ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

admin | January 20, 2020 | 235 views |0 | District , ରାଜ୍ୟ ଖବର

ଏବେବି ଜଳୁଛି ଘର, ଏବେବି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ଛାରଖାର ହେଉଛି । ଖଟିଖିଆ ଗରୀବ ଲୋକର ବର୍ଷକର ଆହାର, ପିନ୍ଧିବା ବସ୍ତ୍ର, ଖାଇବା ପାଇଁ ଉଦ୍ଦିଷ୍ଟ ବାସନ୍ ସବୁ କିଛି ହେଉଛି ଛାର ଖାର ।

କାହାପାଇଁ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାହାପାଇଁ ବିଜୁ କୁଟୀର ଯୋଜନା, କାହାପାଇଁ ହୋଇଛି ଏତେ ସବୁ ଯୋଜନା ?

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ତିଲେଶ୍ୱର ପଞ୍ଚାୟତର ମାଣିକପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୪ବଖରା ଘର ସହ ଲକ୍ଷାଧିକଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ସୂଚନା ଯୋଗ୍ୟ, ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ମାଣିକପୁର ଗ୍ରାମର କମ୍ଭୁପାଣି ପ୍ରଧାନଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ସାହି,ପଡ଼ିଶାଙ୍କ ଚିତ୍କାର ଶୁଣି ପରିବାରଲୋକେ ବାହାରି ଆସିଲେ। ଯାହାଫଳରେ ସେମାନଙ୍କ ଜୀବନ ବର୍ତ୍ତି ଯାଇଥିଲା। ଚାହୁଁ ଚାହୁଁ ଏହି ନିଆଁ ଅନ୍ୟ ଜଣଙ୍କ ଘରକୁ ମଧ୍ୟ ବ୍ୟାପି ଯାଇଥିଲା। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାରୁ  ସ୍ଥାନୀୟଲୋକେ ନିଆଁ ଲିଭାଇବାକୁ ସଫଳ ହୋଇନଥିଲେ। । ଖବର ପାଇ ରାତାରାତି ହରଭଙ୍ଗା ଦମକଳ  ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାତ୍ର ସେତେବେଳକୁ ପରିବାରର ୪ବଖରା ଚାଳ ଛପର ଘର ପୋଡି ପାଉଁଶ ହୋଇଯାଇଥିଲା। ଏହାସହିତ ବର୍ଷକର ଅମଳ ହୋଇଥିବା ଧାନ ,ବିରି, ମୁଗ ଜଳିଯାଇଥିଲା। ଘର ତିଆରି ପାଇଁ ରଖିଥିବା ୪୦ ବସ୍ତା ସିମେଣ୍ଟ ସାଙ୍ଗକୁ ଗୋଟିଏ ସାଇକେଲ ସହ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିଲା।ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories