*😟ଆଜିଠୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ । ତିନିଦଫା ଦାବି ନେଇ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର ଆକ୍ସନ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି ।* *ସୂଚନାଯୋଗ୍ୟ ଯେ, ତିନିଦଫା ଦାବି ନେଇ ବଲାଙ୍ଗୀର ଆକ୍ସନ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ବଲାଙ୍ଗୀର ୨ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ତିନି ଦଫା ଦାବିଗୁଡିକ- ୧-ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ନିର୍ମାଣ କରାଯିବା, ୨-ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନସ୍ଥାପନ କରାଯାଉ ଓ ୩-ବଲାଙ୍ଗୀର ବାଏ ପାସ ରାସ୍ତାର କାମକୁ ତ୍ବରାନ୍ବିତ କରାଯିବା ଭଳି ୩ଟି ଦାବି ରହିଛି ।*

*🌹ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ।ଏହା ଏକ ଗୁପ୍ତ ସେବା ଓ ଚାରିଘଣ୍ଟାର ନୀତି ହୋଇଥିବା କାରଣରୁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।*

ସ୍କ୍ରାପ୍ ଦରରେ ବିକ୍ରି ହେବ ନା ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା?

ଭୁବନେଶ୍ୱର/ ପୁରୀ (ବ୍ୟୁରୋ):ଓଡ଼ିଶା ଫେରିବ ନା ଖଣ୍ଡ ଖଣ୍ଡ ହୋଇ ସ୍କ୍ରାପ୍ ଦରରେ ବିକ୍ରି ହେବ ବିଜୁଙ୍କ ଡାକୋଟା । ଏହି ବିମାନକୁ ହଟାଇବାକୁ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଯୋଜନା ପରେ ବଢିଛି ଏଭଳି ଆଶା ଓ ଆଶଙ୍କା । ତେଣେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଦ୍ୟମ କେବଳ କାଗଜପତ୍ରରେ ଚାଲିଥିବାକୁ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଶ୍ରୀଜଗନ୍ନାଥ ସେନା ଡାକୋଟା ଫେରାଇ ଆଣିବାକୁ ଅନୁମତି ପାଇଥିବା ଦାବି କରିବା ଘଟଣା ନୂଆ ଚର୍ଚ୍ଚା ସୃଷ୍ଟି କରିଛି। କୋଲକାତା […]

ରାଜ୍ୟରେ ଜନତା ଭୟଭୀତ, ଅଚିନ୍ତାରେ ମୁଖ୍ୟମନ୍ତ୍ରୀ: ବିରୋଧୀ ଦଳ ନେତା

ଭୁବନେଶ୍ୱର(): ରାଜ୍ୟରେ ଦିନକୁ ଦିନ ମହିଳା ବିରୋଧୀ ହିଂସା ଓ ବଳାକ୍ରାର ବଢିବାରେ ଲାଗିଛି। ଯାହାକୁ ନେଇ ସାଧାରଣ ଲୋକେ ଭୟଭୀତ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାଶୂନ୍ୟ ହୋଇ ବସି ରହିଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅଭିଯୋଗ କରିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳାବିରୋଧୀ ହିଂସା ଯେଭଳି ବଢ଼ିବାରେ ଲାଗିଛି ତାକୁ ଦେଖିଲେ […]

🌹🌷💐ଆଜିର ରାଶିଫଳ🌹🌷💐ଅଦ୍ୟ ଡିସେମ୍ବର ୧୮ ତାରିଖ ୨୦୧୯ମସିହା(ବୁଧବାର)🌹🌷💐

🌷💐🌹 ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ସପ୍ତମୀ ରାତ୍ରି ଘ୧୧/୩୬ପର୍ଯ୍ୟନ୍ତ ତଦନ୍ତେ ଅଷ୍ଠମୀ ନକ୍ଷତ୍ର-ପୂ଼ର୍ବାଫାଃ ରାତ୍ରି ଘ୧୨/୪୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଃ ଚନ୍ଦ୍ର- ସିଂହ ଯୋଗ-ପ୍ରିତି କରଣ-ବିଷ୍ଟି ସୂର୍ଯ୍ୟ -ଧନୁ ୦୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୮/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୫୩ ଯୋଗିନୀ ବାୟବ୍ୟେ ରାତ୍ରି ଘ୧୧/୩୬ ଗତେ ଐଶାନ୍ୟେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ମୃତେ ରାତ୍ର ଘ୧୧/୩୬ […]

*BREAKING* *କେନ୍ଦ୍ରାପଡା : ମହାକାଳପଡା ବ୍ଲକ ଗୋବରୀ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର । ଗୁରୁତର ଜଣକ ଦେଉଳପଡା ଗାଁର ବ୍ରଜ କିଶୋର ପ୍ରଧାନ । ବ୍ରଜ ଗୋବରୀ ନଦୀରେ ଜାଲରେ ମାଛ ଧରୁଥିବା ବେଳେ କୁମ୍ଭୀର ଆକ୍ରମଣର ଶୀକାର ହେଲେ । ହାତ ଓ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ନିଜ କୌଶଳରେ କୁମ୍ଭୀର ମୁହଁରୁ ନିଜ ଜୀବନ ଛଡାଇ ଆଣିଲେ ବ୍ରଜ । ବ୍ରଜଙ୍କୁ ପ୍ରଥମେ ନିକଟସ୍ଥ କୁରୁତୁଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଗଲା*

*👉ନୟାଗଡ଼ ଖଣ୍ଡପଡା ଥାନା ମର୍ଦ୍ଦରାଜପୁର ନୂଆ ସାହିକୁ ରାସ୍ତା ନିର୍ମାଣ ବିବାଦ, ପ୍ରଶାସନ ପକ୍ଷରୁ ରାସ୍ତାରୁ ମାଟି ଉଠାଇବାକୁ କେନ୍ଦ୍ର କରି ଉତ୍ତେଜନା, ଘଟଣାସ୍ଥଳରେ ଖଣ୍ଡପଡ଼ା ତହସିଲଦାର ଗ୍ରାମବାସୀଙ୍କ ଦ୍ବାରା ଅଟକ*

*👉ଖୋର୍ଦ୍ଧାରେ ଏକ କ୍ଲିନିକ୍‌ରେ ଡାକ୍ତର ଓ କର୍ମଚାରୀଙ୍କୁ ଗୁଳିମାଡ଼ ମାମଲା: ଅପରାଧୀଙ୍କ ସୁରାକ୍‌ ମିଳିଥିବା ସୂଚନା ଦେଲେ ଏସ୍‌ପି, ହତ୍ୟା ପାଇଁ ସୁପାରି କିଲର ନିୟୋଜିତ ହୋଇଥିବା ସୂଚନା, ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ*