ଆଜିର ରାଶିଫଳ

ମେଷ : ଘର ପରିବାରର କାମ ସମ୍ପୂର୍ଣ୍ଣ କରିବା ପାଇଁ ଟିକେ ବୁଦ୍ଧି ବିବେକରେ କାମ କରିବାକୁ ହେବ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନହେଲେ କୌଣସି ବାଦ-ବିବାଦ କିମ୍ବା ମନମାଳିନ୍ୟ ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ, ନିରର୍ଥକ ଖର୍ଚ୍ଚ କରନ୍ତୁ ନାହିଁ। ଆର୍ଥିକ ବିଷୟଗୁଡ଼ିକରେ ସାବଧାନ ରୁହନ୍ତୁ। ବୃଷ : ଆପଣ ନିଜର ପରିବାରର ଆର୍ଥିକ ଆବଶ୍ୟକତାକୁ ଆଜି ସମ୍ପୂର୍ଣ୍ଣ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମନରେ ଉତ୍ସାହ ତଥା […]

*ଦୁଷ୍କର୍ମ ମାମଲା ଯେପରି ବଢୁଛି ତାହାକୁ ନେଇ ସାରା ଦେଶ ଆଜି ରାଗିକି ଅଛି । ହାଇଦ୍ରାବାଦ ଏନକାଉଣ୍ଟର ଘଟଣା ପରେ ସମସ୍ତେ ଖୁସି ଅଛନ୍ତି, ନିର୍ଭୟା ଘଟଣାର ଦୋଷୀଙ୍କୁ ବି ଅତିଶୀଘ୍ର ଫାଶି ଦିଆଯାଉ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ*

*ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ରେଢ଼ାଖୋଳ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, ଆୟବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ସୁନ୍ଦରଗଡ଼ ଭିଜିଲାନ୍ସର ଚଡ଼ାଉ*

*ପୋଲିସ ଶକ୍ତ ପଦକ୍ଷେପ ନେଇଛି । ନିର୍ଭୟା କାଣ୍ଡଠାରୁ ଆରମ୍ଭ କରି ଏପରି ଘଟଣାରେ ପୋଲିସ ତୁରନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦରକାର, ହାଇଦ୍ରାବାଦ ପୋଲିସଠାରୁ କିଛି ଶିଖିବା ଦରକାର : ସରକାରୀ ଅତିଥି ଭାବେ ଅପରାଧୀକୁ ରଖାଯାଉଛି : ମାୟାବତୀ*

*ହାଇଦ୍ରାବାଦ ଏନକାଉଣ୍ଟର ଘଟଣା : ପୋଲିସର କାର୍ଯ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ପୀଡିତାଙ୍କୁ ନ୍ୟାୟ ମିଳିଛି । ଏହି ଘଟଣାରେ ପୋଲିସ ଉପରେ ପ୍ରଶ୍ନ ଉଠାଇବା ଅଲଗା କଥା । କିନ୍ତୁ ମୋତେ ଏବଂ ଦେଶର ସମସ୍ତ ଲୋକଙ୍କୁ ଶାନ୍ତି ମିଳିଛି : ଯୋଗଗୁରୁ ବାବା ରାମଦେବ*

*ହାଇଦ୍ରାବାଦ ଏନ୍‌କାଉଣ୍ଟର ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା | ସେମାନେ ଦୋଷୀ, କଠୋର ଦଣ୍ଡ ମିଳିବାର ଥିଲା | ହାଇଦ୍ରାବାଦ ପୋଲିସ ଯାହା କରିଛି ଠିକ୍ କରିଛି* *ଅନ୍ୟ ଦେଶରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଅଛି | ସେଠାରେ ରାସ୍ତାରେ ସେମାନଙ୍କୁ ଗୁଳି କରାଯାଉଛି | ଭାରତରେ ମଧ୍ୟ ସମାନ ଆଇନ ଆସିବା କଥା: ପ୍ରତାପ ଜେନା*

*କୋରାପୁଟ ଜୟପୁରରେ ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ହେବା ଘଟଣା: ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ରଥଙ୍କୁ ଗିରଫ କଲା ସଦର ଥାନା ପୋଲିସ, ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ହେଉଛନ୍ତି ରାଜେନ୍ଦ୍ର ରଥ, ଅଷ୍ଟମ ଶ୍ରେଣୀ ଛାତ୍ରୀ ୩ ମାସର ଗର୍ଭବତୀ ଥିବା ସୂଚନା ମିଳିଥିଲା*

*ଅସମୟରେ ରଥଯାତ୍ରା କରାଯିବା ପ୍ରସଙ୍ଗ ନେଇ ଥାନାରେ ଏତଲା | ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଏତଲା | ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ମଧ୍ୟ ଦିଆଗଲା ଦାବିପତ୍ର* *ଗାଜିଆବାଦର ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ବିରୋଧରେ ଏତଲା | ଡିସେମ୍ବର ୨୯ରେ ରଥଯାତ୍ରା ନେଇ ଟ୍ରଷ୍ଟ ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା | ଟ୍ରଷ୍ଟ ମୁଖ୍ୟଙ୍କୁ ଗିରଫ ପାଇଁ ଦାବି କଲା ଜଗନ୍ନାଥ ସେନା*