କନ୍ଧମାଳ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ

…କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହି ଯୋଜନାରେ ବ୍ଲକ ସମେତ ଅନ୍ୟ ବିଭାଗରେ କାମ କରାଯାଉଛି। ବିଶେଷ କରି କୋଭିଡ ପରେ ଏମ୍‌ଜିଏନ୍‌ଆରଇଜିଏସ୍‌କୁ ଅଧିକ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ବିନା ସର୍ଭେରେ ହେଲା ଭଳି କାର୍ଯ୍ୟରୁ ସ୍ପଷ୍ଟ ବାରିହେଉଛି। ଜବକାର୍ଡଧାରୀ ପଞ୍ଚାୟତରେ କାମ ପାଇଁ ଆବେଦନ କଲେ ସେମାନଙ୍କୁ ଏହି ଯୋଜନାରେ […]

ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ: ଭିତ୍ତିଭୂମି ସଜାଡ଼ିବାକୁ ସାଂସଦଙ୍କ ପ୍ରତିଶ୍ରୁତି

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ଯୋଗଦେଇ ଶିକ୍ଷାଦାନରେ ଅଧ୍ୟାପକଙ୍କ ଦାୟିତ୍ଵ […]

ବାଲିଗୁଡ଼ାରେ ବଡ଼ ଧରଣର ଲୁଟ :ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୁନାପାଙ୍ଗା ସାହିର ସ୍ବପ୍ନେଶ୍ବର ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଘଟଣା ପ୍ରକାରେ ସ୍ବପ୍ନେଶ୍ବର ସାହୁ ନିଜ ପରିବାର ସହ ଦୁଇଦିନ ପାଇଁ ଭଞ୍ଜନଗର ସ୍ଥିତ ନିଜ ସମ୍ପର୍କୀୟଙ୍କ ଏକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ସେ ଭୂବନେଶ୍ବର ଯାଇଥିଲେ । ଦୁଇଦିନ ପରେ […]

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ନେତୃତ୍ବରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳର ଏକ ନଦୀ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଗଞ୍ଜେଇ ମାଫିଆ ମାନେ ପୁଲିସକୁ ଦେଖି ଘଟଣା […]

ଫୁଲବାଣୀ ଜମାମସଜିଦ ର ନୂତନ କର୍ମକର୍ତା

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ଜାମା ମସଜିଦର ନୂତନ କର୍ମକର୍ତା ଚୟନ କରା ଯାଇଛିl ସଭାପତି ଭାବେ ଜନାବ ଅବଦୁଲ ରାଜ଼ାକ ( ବୁଦୁନୁ ଭାଇ ) ସମ୍ପାଦକ ଭାବେ ଜନାବ ମହମ୍ମଦ ଲତିଫ ବେଗ ଏବଂ କୋଷାଧକ୍ଷ ଭାବେ ଜନାବ ମହମ୍ମଦ ଇମତିଆଜ ଖାଁ ମନୋନୀତ ହୋଇଛନ୍ତି l ଗୁରୁବାର ଫୁଲବାଣୀ ବସ୍ତିରେ ରହୁ ଥିବା ମୁସଲମାନ ସମ୍ପ୍ରଦାୟ ଭାଇ ମାନଙ୍କୁ ନେଇ ଫୁଲବାଣୀ ଜାମା ମସଜିଦରେ ଏକ ସାଧାରଣ ବୈଠକ ରଖି ସଭାପତି, ସମ୍ପାଦକ […]

ଫୁଲବାଣୀ ପୌରପରିଷଦରେ ଅଧ୍ୟକ୍ଷା ଓ
ଇଓ ବିବାଦ, ଉନ୍ନୟନ୍ନ କାର୍ଯ୍ୟ ଠପ

ଫୁଲବାଣୀ(ସୁନୀଲପଟନାୟକ)ନିର୍ବାଚନ ପରଠାରୁ ସବୁକିଛି ଠିକ ଠାକ ଚାଲିଥିଲା। ଫୁଲ ବାଣୀ ସହରରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ମଧ୍ୟ ପ୍ରତ୍ୟେକ ୱ ୲ର୍ଡରେ ଯୋରସୋରରେ ଚାଲିଥିଲା। ରାସ୍ତାଘାଟ ଡ୍ରେନ ନିର୍ମାଣ,ବିଦ୍ୟୁତ ଯୋଗାଣ,ସଫେଇ ଆଦିରେ ଜନ ସାଧାରଣ ମଧ୍ୟ ବେଶ ଖୁସିଥିଲେ । ହେଲେ ଗତ ଦୁଇ ସପ୍ତାହ ହେଲା କୁ ଆଡେପୌର ନିର୍ବାହୀ ଅଧିକାରୀ ଓ ପୌରାଧକ୍ଷାଙ୍କ ସହ ତୁ …ତୁ .ମେ.. ମେ ଚାଲିଛି। ଫଳରେ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି କହିଲେ ଚଳେ। କିଏ କାହାର […]

ଆଜିର ରାଶିଫଳ

ଅଦ୍ୟ ପ୍ରେବୃଆରୀ ମାସ ୨୨ ତାରିଖ ୨୦୨୩ ମସିହା(ବୁଧବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳଫାଲଗୁନମାସ-ଶୁକ୍ଳପକ୍ଷତିଥି- ତୃତୀୟା ରାତ୍ରି ଘ୦୩/୪୯ ଗତେ ଚତୁର୍ଥୀନକ୍ଷତ୍ର-ପୁର୍ବଭାଦ୍ର ଦିବା ଘ୦୭/୨୮ ଗତେ ଉତ୍ତରଭାଦ୍ରଚନ୍ଦ୍ର- ମୀନଯୋଗ-ସାଧ୍ୟକରଣ – ତୈତିଳସୌରମାସ- କୁମ୍ଭ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୫୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୦୯*✧═════•❁❀*ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୩/୪୯ ଗତେ ନୈରୁତେ*ଧନୁ ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳା -ଦିବା ଘ୦୯/୦୭ ଗତେ ଘ୧୦/୩୪ ମଧ୍ୟେବାରବେଳା – ଦିବା ଘ୧୧/୫୭ ଗତେ ଘ୦୧/୨୬ ମଧ୍ୟେ══•❁❀❁•═ବିଶୁଦ୍ଧ ଅମୃତ ବେଳ। – […]

ଦମ୍ପତିଙ୍କ ଠାରୁ ଲୁଟ ମାମଲା
ଲକ୍ଷେ ଟଙ୍କା ଉଦ୍ଧାର, ଜଣେ ଗିରଫ

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ସହର ମଧ୍ୟସ୍ଥ କାଞ୍ଚନ ବଜାର ଅଞ୍ଚଳରୁ ଗତ ୧୬ ତାରିଖରେ ସ୍ପଷ୍ଟ ଦିବାଲୋକରେ ଲୁଟ ହୋଇଥିଲା l ସ୍କୁଟିରେ ଯାଉଥିବା ଦମ୍ପତିଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପି ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ l ଏହି ଘଟଣାରେ ପୁଲିସ ଆଜି ଜଣକୁ ଗିରଫ କରିଛି l ଗିରଫ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଇଲାକା ପକଲାପଲ୍ଲୀ ଗ୍ରାମର ସୁରେଶ ଦାସ (୩୬) l ସୁରେଶ ନିଜ ଘରେ ଲୁଚିଥିବା ବେଳେ ପୁଲିସ […]

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହ ୪୦ ହଜାର ଟଙ୍କା ଜୋରିମାନା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁନୀଲ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୪୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ […]