ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,ଓ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ନିରୁପମା ଦୋରା, ଏ ବି ଇଓ ଅମୁଲ୍ୟ ଜେନା ପ୍ରମୁଖ ଯୋଗ […]

କେ ଜି ବି. ଭି କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବିପୂରଣ ନେଇ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଙ୍କୁ ପ୍ରଦାନ କରିଥିଲେ l ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲାପାଳ ପାଟିଲ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ lସେମାନଙ୍କ […]

ଗୋପାଳପୁର ପୋଲିସ ର ନିସ୍ତୁକ ମାଡ଼ ରେ ବ୍ୟବସାୟୀ ଲହୁ ଲୁହାଣ, ଥାନାଧିକାରୀ ଙ୍କ ନାଁ ରେ ମାମଲା ରୁଜ୍ଜୁ

ଫୁଲ ବାଣୀ (ସୁନୀଲ ପଟନାୟକ )ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସ ର ଅମାନବୀୟତା ଓ ବର୍ବରତା lକୌଣସି କାରଣ ନଥାଇଗଂଜାମ ଜିଲ୍ଲା ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶ ରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ସହର ର କନ୍ୟାଶ୍ରମ ରୋଡ ରେ ରହୁଥିବା ରେଡି ମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କଘରେ ପଶି ସାହି ଲୋକଙ୍କ […]

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫ ଜଣ ଏଡ଼ସ ରୋଗୀ, ୩୬ ମୃତ

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ ଅବସର ରେ ଆୟୋଜିତ ସଭା ରେ ଯୋଗଦେଇ ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଛନ୍ତି lଦିନଥିଲା ଏଡ଼ସ ନା ଶୁଣିଲେ ଲୋକେ ଭୟଭୀତ ହୋଇଯାଉଥିଲେ l […]

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ ସ୍କୁଲ ରହିଛି ଯେଉଁଠି କି ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବା ଫଳରେ ପିଲା ଏ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମା […]

ସାତକୋଶିଆ ବାଲିପୁଟରେ ଇକୋ-ରିଟ୍ରିଟ୍‌, ଆଭାସି ମାଧମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନରସିଂହପୁର (ଉଲ୍ଲାପ୍ର )ଓଡ଼ିଶା ଟୁରିଜିମ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ (ଓଟିଡିସି) ପକ୍ଷରୁ କଟକ ଜିଲ୍ଲା ପ୍ରଶାସନ ସହଯୋଗରେ ମହାନଦୀର ସାତକୋଶିଆ-ବାଲିପୁଟରେ ନିର୍ମିତ ଇକୋ-ରିଟ୍ରିଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଉତ୍ସବରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ସଂମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, କଟକ ଜିଲ୍ଲାପାଳ ଭବାନୀ ଶଙ୍ଖର ଚଇନି,ଅତିରିକ୍ତ ଜିଲାପାଳ ପୂର୍ଣଚନ୍ଦ୍ର ମିଶ୍ର,ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଓ ଟୁରିଜିମ ବିଭାଗର ଅଧିକାରୀ […]

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ସିସିଆଇର ସୁପରିଟେଣ୍ଡେଣ୍ଟ ଅଦ୍ଵେଶା ମହାପାତ୍ର, ସମ୍ମାନିତ ଅତିଥି ଭାବେ କାଉନସେଲର ଗୀତାଞ୍ଜଳି ପଣ୍ଡା ଯୋଗ ଦେଇ ନିଜ ବକ୍ତବ୍ୟରେ ମହାମାରୀ ଏଡ୍ସର ଭୟାବହତା ସମ୍ପର୍କରେ ସଚେତନ କରାଇ ଥିଲେ। ଯୁବ […]

ଟଙ୍କା ଆଦାୟ କରିବାକୁ ଯାଇ ହତ୍ୟା ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ୫ ହଜାର ଜରିମାନା

ଫୁଲବାଣୀ,(ସୁନୀଲ ପଟନାୟକ) ବକେୟା ଟଙ୍କା ଆଦାୟ କରିବାକୁ ଯାଇ ଚାପୁଡା ମାଡରେ ହତ୍ୟା ମାମଲାର ବିଚାରଣ କରି,ମାମଲାର ସାଖ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ଜ ସୁଶ୍ରୀ ସ୍ମୃତିରେଖା ବାରିକ ମାମଲାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି,କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଅଂଚଳର ସିମେଣ୍ଟ ଓ ଲୁହାଛଡ ବ୍ୟବସାୟୀ ବିକ୍ରମ ପଣ୍ଡା ଓ ତାଙ୍କ ସହେଯାଗୀ ବିକୁନ ସାହୁଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ସେମାନଙ୍କୁ […]

ବିଭିନ୍ନ ଦାବି ପୂରଣ ନେଇ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବିଭିନ୍ନ ବ୍ଲକର ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଇପିଏଫ୍, ଇଏସଆଇସି ରେ ସାମିଲ୍ କରାଯାଇ ୧୮୦୦୦ ହଜାର ଟଙ୍କା ବେତନ ପ୍ରଦାନ, ଅବସରକାଳୀନ ସହାୟତା, ଯୋଗ୍ୟତା ଭିତିରେ ଏଏନଏମ ଭାବେ ନିଯୁକ୍ତି, ଗୋଷ୍ଠୀ ଏବଂ ପ୍ରlଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଗୃହର ସୁବିଧା, କୋଭିଡରେ ମୁତ୍ୟୁ ବରଣ କରିଥିବା ଆଶାଙ୍କୁ […]

ଫୁଲବାଣୀ -ବ୍ରହ୍ମପୁର ଜାତୀୟ ରାଜପଥ ରୁଜାଙ୍ଗି ରେ ପାଣି ପାଇଁ ରାସ୍ତା ଅବରୋଧ

ଫୁଲବାଣୀ (ସୁନୀଲ ପଟନାୟକ )ଖରା ନ ଆସୁଣୁ ଦେଖାଦେଲାଣି ପାଣି ସମସ୍ୟା lପାଣି ପାଇଁ ଉତ୍ୟକ୍ତ ଲୋକେ ବୁଧବାର ବ୍ରହ୍ମପୁର -ଫୁଲବାଣୀ ଜାତୀୟ ରାଜପଥ ରୁଜାଙ୍ଗି ଠାରେ ଗରା, ମାଠିଆ ବାଲଟି ରଖି ରାସ୍ତା ଅବରୋଧ କରିବା ଫଳରେ ବ୍ରହ୍ମପୁର, ବାଲିଗୁଡା, ରାୟଗଡା, ଆଦି ଯିବାକୁଥିବା ଗାଡି ମଟର ଆଦି ଅଟକି ରହିଛି ସକାଳୁ lରୁଜାଙ୍ଗି ରେ ୩ଟା ନଳକୂପ ଥିଲେ ବି ସବୁ ଗୁଡିକ ଅଚଳ ହୋଇପଡିଛି l ସେହିପରି ପାନୀୟ ଜଳ ପ୍ରକଳ୍ପ ମଧ୍ୟ […]