ଜିଲ୍ଲା ରଜକ (ଧୋବା )ସମିତି ର ନୂତନ କର୍ମକର୍ତା

ଫୁଲବାଣୀ ସୁନୀଲ ପଟନାୟକ )ରବିବାର କନ୍ଧମାଳ ଜିଲ୍ଲା ରଜକ( ଧୋବା )ସମିତି ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ମନୋନୀତ କରାଯାଇଥିଲା l ଏଥିରେ କୃଷିବିଭାଗ ଅଧିକାରୀ ଶଙ୍କର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ କାଉନ୍ସିଲର ଟୁକନ୍ଦର ସେଠୀ ସମ୍ପାଦକ, ଉପ ସଭାପତି ଭାବେ ବିରୁପାକ୍ଷ ବେହେରା, ଦାଶରଥି ବେହେରା ଓ ଅନ୍ତର୍ଯ୍ୟାମୀ ବେହେରା, ତିନିଜଣ ନିର୍ବାଚିତ ହୋଇଥିବାବେଳେ ସରୋଜ ବେହେରା କୋଷାଧକ୍ଷ, ଓ ସହ ସମ୍ପାଦକ ଭାବେ ଗୀତାଞ୍ଜଳି ବେହେରା, […]

ପରିବହନଵିଭାଗ ଓ ପୋଲିସ ପକ୍ଷରୁ
ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ସ୍ପେଶାଲ ଡ୍ରାଇଭ

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ପରିବହନ ବିଭାଗ ଏନ ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଙ୍କ ନିର୍ଦେଶ କ୍ରମେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ରେ ସବୁଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ଅଂଚଳରେ କଡ଼ାକଡ଼ିଭାବେ ଗାଡିମଟର ଯାଞ୍ଚ କରାଯାଇ ପର୍ଯ୍ୟାପ୍ତ ଆକାରରେ ଫାଇନ ଆଦାୟ ଓ ଆବଶ୍ୟକ ସ୍ଥଳେ ଗିରଫ କରି କୋର୍ଟ ଚାଲାଣ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି lଏହି ସମୟ […]

ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାୟୀ ଗମନାଗମନ ବ୍ୟବସ୍ଥା,ସର୍ତ୍ତାଗୁଡା -ମିଣିଆକାଠି ରାସ୍ତାନିର୍ମାଣ

ଫୁଲ ବାଣ(ସୁନୀଲ ପଟନାୟକ )ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଫୁଲବାଣୀ ପୂର୍ତବିଭାଗ ଡିଭିଜନ ପକ୍ଷରୁ ଏବେଫୁଲବାଣୀ ସହରନିକଟବର୍ତ୍ତୀ ସର୍ତ୍ତାଗୁଡା ଛକ ରୁ ମିଣି ଆକାଠିଗ୍ରାମ କୁ ପିଚୁ ରାସ୍ତାକାମ ହାତକୁ ନିଆଯାଇଛି l କାମ ମଧ୍ୟ ଯୋର ସୋରରେ ଚାଲିଥିବା ଦେଖିବାକୁ ମିଳୁଛି l କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଶ୍ରେଣୀ […]

ଭ୍ରୁଙ୍ଗୀଯୋଡ଼ି ଠାରେ ଗଂଜେଇ ଚାଷ ବିରୋଧ ରେ ସଚେତନତା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବା ରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭ୍ରୁଙ୍ଗୀଯୋଡ଼ି ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ […]

ଫିରିଙ୍ଗିଆ ବ୍ଲକ
ପଵିଙ୍ଗିଆ ଠାରେ ଗଂଜେଇ ଚାଷ ବିରୋଧ ରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ

ଫୁଲବାଣୀ( ଉଲ୍ଲାପ୍ର )କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବା ରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଵିଙ୍ଗିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ […]

ରବିବାର ଦିନ ଖୋର୍ଦ୍ଧା ଜିଲ୍ଲାରେ ଥିବା ବାପା ମା ଙ୍କ ସେବାଶ୍ରମ ର ତୃତୀୟ ବାର୍ଷିକ ଉତ୍ସବରେ ବାଲେଶ୍ୱର ଜିଲ୍ଲାର ବରିଷ୍ଟ ସମାଜ ସେବୀ “ଶ୍ରୀ କିଶୋର କୁମାର ମହାନ୍ତି” ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବାଲେଶ୍ୱର ଜିଲ୍ଲାର ଗର୍ବ ଏବଂ ଗୌରବର ବିଷୟ ଅଟେ।

ଛତିଶଗଡ଼ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ପାରିତ

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସ ସରକାର ପଦକ୍ଷେପ ନେଇଛନ୍ତି। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସ ସରକାର ପଦକ୍ଷେପ ନେଇଛନ୍ତି। ଛତିଶଗଡ ବିଧାନସଭା ବୁଧବାର ‘ଛତିଶଗଡ ମିଡିଆ ପର୍ସନ ସୁରକ୍ଷା ବିଲ୍ ୨୦୨୩’ ପାରିତ କରିଛି। ଯାହା ଗଣମାଧ୍ୟମ ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇବ। ସେମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଏହି ବିଲର ଲକ୍ଷ୍ୟ ରଖିଛି। ଏହାକୁ ଐତିହାସିକ ବିଲ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ବିରୋଧୀ ବିଜେପି ବିଧାୟକମାନେ ଏହି […]

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ ଯୁବ ସମାଜସେବୀ ଦେବାଶିଷ ସାହାଣୀ

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ଏବଂଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ମାନଙ୍କର ଜାତୀୟ ପ୍ରଶାସନିକ ସଚିବ ଅବିନାଶ ସାମନ୍ତରାୟ ଏହି ଦାଇତ୍ୱ ଦେଇଛନ୍ତି ଛନ୍ତି | କନ୍ଧମାଳ ଜିଲ୍ଲା ପାଇଁ ଦେବାଶିଷ […]

ଅଷ୍ଟପ୍ରହରୀରେ ସମିତିସଭ୍ୟଙ୍କର ଯୋଗଦାନ

ଚମ୍ପେଶ୍ୱର( ଉଲ୍ଲାପ୍ର )ବାଗଧରିଆ ଅଷ୍ଟପ୍ରହରୀରେ ସମିତି ସଭ୍ୟ ବିପିନ ପଣ୍ଡାଙ୍କର ଯୋଗଦାନ । ପ୍ରଭୁ ଙ୍କର ଏହି ଅପୂର୍ବ ଲୀଳା ରେ ଯୋଗଦେଇ ବିଭୁ କୃପା ଲାଭ କଲେ ସମିତି ସଭ୍ୟ ବିପିନ ବିହାରୀ ପଣ୍ଡା। ବାଗଧରିଆ ରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଅଷ୍ଟପ୍ରହରୀ । ଏହା ଶନିବାର ପର୍ଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ ଚମ୍ପେଶ୍ୱର ପଂଚାୟତ ସମିତି ସଭ୍ୟ ବିପିନ ବିହାରୀ ପଣ୍ଡା,ବାଗଧରିଆ ଗ୍ରାମ୍ୟ ସଭାପତି କୁନା ବେହେରା, ସଂପାଦକ ପ୍ରଫୁଲ ବେହେରା, […]

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ ବିଶେଷ ଭାବେ ଆଲୋଚନା କରାଯାଇଥିଲା, ସବୁ ସ୍ଥାନରେ ଅମଲା ସଙ୍ଘ ଗଠନ ହୋଇଥିବା ବେଳେ ଆଠଗଡ ରେ ଏ ପର୍ଯ୍ୟନ୍ତ ସଙ୍ଘ ନଥିଲା, ପ୍ରଥମ କରି ଆଠଗଡ ବ୍ଲକ ରେ କାର୍ଯ୍ୟ କରୁଥିବା ସମସ୍ତ […]