ଗେଣ୍ଡୁ ଫୁଲ ଚାଷ କରି
ଫିରିଙ୍ଗିଆ ବ୍ଲକ ର ୫0 ରୁ ଉର୍ଦ୍ଧ ସ୍ବୟଂ ସହାୟକା ଗୋଷ୍ଠୀ ସ୍ୱାବଲମ୍ବୀ ହେଲେ

ଫୁଲବାଣୀ(ସୁନୀଲ ପଟନାୟକ )ସଭାସମିତି ଠୁ ଆରମ୍ଭ କରି ବିବାହ, ବ୍ରତ, ବିବାହ ବାର୍ଷିକୀ, ଜନ୍ମଦିନ ସବୁଠି ଦିନକୁ ଦିନ ଫୁଲ ର ଚାହିଦା ବଢ଼ିବାରେ ଲାଗିଛି l ଫଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଫୁଲ ଚାଷ କରିବାଲାଗି ଫିରିଙ୍ଗିଆ ବ୍ଲକ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ, ଙ୍କ ଆନ୍ତରିକତା ନିଷ୍ଠାପର ଉଦ୍ୟମ, ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଚଳିତ ବର୍ଷବ୍ଲକ ର ପନ୍ଦର ରୁ ଊର୍ଧ୍ଵ ପଂଚାୟତ ରେ […]

ଫିରିଙ୍ଗିଆ ପୋଲିସ ର ଚଢ଼ାଉ, ଅଢ଼େଇ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର ଫିରିଙ୍ଗିଆ ପୋଲିସଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଲପ ଟଙ୍ଗିଆ ଗ୍ରାମ ରେ ଚଢ଼lଉ କରିଅଢେଇ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ଜବତ କରିଥିଲେ l ତେବେ ଅଭିଯୁକ୍ତମାନେ ଘଞ୍ଚ ଜଙ୍ଗଲ ର ସୁଯୋଗ […]

ପୁଅର ମୃତ୍ୟୁ ପରେ ସରକାରୀ ସହାୟତା ଫେରାଇଲେ ସାମ୍ବାଦିକ ଶିବ ପ୍ରସାଦ

ଫୁଲବାଣୀ (ସୁନୀଲ ପଟନାୟକ ) ମାନସିକ ଅନଗ୍ରସରତଥା ଭିନ୍ନକ୍ଷମ ପୁଅର ମୃତ୍ୟୁ ପରେ ସରକାରୀ ସହାୟତା ରାଶି କୁ ଫେରାଇଦେଇଛନ୍ତି ସାମ୍ବାଦିକ ବାପା ଶିବ ପ୍ରସାଦ ବିଶ୍ୱାଳ ସାମ୍ବାଦିକ ବିଶ୍ୱାଳ ଙ୍କ ପୁଅ ଶତପ୍ରତିଶତ ଭିନ୍ନକ୍ଷମ ହୋଇଥିବାରୁତାଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦରେ ମାସକୁ ୭ଶ ହ ଟଙ୍କା ଲେଖାଏଁ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମିଳୁଥିଲା ଏଥି ସହ ଖାଦ୍ୟ ସୁରକ୍ଷା ଆଇନ ପ୍ରକାରେ ମାସକୁ ୫ କେଜି ଚାଉଳ ମଧ୍ୟ ମିଳୁଥିଲା […]

ବିଡ଼ିଓଙ୍କ ପ୍ରତିଶୃତି ପାଇ ଖୁସିରେ ଫେରିଲେ ଭିନ୍ନକ୍ଷମ ବୃଦ୍ଧା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଓ ଉପଦ୍ରୁତ ତଥା ଦୁର୍ଗମ ପାଙ୍ଗା ଉପରସାହି ପଂଚାୟତ ର ଗଣ୍ଡାପଡ଼ା ଗ୍ରାମ ର ବସୁମତୀ ମଲିକ l ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳା lତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଛି l କିନ୍ତୁ ଚାଉଳ ମିଳୁନି lଭିନ୍ନକ୍ଷମ ଯୋଗୁଁ କୌଣସି କାମଧନ୍ଦା କରିପାରୁନାହାନ୍ତି ବସୁମତୀ l ଚାଉଳ ଗଣ୍ଡାକ ପାଇବା ପାଇଁ ସେ ପଂଚାୟତରୁ ଆରମ୍ଭକରି ବ୍ଲକ, ଉପଜିଲାପାଳ. ଓ ଏପରିକି ଜିଲାପାଳ ଙ୍କ ନିକଟରେ […]

ପି ଏମ ଜି ଏସ ୱାଇ ରାସ୍ତା କାମ ନେଇ କେନ୍ଦ୍ରୀୟ ଟିମ ଅସନ୍ତୋଷ

ଫୁଲବାଣୀ (ସୁନୀଲ ପଟନାୟକ )ଗ୍ରାମାଞ୍ଚଳ ର ଲୋକମାନଙ୍କୁ ସ୍ଥାୟୀ ଗମନାଗମନ ର ସୁବିଧା ଯୋଗାଇ ଦେବାପାଇଁ ସରକାର ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ର ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦେଉଛନ୍ତି l ତେବେ କିଛି ଦୁର୍ନିତୀ ଗ୍ରସ୍ତ ଠିକାଦାର ଓ ଯନ୍ତ୍ରୀ ଙ୍କ ପାଇଁଏହି ଯୋଜନା ଲକ୍ଷ୍ୟ ଭ୍ରଷ୍ଟ ହେଊଛିକନ୍ଧମାଳ ଜିଲ୍ଲାରେ lଠିକ ସମୟରେ କାର୍ଯ୍ୟ ସରୁନଥିବା ରୁ ଲୋକେ ସୁଫଳ ପାଉନାହାନ୍ତି lକାର୍ଯ୍ୟ ମଧ୍ୟ କୁଆଡେ ନିମ୍ନ ମାନର ହେଉଛି l ଗତକାଲି କେନ୍ଦ୍ରୀୟ ଟିମ ମଧ୍ୟ ପିଏ […]

ଅନାଥ ଦୁଇ ଶିଶୁ ଙ୍କୁ ଥଇଥାନ କଲା ଚାଇଲଡ ଲାଇନ

ଫୁଲବାଣୀ(ସୁନୀଲ ପଟନାୟକ )ଚାଇଲ୍ଡଲାଇନ୍ ତରଫରୁ ସୋମବାର ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଯୁଇଖୋଲ ଗ୍ରାମର ପିତାମାତା ହରେଇ ଥିବା ୨ଶିଶୁଙ୍କୁ ଅଧ୍ୟକ୍ଷ ଶିଶୁମଙ୍ଗଳ କମିଟିରେ ଉପସ୍ଥାପନ କରି କମିଟିର ଆଦେଶ ଅନୁସାରେ ମୁଳଗୁଦାରିସ୍ଥିତ ସାଧନ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିଯାଇଛି। ସୁଚନା ଅନୁସାରେ ଶିଶୁର ମାତା ୨୦୧୮ ମସିହାରେ ଅଜଣା ରୋଗରେ ମୃତ୍ୟୁବରଣ କରିଥିଲେ ଓ ପିତା ହତ୍ୟାର ଶୀକାର ହୋଇ ମାର୍ଚ୍ଚ ୨୦୨୨ ରେ ମୃତ୍ୟୁବରଣ କରିଥିଲେ। ଏହା ପରେ […]

ଶିକ୍ଷୟତ୍ରୀ ଙ୍କ ବଦଳୀ ଦାବୀ ରେ ସ୍କୁଲ ରେ ତାଲା ଠୁଙ୍କିଲେ ଅଭିଭାବକ,ପ୍ରଶାସନ ର ପ୍ରତିଶ୍ରୁତି ପରେ ଆଜି ଖୋଲିଲା ସ୍କୁଲ

ଫୁଲବାଣୀ(ସୁନୀଲ ପଟନାୟକ )ଇନ ଚାର୍ଜ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଟ ହୋଇ ଶେଷରେ ସମ୍ପୃକ୍ତ ଶିକ୍ଷୟତ୍ରୀ ଙ୍କୁ ସେ ଠାରୁ ହଟାଇବା ଦାବୀ କରି ଅବିଭାବକ ଓ ଗ୍ରାମବାସି ମିଶି ସୋମବାର ସକାଳୁ ବିଦ୍ୟାଳୟ ରେ ତାଲା ଠୁଙ୍କି ଦେଇଥିଲେ lଫଳରେ ସ୍କୁଲ ରେ ପାଠ ପଢ଼ା ଠପ ହୋଇଯାଇଥିଲା l ସମସ୍ୟା ର ସମାଧାନ ନ ହେଲାଯାଏ ତାଲା ଫିଟିବନି ବୋଲି ଅଡ଼ି ବସିଥିଲେ ଗ୍ରାମବାସି lଏଭଳି ଅଭାବନୀୟ ଘଟଣା ଦେଖିବାକୁ […]

ପ୍ରଥମ କୁ ଛାଡି
ଦ୍ୱିତୀୟ ବିବାହ ମହଙ୍ଗା ପଡିଲା ରଂଗୀଲା ଶିକ୍ଷକ ଙ୍କୁ, ଥାନାରେ ମାମଲା

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଥମ ପତ୍ନୀ କୁ ଛାଡି ଦିତ୍ୱୀୟ ବିବାହ କରିଥିବା ଶିକ୍ଷକ ଏବେ ହରଡ଼ଘଣlରେ l ଶିକ୍ଷକଜଣଙ୍କ ହେଲେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୁଜାମା ଜୁ ସର କାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ lଖବର ପାଇ ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି lବାଲିଗୁଡା ପୋଲିସ ୨ ୧ /୨ ୩ ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା […]

କଳାବ୍ୟାଜ୍‌ ପିନ୍ଧି ଢେଙ୍କାନାଳ ଆର୍‌ବିଏସ୍‌ ଆୟୁଷ୍ ଡାକ୍ତରଙ୍କ ଧାରଣା

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲାର ସମସ୍ତ ୩୧ଜଣ ଆର୍‌ବିଏସ୍‌ ଆୟୁସ୍ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଗତ ୧୧ ତାରିଖରୁ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟରତ ଅଛନ୍ତି । ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଡାକ୍ତରମାନେ ଓଡିଶାର ସମସ୍ତ ଜୋନ୍‌ରୁ ୧୮ ବର୍ଷ ବୟସର ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା , ରୋଗ ଚିହ୍ନଟ କରିବା ସହ ସାଧାରଣ ଜନତାଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛୁ । ବିଭିନ୍ନ ଦୈବୀ ଦୁର୍ବିପାକ , ମହାମାରୀ ତଥା […]

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌ : ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ: ୬ ଯାତ୍ରୀ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌। ଫଳରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ‘ସାଲୁଙ୍କି’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ନିର୍ଦ୍ଧାରିତ ସମୟରେ ମୁନିଗୁଡ଼ାରୁ ଯାତ୍ରୀଙ୍କୁ ଧରି ଫୁଲବାଣୀ ଅଭିମୁଖେ ବାହାରି ଥିଲା। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା […]