଉପାୟରେ ଠକେଇ କରୁଥିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୁଲିସ ଜଣେ ନାବାଳକ କୁ ଅଟକ ରଖିଛି। ପୁଲିସ ତା ନିକଟରୁ ଗୋଟିଏ ମୋବାଇଲ, ଦୁଇଟି ସିମ ନଂ ୬୩୭୨୬୭୭୬୮୬ ଓ ୭୮୫୫୯୮୩୩୯୪ ସମେତ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ଏକ ଲାପଟପ ଜବତ କରିଛି। ଏ ସଂକ୍ରାନ୍ତରେ ଶୁକ୍ରବାର ଟାଉନ ଥାନାରେ […]

ତିନି ପିଲାଙ୍କୁ ଖାଇବାକୁ ଦେବାକୁ ୧୫୦ ଟଙ୍କାରେ ଚୁଟି ବିକିଲେ ମହିଳା

: ନିଜେ ଉପାସ ରହି ସେ ନିଜ ପିଲାଙ୍କ ପେଟକୁ ଖାଇବା ଦେଇଥାଏ, ସେ ହେଉଛି ମାଆ। ଦାରିଦ୍ର୍ୟର କଷାଘାତ ତଳେ ଛନ୍ଦି ହୋଇ ଗୋଟିଏ ମା’ ତାର କୁନି କୁନି ପିଲାଙ୍କ ମୁହଁରେ ଦୁଇ ମୁଠା ଦାନା ଦେବା ପାଇଁ ଶେଷରେ ୧୫୦ ଟଙ୍କାରେ ତା’ ମୁଣ୍ଡର ଚୁଟି ବିକିବା ପାଇଁ ବାଧ୍ୟ ହୋଇଛି। ଏହିପରି କିଛି ଘଟଣା ତାମିଲନାଡୁର ଜଣେ ୩୧ ବର୍ଷୀୟ ମହିଳା ପ୍ରେମାଙ୍କ ସହିତ ଘଟିଯାଇଛି। ଯାହାକୁ ପଢ଼ିବା ପରେ ଆପଣ […]

ମହିଳା ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ।

ଆଠଗଡ ଗୋପବନ୍ଧୁ ଯୁକ୍ତ ଦୁଇ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପିକା ସ୍ନେହଲତା ତ୍ରିପାଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ପୋଲିସ ଉପଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ ନାରାୟଣ ପଣ୍ଡା,ସଂମାନିତ ଅତିଥି ଭବେ ତହସିଲଦାର ତପନ କୁମାର ଖୁଣ୍ଟିଆ ଓ ବିଧାୟକଙ୍କ ପ୍ରତିନିଧି ତଥା ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶିଶିର […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୧୦ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ପୂର୍ଣିମା ରାତ୍ରି ଘ୧୨/୫୬ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ଆର୍ଦ୍ରା ଦିବା ଘ୦୪/୨୫ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ଚନ୍ଦ୍ର- ମିଥୁନ ଯୋଗ-ଇନ୍ଦ୍ର କରଣ-ବିଷ୍ଟି ସୂର୍ଯ୍ୟ -ଧନୁ ୨୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୦୩ ଯୋଗିନୀ ବାୟବ୍ୟେ ରାତ୍ରି ଘ୧୨/୫୭ଗତେ ପୂର୍ବେ କନ୍ୟା ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ପୂର୍ଣିମାର […]

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ: ଭଦ୍ରକ ଗ୍ରାମ୍ୟ ଉନ୍ନୟମ ବିଭାଗ(୧)ର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଗୁରୁବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେ କଣ୍ଟ୍ରାକ୍ଟର ଦିଗମ୍ବର ଦାସଙ୍କର ପ୍ରାୟ ୮ ଲକ୍ଷ ଟଙ୍କାର ବିଲ୍‌କୁ ଅନ୍‌ଲାଇନ୍‌ ଏଣ୍ଟ୍ରି ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।ସୂଚନା ଅନୁସାରେ, ଦିଗମ୍ବରଙ୍କ ଆର୍ଥିକ ବର୍ଷ ୨୦୧୭-୧୮ ମସିହା ପାଇଁ ସାଳନ୍ଦୀ ବନ୍ଧ ଠାରୁ ତୁମ୍ଭାପାଦୀ ଓ ଦୈସିଂ ଠାରୁ […]

ଧାନ ଢାଳିଲେ.. ଗାଡି ଆଗରେ ଶୋଇଲେ, ତଥାପି ଶୁଣୁନି ପ୍ରଶାସନ

କଲମପୁର : ଧାନ ବିକ୍ରି ପାଇଁ ଟୋକନରୁ ବଞ୍ଚିତ ହେଉଛନ୍ତି ଚାଷୀ। ଯାହା ଫଳରେ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡିରହୁଛି। ବାରମ୍ଭାର ପ୍ରଶାସନକୁ ଅବଗତ କରାଇବା ପରେ ମଧ୍ୟ ଏଥି ପ୍ରତି ଧ୍ୟାନ ନଦେବା ଚାଷୀମାନଙ୍କୁ ବ୍ୟଥିତ କରିଛି। ଆଗକୁ ବର୍ଷାର ସମ୍ଭାବନା ଥିବା ସମୟରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଧାନ ଢାଳି ଆନ୍ଦୋଳନ କରିଛନ୍ତି ଚାଷୀ। ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲା […]

ସେସୁର ସରକାରୀ ପ୍ରୀତି: ସରକାରଙ୍କୁ ମାଫ୍ – ଜନତାଙ୍କୁ ଛାଟ

ଭୁବନେଶ୍ବର: ରାଜ୍ୟ ସରକାର ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁକୁ ଏକପ୍ରକାର ବେସରକାରୀ ସଂସ୍ଥା ଟାଟା ପାୱାର ହାତକୁ ଟେକି ଦେଇଥିବା ପରେ ମଧ୍ୟ ଜନତାଙ୍କ ଉପରେ ଦାଉ ସାଧୁଛି ସେସୁ। ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁ ବିଦ୍ୟୁତ ବକେୟା ନେଇ ଜାରି କରିଥିବା ବିଜ୍ଞପ୍ତିରେ ସରକାରୀ ସଂସ୍ଥା ଓ ସାଧାରଣ ଉପଭୋକ୍ତାଙ୍କ ପାଇଁ ଅଲଗା ସମୟସୀମାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେସୁ ବକେୟା ବିଲ ପୈଠ ପାଇଁ ସାଧାରଣ ଉପଭୋକ୍ତାଙ୍କୁ ଜାନୁଆରୀ ୧୫ ତାରିଖ ଶେଷ […]

🌹🌷💐ଆଜିର ରାଶିଫଳ🌹🌷💐 ———————-

🌷💐🌹 ଅଦ୍ୟ ଜାନୁଆରୀ ୦୯ ତାରିଖ ୨୦୨୦ମସିହା ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ଅଷ୍ଟମୀ ରାତ୍ରି ଘ୧୧/୩୦ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୦୭/୫୮ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର- ମୀନ ଯୋଗ-ପରିଘ କରଣ-ବିଷ୍ଟି ସୂର୍ଯ୍ୟ -ଧନୁ ୧୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୩୩ ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୩୧ ଗତେ ପୂର୍ବେ ଧନୁ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର […]

ହସିଲେ ଆୟୁଷ ବୃଦ୍ଧି ପାଏ

ହସହସ ମୁହଁରେ ଯେ କୌଣସି କାମ ଆରମ୍ଭ କଲେ, ଶୁଭଫଳ ମିଳିଥାଏ ବୋଲି ବିଜ୍ଞ ବ୍ୟକ୍ତିଙ୍କ ମତ। ନିକଟରେ ୱାଶିଂଟନ୍ ବିଶ୍ବବିଦ୍ୟାଳୟର ଗବେଷକଗଣ ବିଶ୍ବର ପ୍ରମୁଖ ରାଷ୍ଟ୍ରର ସଂଖ୍ୟାଧିକ ଲୋକଙ୍କୁ ସାମିଲ କରି ଏକ ଗବେଷଣା କରିଥିଲେ। ଏଥିରେ ଛୋଟ ପିଲା ମଧ୍ୟ ସାମିଲ ହୋଇଥିବାର ପ୍ରକାଶ। ସବୁଠୁ ଅଧିକ ଥର ଛୋଟ ପିଲା ଓ ବୟସ୍କ ପିଢ଼ି ହସୁଥିବାବେଳେ ଯୁବପିଢ଼ି କାମର ଚାପରେ ହସିବା ଭୁଲିଯାଇଛନ୍ତି କହିଲେ ଚଳେ। ବୟସ ବଢ଼ିଲେ ନାନାଦି ଶାରୀରିକ ସମସ୍ୟା […]