ବିବାହିତ ଦମ୍ପତି ନିଶ୍ଚୟ ପଢନ୍ତୁ… ଆନନ୍ଦ ଆସିବ।”ଆମ ସହିତ ଯୋଡି ହୁଅନ୍ତୁ ଆମେ ଆପଣଙ୍କ ନିକଟରେ ସୁନ୍ଦର ଗପମାନ ପଠାଇବୁ

admin | July 9, 2020 | 303 views |0 | Uncategorized

କଲେଜରେ “ହାପି ମ୍ୟାରେଡ୍ ଲାଇଫ୍ “ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, ଯେଉଁଥିରେ କେତେ ଜଣ ବିବାହିତ ଦ ମମ୍ପତି ଅଂଶଗ୍ରହଣ କରିଥିଲେ। ଯେଉଁ ସମୟରେ ପ୍ରଫେସର ମଞ୍ଚ ଉପରକୁ ଆସିଲେ, ସେତେବେଳେ ସେ ଦେଖିବାକୁ ପାଇଲେ ସମସ୍ତେ ନିଜ ଭିତରେ ଥଟ୍ଟା ମଜା କରୁଥିଲେ। ଏହା ଦେଖି ପ୍ରଫେସର ଜଣଙ୍କ ସମସ୍ତଙ୍କୁ କହିଲେ ଚାଲ ପ୍ରଥମେ ଗୋଟିଏ ଖେଳ ଖେଳିବା। ତାପରେ ଆଜିର ବିଷୟରେ ଆଲୋଚନା କରିବା।

ସମସ୍ତେ ଖୁସି ହୋଇ ପଚାରିଲେ, କି ପ୍ରକାର ଖେଳ ସାର୍ ?

ପ୍ରଫେସର ଜଣେ ବିବାହିତା ମହିଳାଙ୍କୁ ଛିଡ଼ା ହେବାପାଇଁ କହିଲେ ଏବଂ କଳାପଟାରେ ତୁମକୁ ଅଧିକ ଭଲପାଉଥିବା ୨୫-୩୦ ଜଣଙ୍କ ନାଁ ଲେଖିବାକୁ କହିଲେ । ଝିଅ ଟି ପ୍ରଥମେ ନିଜ ପରିବାର ଲୋକଙ୍କ ନାଁ ଲେଖିଲା । ତାପରେ ନିଜ କୁଟୁମ୍ବ, ସାଙ୍ଗ ସାଥୀ, ତାପରେ ପଡୋଶୀ ତଥା ନିଜ ସହକର୍ମୀମାନଙ୍କ ନାଁ ଲେଖିଦେଲା । ତାପରେ ପ୍ରଫେସର ସେମାନଙ୍କ ମଧ୍ୟରୁ କମ୍ ପସନ୍ଦ କରୁଥିବା ୫ ଜଣଙ୍କ ନାଁ ଲିଭାଇବା ପାଇଁ କହିଲେ । ଝିଅ ଟି ପ୍ରଥମେ ନିଜର ୫ ଜଣ ସହକର୍ମୀଙ୍କ ନାଁ ଲିଭାଇଦେଲା । ପ୍ରଫେସର ଆଉ ୫ ଜଣଙ୍କ ନାଁ ଲିଭାଇବା ପାଇଁ କହିଲେ। ଝିଅ ଟି ଅଳ୍ପ ସମୟ ଭାବି ନିଜ ପଡୋଶୀ ମାନଙ୍କ ନାଁ ଗୁଡ଼ିକ ଲିଭାଇଦେଲା । ଏବେ ପ୍ରଫେସର ଆଉ ୧୦ ଜଣଙ୍କ ନାଁ ଲିଭାଇବା ପାଇଁ କହିଲେ । ଝିଅଟି ନିଜ କୁଟୁମ୍ବୀ ତଥା ସାଙ୍ଗସାଥୀ ମାନଙ୍କ ନାଁ ଗୁଡ଼ିକ ଲିଭାଇଦେଲା । ଶେଷରେ କଳାପଟାରେ ମାତ୍ର ୪ ଜଣଙ୍କ ନାଁ ଥିଲା। ସେମାନଙ୍କ ମଧ୍ୟରେ ମା’, ବାପା, ସ୍ଵାମୀ ଓ ପୁଅ ଙ୍କ ନାଁ । ଏବେ ପ୍ରଫେସର ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ଲିଭାଇବା ପାଇଁ କହିଲେ ।

ଝିଅଟି ଏବେ ଟିକେ ଅଡ଼ୁଆରେ ପଡ଼ିଗଲା । ବହୁତ ଭାବିଚିନ୍ତି ଦୁଃଖ ଭରା ବଦନରେ ନିଜ ବାପା ମା’ଙ୍କ ନାଁ ଦୁଇଟି ଲିଭାଇଦେଲା । ହଲ୍ ରେ ଉପସ୍ଥିତ ଥିବା ସମସ୍ତେ ସ୍ତବ୍ଧ ହେଇଗଲେ, କାରଣ ଏହି ଖେଳଟି କେବଳ ସେ ଝିଅଟି ଏକା ଖେଳୁ ନା ଥିଲା । ସମସ୍ତଙ୍କ ମନରେ ସେଇ ଗୋଟିଏ ଖେଳ ଚାଲୁଥିଲା ।

ଆଉ ମାତ୍ର ୨ ଟି ନାଁ କଳାପଟାରେ ଦେଖାଯାଉଥିଲାସ୍ଵାମୀ ଓ ପୁତ୍ର । ପ୍ରଫେସର ଶେଷଥର ପାଇଁ ଏମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଲିଭାଇ ଦେବା ପାଇଁ ଝିଅଟିକୁ କହିଲେ । ଝିଅଟି ପ୍ରଫେସର ଙ୍କ ଆଦେଶ ଶୁଣି ଅବାକ୍ ହେଇଗଲା ! ସେ ବହୁତ ଭାବିଚିନ୍ତି କାନ୍ଦି କାନ୍ଦି ଶେଷରେ ନିଜ ପୁଅ ର ନାଁ କୁ କଳାପଟାରୁ ଲିଭାଇ ଦେଲା

ଏହା ପରେ ପ୍ରଫେସର ଝିଅଟିକୁ ନିଜ ଜାଗାରେ ବସିବା ପାଇଁ କହିଲେ ଏବଂ ସମସ୍ତଙ୍କ ଆଡ଼କୁ ଚାହିଁ ପଚାରିଲେ । କେହି ଜଣେ ଉତ୍ତର ଦେଇ ପାର କି , ଏମିତି କାହିଁକି ହେଲା ? କେବଳ ସ୍ଵାମୀଙ୍କ ନାଁ କଳାପଟାରେ ରହିଲା ! କେହି ଉତ୍ତର ଦେଇ ପାରିଲେନି । ସମସ୍ତେ ତଳକୁ ମୁଣ୍ଡ ନୁଆଇଁ ବସିଥାନ୍ତି । ପ୍ରଫେସର ଜଣଙ୍କ ପୁଣିଥରେ ସେହି ଝିଅକୁ ଛିଡ଼ା କରାଇ ଏପରି କାହିଁକି କଲ ବୋଲି ପଚାରିଲେ । ଯିଏ ତୁମ କୁ ଜନ୍ମ ଦେଇ ପାଳି ପୋଷି ଏତେ ବଡ଼ କଲେ ତୁମେ ତାଙ୍କ ନାଁ କୁ ଲିଭାଇ ଦେଲ ।ବାପ ମା’ଙ୍କ କଥା ପଛରେ ଥାଉ ନିଜ ଗର୍ଭରୁ ଜନ୍ମ ଦେଇଥିବା ସନ୍ତାନର ନାଁ କୁ ମଧ୍ୟ ତୁମେ ଲିଭାଇ ଦେଲ କାହିଁକି ?

ଝିଅଟି ଉତ୍ତର ଦେଲା…
ବାପା ମା ବୁଢ଼ା ହେଇଗଲେଣି । କିଛି ଦିନ ପରେ ସେମାନେ ମୋତେ ତଥା ଏ ଦୁନିଆ କୁ ଛାଡି ଚାଲିଯିବେ । ଏହାର କୈ।ଣସି ମାନେ ନାହିଁ କି ବିବାହ ପରେ ପୁଅ ମୋ ସହିତ ରହିବ, କିନ୍ତୁ ମୋ ସ୍ଵାମୀ ମୋ ଶରୀରରେ ଜୀବ ଥିବା ପର୍ଯ୍ୟନ୍ତ ମୋ ଜୀବନ ର ଅର୍ଦ୍ଧେକ ହୋଇ ସର୍ବଦା ମୋ ସାଥୀରେ ଥିବେ । ଏଣୁ ମୋ ପାଇଁ ମୋ ପତି ସବୁଠାରୁ ଉର୍ଦ୍ଧ୍ବରେ ଅଟନ୍ତି । ପ୍ରଫେସରଙ୍କ ସହିତ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କ ତାଳି ମାଡ଼ରେ ଝିଅଟି କୁ ସଲାମୀ ଦେଲେ । ପ୍ରଫେସର କହିଲେ ତୁମେ ବିଲକୁଲ ଠିକ୍ ଉତ୍ତର ଦେଇଛ । ତୁମେ ଅନ୍ୟ ସମସ୍ତଙ୍କ ବିନା ରହିପାର କିନ୍ତୁ ନିଜ ସ୍ବାମୀଙ୍କ ବିନା ଅସମ୍ପୂର୍ଣ୍ଣ ଅଟ ।

ମଜା ମଜଲିସ୍ ତ ଠିକ୍ କଥା କିନ୍ତୁ ସମସ୍ତ ମଣିଷର ନିଜ ଜୀବନସାଥୀ ହିଁ ହେଉଛି ଏ ପୃଥିବୀର ସବୁଠାରୁ ତା ପାଇଁ ଇଶ୍ୱର ଦେଇଥିବା ଶ୍ରେଷ୍ଠ ଉପହାର l ଏହା ବାସ୍ତବ ଅଟେ । କେବେ ଭୁଲନ୍ତୁ ନାହିଁ ଜୀବନରେ ।
“ଜୀବନ ସାଥୀରେ ସିଏ, ଜୀବନ ପରେ ସିଏ !”

ବହୁତ ବଢିଆ କାହାଣୀ… ଆପଣଙ୍କ ମନକୁ ଛୁଇଁଲେ ଆଗକୁ ପଠାନ୍ତୁ ।

ଗପଟି ପଢିଥିବାରୁ ଧନ୍ୟବାଦ !! 😀

Share this
  •  
  •  
  •  
  •  
  •  
  •  
  •  

Related Posts

ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | October 3, 2022 | 14 views |1

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ…

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସାନଉଲମା ଗ୍ରାମରେ…

Udaya_Labanya | September 30, 2022 | 16 views | 0

_ ନବରଙ୍ଗପୁର/ ଡାବୁଗାଁ(ନି.ପ୍ର): ତା. ୨୯/୦୯/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଉଲମା ଗ୍ରାମରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା…

Leave a Reply

Your email address will not be published. Required fields are marked *

Archives

Categories