#Uncategorized

ଆଠଗଡ ସହର ଦ୍ୱିତୀୟ ସପ୍ତାହ ପାଇଁ ସଟଡାଉନ


ଆଠଗଡ(ଉଲାପ୍ର)ଆଠଗଡ ସହର ଦ୍ୱିତୀୟ ସପ୍ତାହ ପାଇଁ ସଟଡାଉନ ଓ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି, ଆଠଗଡ ସହରର ୧୮ ଗୋଟି ୱାର୍ଡ ରେ ଏହି ନିୟମ ଲାଗୁ କରିଛି ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଠଗଡ ପ୍ରଶାସନ, ଆଠଗଡ ସହର ପାଇଁ ବିପଦ ହୋଇଛନ୍ତି ସ୍ଥାନୀୟ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ, ଯାହାଙ୍କ ଘରୁ ଏକ କାଳୀନ ୮ଜଣଙ୍କର ପଜିଟିଭ ବାହାରିବା ପରେ ଆଠଗଡ ସହର ବାସୀ ଆତଙ୍କିତ ହୋଇ ପଡିଛନ୍ତି,ଆଠଗଡ ଡ଼ିଏସପି ଙ୍କ ସହିତ ଜଣେ ମେଡ଼ିସିନ ଦୋକାନୀ ମାଲିକ ଟଟ ଯିଏକି ସିଧାସଳଖ ସଂସ୍ପର୍ଶରେ ଆସିଥିଲା ଆଉ ପ୍ରଶାସନ ପକ୍ଷରୁ ତାକୁ ହୋମ କ୍ୱାରେନ ଟାଇନ ରେ ରହିବା ପାଇଁ କୁହାଯାଇଥିଲା ସେ ଯୁବକ ଏହାକୁ ନମାନି ଆଠଗଡ ସହରର ବିଭିନ୍ନ ବ୍ୟକ୍ତି ବିଶେଷ,ବ୍ୟାଙ୍କ,ମୋବାଇଲ ଦୋକାନ,ପକୁଡି ଦୋକାନ,ମେଡିକାଲ,ବିଭିନ୍ନ ଡାକ୍ତର,ଷ୍ଟାଫ,ବିଭିନ୍ନ ଅଫିସ,ଜମିବାଡ଼ି ବିକ୍ରୟ ହେଉଥିବା ସ୍ଥାନମାନଙ୍କୁ ଯାଇଥିବା କଣ୍ଟ୍ରାକ୍ଟ ଟ୍ରେସିଂ ରେ ଜାଣିବାକୁ ମିଳିଛି,ସେହିପରି ଡିଏସ୍ପିଙ୍କ ଘରେ କାମ କରୁଥିବା ଜଣେ ମହିଳା ତାଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁ ସେ ମଧ୍ୟ ପଜିଟିଭ ଆସିବା ପରେ ସେହି ମହିଳା ମଧ୍ୟ ବସ୍ତି ଅଂଚଳରେ ବିଭିନ୍ନ ଲୋକଙ୍କ ସହିତ ମିସିଛନ୍ତି,ପ୍ରଶାସନ ତରଫରୁ ସମସ୍ତଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଭିତରକୁ ଅଣାଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ହୋମ ଆଇସୋଲେସନ ରେ ରଖାଯାଇଛି,ପୁନର୍ବାର ଆଠଗଡ ସହରର ୧୮ ଗୋଟି ୱାର୍ଡ କୁ ଦ୍ୱିତୀୟଥର ପାଇଁ ସଟଡାଉନ କରାଯିବା ସହିତ କଣ୍ଟେନମେଣ୍ଟ ଯୋନ ବିଳମ୍ବରେ ଘୋଷଣା କରାଯିବା ଯୋଗୁ ବ୍ୟବସାୟୀ ଇ ଖାଉଟି ଏହାର ତୀବ୍ର ବିରୋଧ କରିଛନ୍ତି,ଯଦି ଆଠଗଡ ସହରକୁ ସ ଟ ଡାଉନ କରିବାର ଥିଲା ପୂର୍ବଦିନ ପ୍ରଶାସନ ତରଫରୁ କରାଯାଇ ପାରିଥାନ୍ତା,ପ୍ରଶାସନ ଏହା ନକରି ବ୍ୟବସାୟୀ ମାନେ ସକାଳୁ ଦୋକାନ ଖୋଲିଥିବା ବେଳେ ୯ ଟା ବେଳକୁ nac ତରଫରୁ ଡ଼ାକବାଜି ଯନ୍ତ୍ରଯୋଗେ ଆଠଗଡ ମଙ୍ଗଳବାର ଠାରୁ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରିବା ପରେ ବ୍ୟବସାୟୀ ଓ ଖାଉଟି ଏହାକୁ ହଜମ କରି ପାରି ନାହାଁନ୍ତି,
ଗତ ସପ୍ତାହରେ ମଧ୍ୟ ଆଠଗଡ ସହରକୁ ସଟଡାଉନ କରାଯିବାର ପାଞ୍ଚଦିନ ପରେ ସହରକୁ ସାନିଟାଇଜ କରାଯାଇଥିଲା,ଆଉ ଦ୍ୱିତୀୟ ଥର ପାଇଁ ପ୍ରଶାସନ ସହରକୁ ସ ଟB ଡାଉନ କରିଥିବା ବେଳେ କୋଉଦିନ ସହର ସାନିଟାଇଜ ହେଉଛି ତାହା ଦେଖିବାକୁ ବାକି ରହିଲା,କରୋନାକୁ ମୁକାବିଲା କରିବାରେ ଆଠଗଡ ଉପଖଣ୍ଡ ପ୍ରଶାସନ ଯେମିତି ଫେଲ ମାରିଛି।

Leave a comment

Your email address will not be published. Required fields are marked *