*କେନ୍ଦ୍ରାପଡା : ରାଜକନିକାର ମେଳଣ ପଡିଆରେ ଭଦ୍ରକ ପାନୀୟ ଜଳ ପ୍ରକଳ୍ପ ବିରୋଧୀ ମେଳି ଆରମ୍ଭ । କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା ନଦୀର ପାଣି ଭଦ୍ରକ ଜିଲ୍ଲାକୁ ଛଡାଯିବକି ନଯିବ , ହେବ ନିତି ନିର୍ଦ୍ଧାରଣ । ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତାଙ୍କ ସହ ସ୍ଥାନୀୟ ଜନତାଙ୍କ ମେଳି ।*

*କେନ୍ଦ୍ରାପଡା : ପାଟକୁରା ବିକାଶ ପାଇଁ ହେବାକୁ ଥିବା ମିତ୍ର ଶକ୍ତି ମେଳା ଘୁଞ୍ଚାଇଦିଆଗଲା । ପ୍ରତିକୂଳ ପାଗ ପାଇଁ ଘୁଞ୍ଚାଇ ଦିଆଗଲା ବୋଲି ମିତ୍ର ମେଳା ସଙ୍ଗଠନ ପକ ସୂଚନା । ଆଜି ବସିଥାନ୍ତା ମିତ୍ର ମେଳା । ଏକାଠି ହୋଇଥାନ୍ତେ ମିତ୍ରଶକ୍ତି*

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୦୫ ତାରିଖ ୨୦୨୦ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ଦଶମୀ ରାତ୍ରି ଘ୦୩/୧୫ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ଅଶ୍ବିନୀ ଦିବା ଘ୦୧/୨୬ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା ଚନ୍ଦ୍ର-ମେଷ ଯୋଗ-ସିଦ୍ଧ କରଣ-ତୈତିଳ ସୂର୍ଯ୍ୟ -ଧନୁ ୨୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୧୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୫୩ ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୧୫ଗତେ ଅଗ୍ନିକୋଣେ ମେଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ଦଶମୀର ଏକୋଦିଷ୍ଟ ଓ […]

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ । ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ହେଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି । ଆଜି ମୁଖ୍ୟ ବିଚାରପତି ପଦରୁ ଅବସର ନେଇଥିଲେ ଜଷ୍ଟିସ ଜାଭେରୀ ଆଠଗଡ ଉପଖଣ୍ଡ ପାଇଁ ଗର୍ବ ଓ ଗୌରବ, ଗଡଜାତ ପରିକ୍ରମା ଓ ଉଦୟଲାବଣ୍ୟ ତରଫରୁ ହାର୍ଦ୍ଧିକ ଶୁଭେସ୍ଥା ଓ ଅଭିନନ୍ଦନ .

ଆଳୁରେ ଲାଗୁଛି ନିଆଁ, ଗରାଖ ହେଲେଣି ଛାନିଆ ।

ଆଠଗଡ଼ : ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡ ରେ ଆଳୁ କିଲୋ ହେଲା 30 ଟଙ୍କା, କାଲି ଥିଲା 25 ଆଜିହେଲା 30,ଏଠି ଯୋଗାଣ ବିଭାଗ ଆରାମ ରେ ଶୋଇଛି, ଯୋଗାଣବିଭାଗ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଯଦି ଏଭଳି ଅବସ୍ଥା ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆଳୁକିଲୋ କେତେ ଟିକେ କହିବେ ? ଆଉ ଦୁଇଦିନ ପରେ ଆଳୁ କିଲୋ 40 ରେ ପହଞ୍ଚିବ ବୋଲି ଦୋକାନୀ କୁହାକୁହି ହେଲେଣି।କୋଉ ଦୋକାନୀଙ୍କ ପାଖରେ ଚିଠା ନାହିଁ ହେଲେ […]

ଆଜିର ଖବର ୧- ଭୁବନେଶ୍ୱର: ଜାଡ,ବର୍ଷା ମାଡ଼ରେ ଥରୁଛି ଓଡ଼ିଶା । ୪୮ଘଣ୍ଟା ପରେ ଆହୁରି ଖସିବ ପାରଦ ୪ଦିନ ପ୍ରବଳ କୁହୁଡି । ସତର୍କତା ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଅମଳ ଧାନ ସୁରକ୍ଷା ଏବଂ ନିରାଶ୍ରୟଙ୍କୁ ସ୍ଥାନାନ୍ତର ଚିନ୍ତା । ୨- ବଗଦାତ୍ : ଆମେରିକାରେ ବିମାନ ଆକ୍ରମଣରେ ସେନା କମାଣ୍ଡର ମୃତ । ଯୁଦ୍ଧ ପାଇଁ ଇରାନ୍ ର ସଜବାଜ । ମଧ୍ୟ ପ୍ରାଚ୍ୟରେ ତ୍ରିବ ଉତ୍ତେଜନା ସହ ବିଶ୍ଵର ନେତା ମଧ୍ୟ ଚିନ୍ତିତ ଅଛନ୍ତି । ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହୋଇଛି ଆକ୍ରମଣ ହୋଇଛି ବୋଲି ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି । ରାସ୍ତାରେ ଇରାନବାସୀଙ୍କ ଆମେରିକା ବିରୋଧୀ ବିକ୍ଷୋଭ । ନୂଆ କମାଣ୍ଡର ନିଯୁକ୍ତି,ଯୁଦ୍ଧ ପାଇଁ ଇରାନର ଆହ୍ବାନ କରିଛନ୍ତି । ଶାନ୍ତି ବଜାୟ ରଖିବାକୁ ଭାରତର ନିବେଦନ । ମୃତ କମାଣ୍ଡର କାସିମ୍ ସୋଲେମନି ଥିଲେ ସବୁଠୁ ଲୋକପ୍ରିୟ । ୩- ନୂଆଦିଲ୍ଲୀ: ଅଶୋଧିତ ତୈଳ ମୂଲ୍ୟ ୪%ବୃଦ୍ଧି । ପେଟ୍ରୋଲ,ଡିଜେଲ୍ ମହଙ୍ଗା । ୪- ମଥୁରା ନଗରୀ : ବରଗଡ଼ ଧନୁଯାତ୍ରାରେ ପୁତନା ଓ ଷଡମଲ୍ଲ ନିହତ ହେବାରୁ କଂସଙ୍କୁ ଆସନ୍ନ ମୃତ୍ୟୁ ଚିନ୍ତାରେ ପକାଇଛି, ଗୋପପୁରରେ କୃଷ୍ଣ ଲୀଳା । ୫- ବାଲେଶ୍ଵର : ୫ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିଡ଼ମୁକ୍ତ ପ୍ରବେଶ ପାଇଁ ମୋବାଇଲ ଆପ୍ । ୬- ଖୋର୍ଦ୍ଧା : ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ଘଟଣା । ସନ୍ଦିଗ୍ଧର ସ୍କେଚ୍ ଜାରି କଲା ପୋଲିସ । ସୂଚନା ଦେଲେ ମିଳିବ ପୁରସ୍କାର ବୋଲି ଏସପି କହିଛନ୍ତି । ୭- ଭୁବନେଶ୍ୱର: ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସମାଗମ । ନଳବଣକୁ ଆସିଛନ୍ତି ୧୧୪ ପ୍ରଜାତି । ଗଣନା ଛୁଇଁ ଲାଣି୧୦.୭୦ ଲକ୍ଷ । ନୂଆ ସ୍ଥାନକୁ ଡଲଫିନଙ୍କ ଆଦର ବଢ଼ୁଛି । ଗଣନାରେ ବାଧକ ସାଜୁଛି ମେଘୁଆ ପାଗ । ୮- ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୯- ବେଙ୍ଗାଲୁରୁ : ୧୦୭ତମ ଭାରତ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି କାର୍ଯ୍ୟକୁ ସହଯୋଗ ଲାଗି ଆନ୍ଦୋଳନ ହେଉ l ୧୦- କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନା ପାକିସ୍ତାନର ରାଷ୍ଟ୍ରଦୂତ ଭଳି ବ୍ୟବହାର କରୁଥିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ୧୧- ଭୁବନେଶ୍ୱର : ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିଲେ କ୍ରେଡାଇ ସଦସ୍ୟ । ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବ । ୧୨- ଯୋଧପୁର : ଅମିତ୍ ଶାହଙ୍କ ଦୃଢୋକ୍ତି । ସିଏଏରୁ ଇଞ୍ଚେ ବି ପଛକୁ ହଟିବନି ବିଜେପି । ୧୩- ନୂଆଦିଲ୍ଲୀ : ଆଇଏନ୍ ଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରୁ ବାହାରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି . ଚିଦାମ୍ବରମଙ୍କ ପୁଣି ଇଡି ଜେରା କଲେ । ୧୪- ଭୁବନେଶ୍ୱର: ଦାବିକଲା ବିଏମସି ଭୁବନେଶ୍ୱର ସମ୍ପୂର୍ଣ୍ଣ ଖୋଲା ମଳତ୍ୟାଗ ମୁକ୍ତ ସହର । ଓଡିଏଫ ପ୍ଲାସ୍ ମାନ୍ୟତା ନେଇ ଘୋଷଣା କଲା । ତୃତୀୟ ପକ୍ଷ ଏହାକୁ ଯାଞ୍ଚ କରିପାରିବେ । ଏପ୍ରିଲ ସୁଦ୍ଧା ୨୦ ପ୍ରମୁଖ ସ୍ଥାନମାନଙ୍କ ର ଖୋଲାଯିବ ପରିସ୍ରାଗାର ।

ଶନିବାର ପାଇଁ କେତେକ ସହଜ ଉପାୟ, ଆପଣାଇଲେ ମିଳେ ଶନିଙ୍କ ବିଶେଷ କୃପା

ଶନିଦେବଙ୍କୁ କର୍ମଫଳ ପ୍ରଦାନ କରୁଥିବା ଦେବତା ବୋଲି କୁହାଯାଏ। ଶନିଙ୍କ କୁପ୍ରଭାବ କାରଣରୁ ବ୍ୟକ୍ତିଙ୍କ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାତକରେ ମଧ୍ୟ ଶନିଙ୍କ ସ୍ଥିତି ଅନୁଯାୟୀ ଜୀବନରେ ଉଭୟ ଉତ୍ତମ ଓ କୁପ୍ରଭାବ ପଡ଼ିଥାଏ। ଶନିବାର ଦିନ କେତେକ ସହଜ ଉପାୟ କରିବା ଦ୍ୱାରା ଶନିଙ୍କ ବିଶେଷ କୃପା ମିଳିଥାଏ ….. – ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ବ୍ରତ ରଖି ଉପବାସ କରନ୍ତୁ। – ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ […]

ଦିଲ୍ଲୀରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ କାର ଉପରେ ଆକ୍ରମଣରେ ସୋଲେମାନିଙ୍କ ହାତ ଥିଲା: ଟ୍ରମ୍ପ

ୱାଶିଂଟନ:  ଇରାନ ସେନା ବୁଦ୍ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆକସ୍ମିକ ଯୁଦ୍ଧ ହେବାର ଆଶଙ୍କା ଉପୁଜିଛି। ତେବେ ସୋଲେମାନି ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ଇସାରାରେ ଦିଲ୍ଲୀରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କେବଳ ଦିଲ୍ଲୀ ନୁହେଁ, ଦୁଇଦିନ ଭିତରେ ଟିବିଲିସି, ଜର୍ଜିଆ, ବ୍ୟାଙ୍କକ୍‌ ଏବଂ ଥାଇଲାଣ୍ଡରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ଉପରେ ବି ଆକ୍ରମଣ ହୋଇଥିଲା। ଆମେରିକା […]

ଦଶପଲ୍ଲାରେ ଲୋପ ପାଉଛି ସବୁଜ ବନାନୀ : ଫାର୍ମ ହାଉସ୍‌ ପାଇଁ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରୁ ମାରି ଦିଆଯାଉଛି ମୂଲ୍ୟବାନ ଶାଳ ଗଛ

ଦଶପଲ୍ଲା : ଯେଉଁ ସ୍ଥାନ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, ତାହା ଆଜି ଧ୍ୱଂସ ପାଇବାକୁ ବସିଛି। ଲୋପ ପାଉଛି ସବୁଜ ବନାନୀ। ଫାର୍ମ ହାଉସ୍‌ ପାଇଁ ମୂଲ୍ୟବାନ ଶାଳ ଜଙ୍ଗଲ ଏବେ ଲୋପ ପାଇବ। ହେଲେ ସବୁଜାଣି ବନ ବିଭାଗ ଚୁପ୍ ହୋଇ ବସିଛି। ବନ ବିଭାଗ (ଟେରିଟୋରିଆଲ୍) ହେଉ କି ବନ୍ୟ ପ୍ରାଣୀ ବିଭାଗ ସବୁ ଦେଖି ନିରବଦ୍ରଷ୍ଟା ସାଜିଥିବା ବେଳେ ଦିନକୁ ଦିନ ଶହ ଶହ ସଂଖ୍ୟାରେ ଶାଳ ଗଛକୁ ମାରି ଦିଆଯାଉଛି। […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹 ଅଦ୍ୟ ଜାନୁଆରୀ ୦୪ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ନବମୀ ରାତ୍ରି ଘ୦୧/୫୦ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ରେବତୀ ଦିବା ଘ୧୦/୫୬ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ଚନ୍ଦ୍ର- ମୀନ ଦିବା ଘ୧୦/୫୬ପର୍ଯ୍ୟନ୍ତ ତଦନ୍ତେ ମେଷ ଯୋଗ-ଶିବ କରଣ-କୌଳବ ସୂର୍ଯ୍ୟ -ଧନୁ ୨୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୫୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୧୩ ଯୋଗିନୀ ପୂର୍ବେ ରାତ୍ରି ଘ୦୧/୫୧ ଗତେ ଉତ୍ତରେ ଧନୁ ରାଶିର ଘାତଚନ୍ଦ୍ର ବୃଷ,ସିଂହ […]