*ରାଜ୍ୟରେ ୨୩୭ ଆଇଏଏସ ପଦବୀରୁ ୬୧ ଖାଲି ପଡିଛି । ୨୭ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିଭଳି ୧୮୮ ଆଇପିଏସ ପଦବୀରୁ ୭୧ ଫାଙ୍କା ଅଛି । ୨୯ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।*

*ପ୍ରଦୀପ ମହାରଥୀ ଙ୍କ ବିରୋଧରେ ସରକାରୀ ଜମି ହଡପର ଅଭିଯୋଗ ଆଣିଲା ବିଜେପି। ମହାରଥିଙ୍କୁ ଜମିମାଫିଆ କହି ୧୦୦ କୋଟିରୁ ଉର୍ଦ୍ଧ ଟଙ୍କାର ଜମି ହଡ଼ପ କରିଥିବାର ଅଭିଯୋଗ କଲେ ମୁଖପାତ୍ର ଗୋଲକ ମହାପାତ୍ର। ମହାରଥୀ ନିଜ ଫାର୍ମ ହାଉସ ପାଖ ବିଭିନ୍ନ ସରକାରୀ ଜମି କୁ ଦଖଲ କୁ ନେଇଥିବାର ତଥ୍ୟ ରଖି ଅଭିଯୋଗ କଲା ବିଜେପି।*

*ଭୁବନେଶ୍ବରରେ କୁଖ୍ୟାତ ଡକାୟତ ନଣ୍ଡା ନାଲୁକୁ ଗିରଫ କଲା କମିସନରେଟ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ | ୭୦ ଗ୍ରାମ ସୁନା, ୧୫୦ ଗ୍ରାମ ରୁପା ଓ ୨ଟି ବାଇକ୍‌ ଜବତ | ପୁରୀ ଅସ୍ତରଙ୍ଗ ଅଞ୍ଚଳର ନଣ୍ଡା ନାଲୁ ନାଁରେ ରହିଛି ୫୯ଟି ମାମଲା*