ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

admin | July 8, 2020 | 247 views |0 | Uncategorized

ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ:(ଉଲାପ୍ର) କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ସହରରେ ରହୁଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।କେନ୍ଦ୍ର ସରକାର ଏଥିପାଇଁ Affordable Rental Housing Complexes- AHRCsକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ ଆଧାରରେ ଗରିବ ଦିନ ମଜୁରିଆଙ୍କ ପାଇଁ ଏହି ଘର ତିଆରି ହେବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରେସ କନଫରେନସ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି ହେବ, ଯେଉଁଥିରେ ଗୋଟିଏ ବେଡ୍ରୁମ ଏବଂ ରୋଷେଇ ଘର ଆଟାଚ୍ ରହିବ।ଏହାଛଡ଼ା ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ମଞ୍ଜୁରୀ ମିଳିଛି। ସେହିପରି ଗରିବ ଉଜ୍ଜଳା ଯୋଜାନା ଅନ୍ତର୍ଗତ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟନ କରାଯିବା ନେଇ ମଞ୍ଜୁରୀ ମିଳିଛି। ଏହାଦ୍ବାରା ଘାଉଟୀ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣା ସିଲିଣ୍ଡର ମିଳିବ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଯୋଜନା ଅନ୍ତର୍ଗତ ଶ୍ରମିକମାନଙ୍କୁ ଘର ଯୋଗାଇ ଦେବେ ସରକାର। ଏହି ଯୋଜନାରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରୀ ପାଣ୍ଠିରୁ ତିଆରି ହେବ ଏହି ସବୁ ଘର। ଏହା ବ୍ୟତୀତ ୫୦ ପ୍ରତିଶତ ଅତିରିକ୍ତ FAR / FSI, ଟିକସ ରିଲିଫ୍ ଭଳି ବିଶେଷ ପ୍ରୋତ୍ସାହନ ପ୍ରଦାନ ଦେବ ସରକାର

Share this
  •  
  •  
  •  
  •  
  •  
  •  
  •  

Related Posts

ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | October 3, 2022 | 14 views |1

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ…

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସାନଉଲମା ଗ୍ରାମରେ…

Udaya_Labanya | September 30, 2022 | 16 views | 0

_ ନବରଙ୍ଗପୁର/ ଡାବୁଗାଁ(ନି.ପ୍ର): ତା. ୨୯/୦୯/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଉଲମା ଗ୍ରାମରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା…

Leave a Reply

Your email address will not be published. Required fields are marked *

Archives

Categories