🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଡିସେମ୍ବର ୧୬ତାରିଖ ୨୦୧୯ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ମଞ୍ଚମୀ ରାତ୍ରି ଘ୦୩/୩୬ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୦୩/୨୦ ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର- କର୍କଟ ରାତ୍ରି ଘ୦୩/୨୦ ପର୍ଯ୍ୟନ୍ତ ତଦନ୍ତେ ସିଂହ ଯୋଗ-ବୈଧୃତି କରଣ-କୌଳବ ସୂର୍ଯ୍ୟ -ଧନୁ ୦୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୭/୩୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୦୩ ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୩/୩୯ ଗତେ ପଶ୍ଚିମେ ମିଥୁନ ରାଶିର ଘାତବାର ଅଦ୍ୟ […]

ହାତୀ ହାବୁଡ଼ରେ ପଡ଼ି ଛେଳି ଚରାଇ ଯାଇଥିବା ବୃଦ୍ଧା ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅନ୍ତର୍ଗତ ମହାବିରୋଡ଼ ରେଞ୍ଜ୍‌ ଅଞ୍ଚଳର ଡମୋଳ ଗାଁରେ ହାତୀ ହାବୁଡ଼ରେ ପଡ଼ି ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି। ମୃତା ମହିଳା ହେଉଛନ୍ତି ୬୦ ବର୍ଷୀୟ ବୁଧେଈ ବେହେରା। ଶନିବାର ଦିନ ବୁଧେଈ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରି ନ ଥିଲେ।ତାଙ୍କ ଶବ ବଡ଼କଟା ପୋଖରୀ ନିକଟରେ ପଡ଼ିଥିବା କଥା ଆଜି କେତେକ ଗ୍ରାମବାସୀ ଦେଖିବା ପରେ ତାଙ୍କ ପରିବାରକୁ ଖବର ଦେଇଥିଲେ। ଏ ସଂକ୍ରାନ୍ତରେ ବନବିଭାଗକୁ […]

ଦାଣ୍ଡପହଁରା.

ଓଡିଶା ର ଲୋକମାନେ ସବୁ ସମୟରେ ନିଜର ଐତିହ ପରମ୍ପରା କୁ ନେଇ ଗର୍ବ ଅନୁଭବ କରିବା ସହିତ ଅନେକ ପ୍ରଥା ପାଳନ କରିଥାନ୍ତି. ସୁଦୁଶା ବ୍ରତ, ଭାଲୁକୁଣି ଓଷା, ଆଖି ତୃତୀୟ ଭଳି ଅନେକ ଓଷା ବ୍ରତ କରିଥାନ୍ତି. ସେହିପରି ଆଉ ଗୋଟିଏ ଓଷା ହେଉଛି ଦାଣ୍ଡ ପହଁରା. ପ୍ରବାଦ ଅନୁଯାୟୀ ଦାଣ୍ଡପହଁରା ଓଷା ପାଳନ କଲେ ମୃତ ବ୍ୟକ୍ତି କୁ ଯମ ଫେରାଇ ଦେଇଥାଏ ଅର୍ଥାତ ମୃତ ବ୍ୟକ୍ତି ଜୀବନ ପାଇଁ ଥାଏ. ପିଲାମାନଙ୍କର […]

*ଭୁବନେଶ୍ୱରରେ ବରଗଡର ୯ ଜିଲ୍ଲା ପରିଷଦ ସଦସ୍ୟ । ଗଣମାଧ୍ୟମ ସାମ୍ନାରେ ରଖିଲେ ସ୍ପଷ୍ଟୀକରଣ, ଆମ ଇଚ୍ଛାରେ ଏଠାକୁ ଆସିଛୁ । ଆମକୁ ହାଇଜାକ କରାଯାଇନି । ବିଜେପି ଆଣୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଆମେ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେପିରୁ ଇସ୍ତଫା ଦେଇସାରିଛୁ ।*

*ନାଗରିକତା ସଂଶୋଧନ ଆଇନ ଉପରେ ରାଜନୈତିକ ହଟ୍ଟଗୋଳ ଏବଂ ଏହାକୁ ନେଇ ପୂର୍ବୋତ୍ତରର କିଛି ମୁଖ୍ୟମନ୍ତ୍ରୀଙ୍କ ଅପିଲ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ କିଛି ପରିବର୍ତ୍ତନକୁ ନେଇ ସଂକେତ ଦେଇଛନ୍ତି । ଝାଡ଼ଖଣ୍ଡ ଗିରିଡୀହରେ ନିର୍ବାଚନ ରାଲିରେ ଶାହ କହିଛନ୍ତି ଯେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସଙ୍ଗମା ମୋତେ ଆଇନରେ କିଛି ପରିବର୍ତ୍ତନ କରିବାକୁ କହିଛନ୍ତି । ମେଘାଳୟ ପାଇଁ ଆମେ ରଚନାତ୍ମକ ରୁପେ ସମଧାନ ବାହର କରିବା ପାଇଁ ବିଚାର କରିବୁ । ଏହାସହ ସେ ଲୋକଙ୍କୁ ଭୟଭିତ ନହେବା ପାଇଁ ଅପିଲ କରିଛନ୍ତି ।*

*ନାଗରକିତା ସଂଶୋଧନ ଆଇନ ଉପରେ ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ନେଉନି । ଲଗାତାର ତୃତୀୟ ଦିନ ରବିବାରରେ ମଧ୍ୟ ନଦିଆ, ଉତ୍ତର 24 ପରଗଣା ଏବଂ ହାଓଡା ଜିଲ୍ଲାରେ ହିଂସାର ଘଟଣା ଘଟିଛି । ଉତ୍ତର 24 ପରଗଣା ଏବଂ ନଦିଆ ଜିଲ୍ଲାରେ ଅମଦଙ୍ଗା ଏବଂ କଲ୍ୟାଣୀ ଅଞ୍ଚଳରେ ପ୍ରଦର୍ଶନକାରୀ ବିଭିନ୍ନ ରାସ୍ତା ଅବରୋଧ କରିଥିଲେ ଏବଂ ରାସ୍ତାରେ ନିଆଁ ଲଗାଇଥିଲେ । ଏହାରି ମଧ୍ୟରେ ପ୍ରଶାସନ ସାମିଜିକ ଗଣମାଧ୍ୟମରେ ମିଛ ଏବଂ ଭ୍ରାନ୍ତି ଖବରର ପ୍ରଚାର ରୋକିବା ପାଇଁ ମାଲଦା, ମୁର୍ସିଦାବାଦ, ହାଓଡ଼ା, ଉତ୍ତର 24 ପରଗଣା ଏବଂ ଦକ୍ଷିଣ 24 ପରଗଣାର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ରୁପେ ବନ୍ଦ କରାଯାଇଛି ।* *ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ନେତାଙ୍କ ଅପିଲ ପରେ ମଧ୍ୟ ରାଜ୍ୟରେ ହିଂସାର ଘଟଣା ଜାରି ରହିଛି । ଦେଗଙ୍ଗା ଅଞ୍ଚଳରେ ଦୋକାନ ଭଙ୍ଗାରୁଜା କରିବା କରିବା ସହ ଟାୟର ଜଳାଯାଇଛି । ନଦିଆରେ ପ୍ରଦର୍ଶନକାରୀମାନେ କଲ୍ୟାଣୀ ଏକ୍ସପ୍ରେସ ହାଇୱେକୁ ବନ୍ଦ କରିଥିଲେ ଏହାସହ ସଂଶୋଧିତ ଆଇନର କିଛି ପୃଷ୍ଠାକୁ ନିଆଁ ଲଗାଇଥିଲେ । ଏହିପରି ବିରୋଧ ପ୍ରଦର୍ଶନର ଖବର ହାଓଡା ଜିଲ୍ଲାର ଦୋମଜୁର, ବର୍ଧମାନ ଏବଂ ବୀରଭୂମି ଅଞ୍ଚଳରେ ଦେଖିବାକୁ ମିଳିଛି, ଯେଉଁଠାରେ ପ୍ରଦର୍ଶନକାରୀମାନେ ରାଲି ବାହର କରି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ।*

ଓଡ଼ିଆ ରେ ଓଡି଼ଶା ଶାସନ ଖିଲାପ କାରିକୁ ଦଣ୍ଡବିଧାନ ଦାବିରେ 878 ଦିନର ଭାଷା ଆନ୍ଦୋଳନ କୁ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି। ଭାଷା ଆନ୍ଦୋଳନ, ଓଡି଼ଶା ତରଫରୁ ଆଠଗଡ ରେ ଭାଷା ଅନୁଷ୍ଠାନ ସାହିତ୍ୟ,ସଂସ୍କୃତି, ଐତିହ୍ୟ, ପରମ୍ପରା ବହନ କରୁଥିବା ଗଡଜାତ ପରିକ୍ରମା ତରଫରୁ, ଅବାହକ ଲଲାଟେନ୍ଦୁ ସେନାପତିଙ୍କ ନେତ୍ରୁତ୍ଵରେ ଆଠଗଡ ରେ ଭାଷାଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଗଲା,40 ଜଣ ଭାଷାଯୋଦ୍ଧା ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା, ଭାଷା ଆନ୍ଦୋଳନ, ଓଡ଼ିଶାର ଆବାହକ ପବିତ୍ର ମହାରଥା, ବିପ୍ଲବୀ କବି ଉମା ଚରଣ ମହାନ୍ତି,ଜୟ ପ୍ରକାଶ ମିଶ୍ର ଓ ନବ କିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ

ଗଡଜାତ ମହୋତ୍ସବ ପାଇଁ ତୃତୀୟ ବୈଠକ

ଆଠଗଡ ର୍ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ଗଡଜାତ ମହୋତ୍ସବ ପାଇଁ ତୃତୀୟ ବୈଠକ ଉତରା ଚଣ୍ଡୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି, ଗଡଜାତ ପରିକ୍ରମା ର୍ ଉପ ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ, ଜାନୁଆରୀ 13 ତାରିଖ ଠାରୁ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବ, ଏଥିରେ ପଲି ଶ୍ରୀ ମେଳାର […]

ଭାଷା ଆନ୍ଦୋଳନର ଯୋଦ୍ଧା ମାନଙ୍କ ଆଠଗଡରେ ପଦାର୍ପଣ ।

ଭାଷା ଆନ୍ଦୋଳନର ଯୋଦ୍ଧା ମାନଙ୍କୁ ଆଜି ଆଠଗଡ ରେ ଉତରା ଚଣ୍ଡୀ ମନ୍ଦିର ଠାରେ ସମ୍ବର୍ଦ୍ଧିତ କରାଯାଇଛି,ରାଜ୍ୟରେ ଭାଷା ଆନ୍ଦୋଳନ କୁ ସହଯୋଗ କରି ଆଠଗଡ ର୍ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ଭୁବନେଶ୍ୱର ଠାରେ ଭାଷା ଆନ୍ଦୋଳନ ରେ ସାମିଲ ହେବା ସହିତ ଆଠଗଡ ରେ ଦୀର୍ଘଦିନ ଧରି ଭାଷା ଆନ୍ଦୋଳନ ଚାଲୁ ରହିଥିଲା,ଭାଷା ଆନ୍ଦୋଳନ ରେ ସହଯୋଗ କରିଥିବା ଗଡଜାତ ପରିକ୍ରମା ର୍ ସଭ୍ୟ,ସ୍ଥାନୀୟ ସାମ୍ବାଦିକ,ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ […]