ରେଳ ଯାତ୍ରୀ ଭଡା ବୃଦ୍ଧି କଲେ ସରକାର – ନୂଆବର୍ଷରୁ ହେବ ଲାଗୁ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଯାତ୍ରୀ ଭଡାରେ ବୃଦ୍ଧି କରିଛନ୍ତି ଯାହା ନୂଆବର୍ଷରୁ ଅର୍ଥାତ ଆଜି ରାତି ୧୨ଟାରୁ ଲାଗୁ ହେବ। ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି, ସାଧାରଣ ଅଣ-ଏସି ଟ୍ରେନରେ ଯାତ୍ରୀ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଥିବା ବେଳେ ମେଲ ଏବଂ ଅଣ-ଏସି ଏକ୍ସପ୍ରେସ ଟ୍ରେନରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ଏସି ଟ୍ରେନରେ ଏହି ଭଡାରେ […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐 ଅଦ୍ୟ ଡିସେମ୍ବର ୩୧ ତାରିଖ ୨୦୧୯ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ପଞ୍ଚମୀ ଦିବା ଘ୦୩/୩୭ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ଶତଭିଷା ରାତ୍ରି ଘ୦୧/୪୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ଚନ୍ଦ୍ର- କୁମ୍ଭ ଯୋଗ-ସିଦ୍ଧି କରଣ-ବାଳବ ସୂର୍ଯ୍ୟ -ଧନୁ ୧୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୪/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୪୩ ଯୋଗିନୀ ଦକ୍ଷିଣେ ଦିବା ଘ୦୩/୩୫ ଗତେ ପଶ୍ଚିମେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ମକର […]

ଦେଶର ୧୫ଟି ରେଳ ରୁଟ୍‌ରେ ରେଳ ଚଳାଚଳର ଘରୋଇକରଣ ପାଇଁ କେନ୍ଦ୍ର ନେଲା ନିଷ୍ପତ୍ତି

ପ୍ରଥମ ପର୍ଯ୍ୟାୟରେ ଦେଶର ୧୫ଟି ରେଳ ରୁଟ୍‌ରେ ରେଳ ଚଳାଚଳର ଘରୋଇକରଣ କରିବାକୁ କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରାଳୟ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ଏଥିପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଟେଣ୍ଡର ଡକା କାର୍ଯ୍ୟ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି। ଘରୋଇ କରଣ ପାଇଁ ଯେଉଁ ୧୫ଟି ରୁଟ୍‌କୁ ଚିହ୍ନଟ କରାଯାଇଛି ସେଥିମଧ୍ୟରେ ୧୦ଟି ଲଙ୍ଗ୍‌ ରୁଟ୍‌ ରହିଥିବା ବେଳେ ୫ଟି ସର୍ଟ ରୁଟ୍‌ ରହିଛି। ଘରୋଇ କରଣ ପାଇଁ ଯେଉଁ ୧୦ଟି ଲଙ୍ଗ୍‌ […]

ନୂଆବର୍ଷ ପାଇଁ ସଜେଇ ହୋଇଛି ପୁରୀ, ୧ ତାରିଖ ମଧ୍ୟରାତ୍ରିରେ ଫିଟିବ ଶ୍ରୀମନ୍ଦିର ଦ୍ୱାର

ନୂଆବର୍ଷ ପାଇଁ ନୂଆ ରୂପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର ।   ଏହା ସହିତ ଭକ୍ତଙ୍କ ସୁବିଧା ପାଇଁ କେତେକ ବନ୍ଦୋବସ୍ତ କରାଯାଇଛି । ବଡ଼ଦାଣ୍ଡ, ନବ ନିର୍ମିତ ସେଡ୍ ବା ଛାମୁଣ୍ଡିଆ ଏବଂ ମନ୍ଦିରର ଚାରିପାଖକୁ ବେଶ ଆକର୍ଷଣୀୟ ଢ଼ଙ୍ଗରେ ସଜେଇ ଦିଆଯାଉଛି । ମିଳିଥିବା ସୂଚନା ଅନୁସାରେ, ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ  ଶ୍ରୀଜୀଉଙ୍କ ଶୀଘ୍ର ପହୁଡ଼ ପଡ଼ିବ । ଜାନୁୟାରୀ ୧ ତାରିଖ ରାତି ୧୨ଟାରେ ଦ୍ୱାର ଫିଟିବ । ସେହିପରି ମଙ୍ଗଳଆଳତୀ ୧ଟା, […]

କେତେ ସୁରକ୍ଷିତ ଦେଶର ସାମ୍ବାଦିକ ? ଚଳିତ ବର୍ଷ ୩୬ ଆକ୍ରମଣ ମାମଲା

ଭୁବନେଶ୍ବର: ଦିନକୁ ଦିନ ଦେଶରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଏହି ଘଟଣାର ପୁନରାବୃତ୍ତି ହେଉଥିଲେ ମଧ୍ୟ ଏଥିପ୍ରତି କୌଣସି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ତେବେ ଜନସାଧାରଣଙ୍କ ନିକଟରେ ସମସ୍ତ ଖବର ପହଞ୍ଚାଇ ତାଙ୍କୁ ସଚେତନ କରାଉଥିବା କର୍ତ୍ତବ୍ୟରତ ସାମ୍ବାଦିକ ଭାଇ ଭଉଣୀମାନେ ଆମ ଦେଶରେ କେତେ ସୁରକ୍ଷିତ ସେ ନେଇ ଏବେ ପ୍ରଶ୍ନବାଚୀ ଦେଖା ଦେଇଛି। ନିକଟରେ ଗତ ଶନିବାର ଭୁବନେଶ୍ବରର ଏସ୍‌ପ୍ଲାନେଡ୍‌ ମଲରେ ଜଣେ କର୍ତ୍ତବ୍ୟରତ […]

ବଢ଼ୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା, ପୋଲିସ-ସରକାର ସବୁ ଜାଣି ଚୁପ୍ !

ନାଗରିକତା ସଂଶୋଧନ ବିଲ୍‌ ଏବେ ସମ୍ବିଧାନରେ ପରିଣତ ହୋଇଛି । ସମ୍ବିଧାନରେ ଏହି ନିୟମ ଲେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଖାଯାଇଛି । ଓଡ଼ିଶାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ସ୍ଥିତି କ’ଣ ରହିଛି, ତାହା ପରଖିବା ପାଇଁ ଉଦୟ ଲାବଣ୍ୟ ଟିମ୍ ପହଞ୍ଚିଥିଲା ଗ୍ରାଉଣ୍ଡ ଜିରୋରେ । ଖାସ୍ କରି ଭଦ୍ରକ ଜିଲ୍ଲା ଧାମରା ଓ କେନ୍ଦ୍ରପଡାର ତାଳଚୁଆ ଓ ଜମ୍ବୁରେ ଉଦୟ ଲାବଣ୍ୟ ଟିମ୍ ପହଞ୍ଚି ଗ୍ରାଉଣ୍ଡ ଜିରୋର ସ୍ଥିତି […]

ମାଙ୍କଡ ପଥର ବୁହା ଚାଲିଛି, ଧରା ହେଲା ଦୁଇ ଟ୍ରକ

ଆଠଗଡ (୨୯/୧୨/୨୦୧୯) : ଆଠଗଡ, ଖୁଣ୍ଟୁଣି ଅଂଚଳରେ ଚାଲିଛି ପଥର ମାଫିଆ ମାନଙ୍କ ରାଜ,ପ୍ରତେକ ଦିନ ଆଠଗଡ ସହର ଦେଇ 20 ରୁ ଅଧିକ ଟ୍ରକ ଟ୍ରାକ୍ଟର ଯାଉଥିଲେ ମଧ୍ୟ ନା ପୋଲିସ ଧରୁଛି ନା ତହସିଲ ଅଫିସ ଧରୁଛି,ବରଂ ପଥର ମାଫିଆ ମାନେ ତହସିଲ ଅଫିସ ଓ ପୋଲିସ କୁ ଲାଞ୍ଚ ଦେଇ ପଥର ଚୋରା ଚାଲାଣ କରୁଛନ୍ତି,ଆଜି ଗୁରୁଡ଼ିଝାଟିଆ ଆର ଆଇ ଦୁଇଗୋଟି ଟ୍ରକ ରେ ପଥର ଚୋରା ଚାଲାଣ ହେଉଥିବା ବେଳେ ଧରି […]

ପିକ୍‌ନିକରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଯୁବକ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ପରଜଙ୍ଗ: ଚଳିତ ବର୍ଷର ଶେଷ ରବିବାର ଅବସରରେ ପିକ୍‌ନିକ୍‌ ସାରି ଘରକୁ ଫେରୁଥିବା ବେଳେ କାର୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଚଗଲା ରଣା (୨୧) ଆଜି ସକାଳୁ ନିଜ ଉଚ୍ଚବିଦ୍ୟାଳୟର ସାଙ୍ଗମାନଙ୍କ ସହ ପିକନିକ୍‌ ପାଇଁ ଦଦରାଘାଟି ଡ୍ୟାମ୍‌କୁ ଯାଇଥିଲେ। ସେଠାରେ ସେ ପିକନିକ୍‌ ସାରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଚଗଲା ଏକ ମୋଟର ସାଇକେଲ୍‌ରେ ଫେରୁଥିବା ବେଳେ ଗାଁ ନିକଟ ଶିବ ମନ୍ଦିର ପାଖରେ ପଛପଟରୁ ଏକ ଇନୋଭା (ଓଡି […]

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ବଡମ୍ବା ପ୍ରେସ କ୍ଲବର ନିନ୍ଦା

ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନି ଦାବି. ବଡମ୍ବା (୨୯/୧୨/୨୦୧୯) : ବଡମ୍ବା ପ୍ରେସ କ୍ଳବ ର୍ ଏକ ବୈଠକ ରବିବାର ଦିନ ପ୍ରେସ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି, ବରିଷ୍ଠ ସାମ୍ବାଦିକ ବିରଜା ଚରଣ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ପ୍ରେସ କ୍ଳବ ର୍ ଆଇନ ପରାମର୍ଶଦାତା କୈଳାଶ ଚନ୍ଦ୍ର ଜେନା ,ସଭାପତି ସୁଜିତ ପଟ୍ଟନାୟକ, ସମ୍ପାଦକ ଦିଲୀପ ସାମନ୍ତ,ମାୟାଧର ମଲିକ,ଆର୍ତ୍ତବନ୍ଧୁ ସାହୁ,ବରଦା ଚରଣ ପଟ୍ଟନାୟକ, ମନୋଜ ନାୟକ ପ୍ରମୁଖ […]

ଏଣିକି ମୋବାଇଲ ଆପରେ‘ଖଜଣା’: ଉନ୍ମୋଚିତ ହେଲା ‘ପାଉତି’ ଆପ୍

ଭୁବନେଶ୍ବର: ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଭୂ-ରାଜସ୍ବ(ଖଜଣା) ପୈଠ କରିହେବ। ଏଥିପାଇଁ  ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ‘ପାଉତି’ ଆପର ଉନ୍ମୋଚନ କରିଛନ୍ତି। ଜନସାଧାରଣଙ୍କୁ ଆଉ ଆରଆଇ ଅଫିସକୁ ଯାଇ ଖଜଣା ଦେଇ ପାଉତି କାଟିବାକୁ ପଡିବନାହିଁ। ସେମାନେ ଘରେ ବସି ଏହି ମୋବାଇଲ ଆପ୍ ମାଧ୍ୟମରେ ଖଜଣା ପୈଠ କରିପାରିବେ।ଏଥି ସହିତ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟରେ ଜନସାଧାରଣଙ୍କ ପାଇଁ ଇ-ସାର୍ଟିଫିକେଟ ୱେବସାଇଟର ମଧ୍ୟ ଶୁଭାରମ୍ଭ କରାଯାଇଛି। ଜାତିଗତ,ବାସିନ୍ଦା ଏବଂ […]