ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ଚୋରି: ତାଲା ଭାଙ୍ଗି ଦୃର୍ବୁତ୍ତ ଲୁଟି ନେଲେ ସୁନା ଅଳଙ୍କାର
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ଗତ ରାତିରେ ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ୨ ନଂ ଓ୍ବାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଜାମପଦା ସାହିର ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନଙ୍କ ଘରେ କେହି ନଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ତାଙ୍କ ଘରର ମୁଖ୍ୟ […]