#Uncategorized

ଆଜିର ରାଶିଫଳ

🌹ମେଷ: କଳ-ବଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାତକୁ ଆଣି ପାରନ୍ତି । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି ।ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।ମନ ପ୍ରସନ୍ନ ରହିବ । ଅର୍ଥ ମିଳିବ । ଦୟାଳୁ ହେବେ ।

🌹ବୃଷ: ପରୋପକାରକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି ।ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖୀ ହେବେ ।

🌹ମିଥୁନ: ନୂତନ କାର୍ଯ୍ୟର ଦାୟିତ୍ବ ବହନ ପାଇଁ ଆଗ୍ରହ ପ୍ରକାଶ କରିବେ । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।

🌹କର୍କଟ: ଆତ୍ମୀୟଙ୍କ ସହିତ ଯୋଗାଯୋଗ ରଖୁପାରିଲେ,କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରୁ ଲାଭ ମିଳିବ ।ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ । ସୁଖୀ ହେବେ ।

🌹ସିଂହ: ବିବାଦରୁ ଓହରି ଯାଇ ଆପୋସ-ଆଲୋଚନାରେ ସମାଧାନର ବାଟ ଖୋଜିବେ । ଭ୍ରାତୃଭାବ ଅତୁଟ ରହିବ ।ସୁସ୍ଥ ରହିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ଚାକିରିରେ ସୁନାମ ଅର୍ଜନ କରିବେ ।

🌹କନ୍ୟା: ଭାବିଚିନ୍ତି କାର୍ଯ୍ୟ କରିବାକୁ ପଡ଼ିବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମ ଚଞ୍ଚଳ ରହିବେ ।ଆକସ୍ମିକ ଧନଲାଭ ହେବ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ବିଭିନ୍ନ ଦିଗରୁ ଅର୍ଥ ଆସିବ । ବ୍ୟବସାୟରୁ ଲାଭ ମିଳିବ ।

🌹ତୁଳା: ପ୍ରତ୍ୟେକ୍ଷ ଆଲୋଚନା ଫଳପ୍ରଦ ହେବ । ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ । ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । ସୁସ୍ଥ ରହିବେ ।କୃଷିକର୍ମକାରୀ ଓ ବୁଦ୍ଧିମାନ୍ ହେବେ।

🌹ବିଛା: ଶ୍ରମ ସାର୍ଥକ ହେବ । ମନ ପ୍ରସନ୍ନ ରହିବ । ଧର୍ମପରାୟଣ ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । କନିଷ୍ଠମାନେ ଅନୁଗତ ହେବେ । ବନ୍ଧୁପ୍ରେମୀ ଓ ବିଦ୍ବାନ୍ ହୋଇପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ ।

🌹ଧନୁ: ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି ।ଆଦର୍ଶବାଦୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି ।ବ୍ୟବସାୟରୁ ଅଧୁକ ଧନଲାଭ ହେବ ।

🌹ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉଣାହେବ ନାହିଁ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ ମାଲିମୋକଦ୍ଦମାରେ ବିଜୟୀ ହେବେ ।

🌹କୁମ୍ଭ: ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି । ମଧୁରଭାଷାରେ ଅଧସ୍ତନ ବ୍ୟକ୍ତିଙ୍କ ଦ୍ଵାରା କାର୍ଯ୍ୟ ହାସଲ କରିବେ । ନୀତିନିଷ୍ଠ ହେବେ ।ପାରିବାରିକ ସ୍ନେହ, ଶାନ୍ତି ଅବ୍ୟାହତ ରହିବ ।

🌹ମୀନ: ଶରୀର ସୁସ୍ଥ ରହିବ । ଯଶସ୍ୱୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିବେ ।ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ । ରାଜଯୋଗରେ ମଣ୍ଡିତ ହେବେ ।

Leave a comment

Your email address will not be published. Required fields are marked *