ସରକାରୀ ସଂସ୍ଥାକୁ ଟିକଟ ଦେବନି ଏୟାର ଇଣ୍ଡିଆ, ୨୬୮ କୋଟି ବକେୟା
ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ସରକାରୀ ବିମାନ ପରିଚାଳନା ସଂସ୍ଥା ଏୟାର ଇଣ୍ଡିଆ ପ୍ରଥମ ଥରପାଇଁ ସରକାରୀ ସଂସ୍ଥା ମାନଙ୍କୁ ଟିକଟ ଦେବାପାଇଁ ମନାକରିଛି। ଏୟାର ଇଣ୍ଡିଆ କହିଛି ଯେଉଁ ସରକାରୀ ସଂସ୍ଥା ମାନଙ୍କର ବକେୟା ପରିମାଣ ୧୦ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଆଉ ଟିକଟ ମିଳିବନି,ଯେଉଁ ପର୍ଯ୍ୟନ୍ତ ସେମାନେ ବକେୟା ଅର୍ଥ ପୈଠ ନକରିଛନ୍ତି। ଏୟାର ଇଣ୍ଡିଆର ସୂଚନା ଅନୁସାରେ ବିଭିନ୍ନ ସରକାରୀ ସଂସ୍ଥାର ପ୍ରାୟ ୨୬୮ କୋଟି ଟଙ୍କା ବାକି ରଖିଛନ୍ତି।ଏୟାର ଇଣ୍ଡିଆର ଜଣେ […]