ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ନିଖୋଜ ଘଟଣା : ୭ ନାବାଳିକା ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ଗୋସାଇନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ଜଣ ନାବାଳିକା ଅନ୍ତେବାସିନୀ ନିଖୋଜ ଘଟଣାରେ ମଙ୍ଗଳବାର ୭ଜଣ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି। ବିଭିନ୍ନ ସ୍ଥାନ ଜଗନ୍ନାଥ ପ୍ରସାଦ, ଚିକିଟି ଓ ଭୁବନେଶ୍ବରରୁ ବ୍ରହ୍ମପୁର ପୁଲିସ ଏହି ୭ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ନାବାଳିକାଙ୍କ ଜରିଆରେ ପୁଲିସ ଅନ୍ୟ ନାବାଳିକାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରୁଛି। ଏନେଇ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ ସୂଚନା ଦେଇଛନ୍ତି।

ଭୋଜି ବେଳେ ମଦ ପିଇ ୫ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ବରଡ଼ି ଗ୍ରାମରେ ମଙ୍ଗଳବାର ମଦ ପିଇ ୫ ଜଣ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୫ ଜଣ ବ୍ୟକ୍ତି ଭୋଜି ପରେ ମଦ୍ୟପାନ କରିଥିଲେ। ମଦ୍ୟପାନ ପରେ ୫ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଘଟଣା ସ୍ଥାଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଟାଙ୍ଗୀ ପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବିପିପିଏଲ୍ ପ୍ଲାଣ୍ଟରୁ ୧୦ ଫୁଟର ଅଜଗର ଉଦ୍ଧାର

ଆଠଗଡ (୦୮/୦୧/୨୦୨୦) : କଟକ ଜିଲାର ଆଠଗଡ ବ୍ଲକ ଅନନ୍ତପୁର ସ୍ଥିତ ବିପିପିଏଲ୍( ଭୁବନେଶ୍ବର ପାୱାର ପ୍ରାଇଭେଟ ଲିମିଟେଡ) ପ୍ଲାଣ୍ଟ ମଧ୍ୟରୁ ମଙ୍ଗଳବାର ୧୦ ଫୁଟ ଲମ୍ବର ଏକ ଅଜଗର ଶାପ ଉଦ୍ଧାର କରାଯାଇଛି। ଅଜଗରଟିକୁ ଦେଖି ଉକ୍ତ ପ୍ଲାଣ୍ଟର କର୍ମଚାରୀ ସମ୍ବିତ ପଟ୍ଟନାୟକ ପିପୂଲ୍ ଫର୍ ଆନିମଲ୍ କଟକ ସଙ୍ଗଠନକୁ ଯୋଗାଯୋଗ କରିଥିଲେ। ପିପୁଲ ଫର୍ ଆନିମଲ୍ କଟକର ସଦସ୍ୟ ତିଲକ କର ଯାଇ ଏହି ୧୦ ଫୁଟ ଲମ୍ବର ଅଜଗରଟିକୁ ଉଦ୍ଧାର କରିଥିଲେ। ପରେ […]

ପାଲିଙ୍କି ଯାତ୍ରା ।

ଦିନକୁ ଦିନ ସିରିଡ଼ି ସାଇ ଙ୍କ ଭକ୍ତ ସମାଜ ପ୍ରସାରିତ ହେବା ସହିତ ପୂଜା ଅର୍ଚ୍ଚନା କରି ଭକ୍ତ ମାନସିକ ପୂରଣ କରୁଛନ୍ତି । କେବଳ ଏତିକି ନୁହେଁ ସମୟ ସମୟରେ ସାଇଙ୍କ ପରମ୍ପରାକୁ ନେଇ ଉତ୍ସବ କରାଯାଉଛି । ସେହିଭଳି ଏକ ଉତ୍ସବ ଆଜି ଦେଖିବାକୁ ମିଳିଥିଲା ଢେଙ୍କାନାଳରେ । ଏଠାରେ ସାଇ ସମାଜ ତରଫରୁ ଏକ ଦିବସୀୟ ସାଇ ସଚରିତ ପରାୟନ୍ ଅନୁଷ୍ଠିତ ହୋଇ ଯାଇଛି । ଏହା ସହିତ ଭକ୍ତ ମାନେ ପାଲିଙ୍କି […]

ଧାନ ମଣ୍ଡିରେ ଚାଲିଗଲା ଜୀବନ ।

ନୀଳଗିରି: ମଣିଷ ଜନ୍ମ ନେଇଛି ମାନେ ଦିନେ ମୃତ୍ୟୁ ବରଣ କରିବ। ଏହା ନିରାଟ ସତ୍ୟ। କେତେବେଳେ ମଣିଷର ପ୍ରାଣ ବାୟୁ ଉଡିଯିବ ତାହା କହିବା ମଧ୍ୟ ମୁସ୍କିଲ। ଆଉ ଏହି ଆକସ୍ମିକ ମୃତ୍ୟୁକୁ ଦେଖିଲେ ବିଶ୍ବାସ ମଧ୍ୟ କରିହୁଏ ନାହିଁ। ମଣିଷ କଥା ବର୍ତ୍ତା ସହ ଚଳାବୁଲା ସବୁ କରୁଥିବ କିନ୍ତୁ ହଠାତ ପ୍ରାଣ ବାୟୁ ଉଡିଯିବ। ଏମିତି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ବରହମପୁର ଅଂଚଳରେ। ଏକ ଧାନ ମଣ୍ଡି କୁ ଧାନ […]

ଆଠଗଡ଼ ଗଦାସାହିର ଭାଇଚାରାର ନିଦର୍ଶନ

ମୋ ସାହି ଗଦାସାହିର ଭୋଜି,ଭାଇ ଚାରାର ନୂଆ ନିଦର୍ଶନ,ଗତ କିଛିବର୍ଷ ହେଲା ଆଠଗଡ ସହରରେ ଗଦା ସାହି ଏହି ଭୋଜି ଆରମ୍ଭ କରିଥିବାବେଳେ ଏହାକୁ ଅନୁକରଣ କରିଛନ୍ତି ଅନ୍ୟ ସାହି ମାନେ,ହିନ୍ଦୁ,ମୁସଲିମ ଭାଇଚାରାର ବାର୍ତା ମିଳେ କେବଳ ଏହି ସାହିରୁ,ଯଦି ଜାତି କଥା କହିବା ଏହି ସାହିରେ ଅଛନ୍ତି ବଢ଼େଇ,କମାର,ଗଉଡ଼, ଜ୍ୟୋତିଷ,କୈବର୍ତ୍ତ, ବୈଷ୍ଣବ,ଭଣ୍ଡାରି, ବ୍ରାହ୍ମଣ,କରଣ, ମୁସଲିମ,ତେଲି, ଧୋବା ଏମିତି ଆହୁରି ଅନେକ,କେବଳ ସେତିକି ନୁହେଁ ଏହି ସାହିରେ ଯେଉଁମାନେ ଭଡ଼ାରେ ଅଛନ୍ତି । ଯୋଉମାନେ ସାହିରୁ ଯାଇ […]

ଆଠଗଡ଼ ରେ ବନ୍ଦ ସଫଳ ।

ଚାନ୍ଦବାଲି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ହିନ୍ଦ୍ ମଜଦୂର ସଭା ର କର୍ମୀ । ସିଏଏକୁ ବିରୋଧ କରି ବାମପନ୍ଥୀ ଦଳ ଓ ଟ୍ରେଡ଼ ଇଉନିୟନ୍ ମାନେ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ସମର୍ଥନ ଦେଇଛି କଂଗ୍ରେସ ଦଳ,ଏହାର ପ୍ରଭାବ ଦେଖିବାକୁ ମିଳିଛି ଆଠଗଡ ରେ,କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ୱରେ ଗତକାଲି ଡ଼ାକବାଜି ଯନ୍ତ୍ର ସାହଯ୍ୟ ରେ ଆଠଗଡ ବନ୍ଦ ପାଇଁ ଘୋଷଣା କରିଥିବା ବେଳେ ଆଜି ଆଠଗଡ ସହରରେ […]

🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଜାନୁଆରୀ ୦୮ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ତ୍ରୟୋଦଶୀ ରାତ୍ରି ଘ୦୪/୦୦ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ରୋହିଣୀ ଦିବା ଘ୦୪/୪୫ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର-ବୃଷ ରାତ୍ରି ଘ୦୪/୪୪ପର୍ଯ୍ୟନ୍ତ ତଦନ୍ତେ ମିଥୁନ ଯୋଗ-ଶୁକ୍ଳ କରଣ-କୌଳବ ସୂର୍ଯ୍ୟ -ଧନୁ ୨୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୫୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୪୩ ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୪/୦୩ଗତେ ପଶ୍ଚିମେ ବିଛା ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ […]

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଆହତ, ଅଭିଯୁକ୍ତ ସ୍ବାମୀ ଫେରାର୍

କାମାକ୍ଷାନଗର/ପରଜଙ୍ଗ: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବୀର ରୋଡ ଫାଣ୍ଡିର ପଙ୍ଗାତିରା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ଶାଶୁ ବି ଆହତ ହୋଇଛନ୍ତି। ଅଭିଯୁକ୍ତ ସ୍ବାମୀ ଫେରାର୍ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପଙ୍ଗାତିରା ଗ୍ରାମର ପ୍ରଫୁଲ ସାହୁଙ୍କ ପୁଅ ଲଳିତ ସାହୁ ଗତ ୨୦୧୭ ମସିହା ମାର୍ଚ୍ଚ ମାସରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ମିତା ସାହୁଙ୍କୁ ବିବାହ କରିଥିଲେ। ବିବାହ […]

ବଦଳିବ ବ୍ରିଟିସ୍‌ ଅମଳର ଜେଲ୍‌ ମାନୁଆଲ୍‌, ଅନ୍‌ଲାଇନ୍‌ରେ ରହିବ ୮ ଲକ୍ଷ କଏଦୀଙ୍କ ଅପରାଧିକ ରେକର୍ଡ

୯୧ଟି ଜେଲ୍‌ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ, ବନ୍ଦୀଙ୍କ ଖାଦ୍ୟର ମାନ ଓ ପରିମାଣ ସିସି କ୍ୟାମେରାରେ ରେକର୍ଡ କରାଯିବ କଟକ : ସହଜରେ କୋର୍ଟରୁ ଜାମିନ୍‌ ପାଇଯାଉଥିବା ଅପରାଧୀ ଏଣିକି ଫସିବେ। ପାଖାପାଖି ୮ ଲକ୍ଷ କଏଦୀଙ୍କ ୧୦ବର୍ଷ ଭିତରେ ଅପରାଧିକ ରେକର୍ଡ ଅନ୍‌ଲାଇନ୍‌ରେ ରହିବ। କେବେ, କେଉଁ ମାମଲାରେ ଜଣେ ଅଭିଯୁକ୍ତ ଜେଲ୍‌ ଯାଇଥିଲା, ସେ ସମ୍ପର୍କିତ ତଥ୍ୟର ଡିଜିଟାଇଜେସନ୍‌ କରାଯାଉଛି। ଫଳରେ କୋର୍ଟ ଜାମିନ୍‌ ଦେବା ପୂର୍ବରୁ ‘ମାଉସ୍‌’ କ୍ଲିକ୍‌ରେ […]