ରାଶି ଫଳ

Udaya_Labanya | July 12, 2020 | 122 views |0 | Vastu & Astrology

*🌷💐🌹🌹💐🌷

ଅଦ୍ୟ ଜୁଲାଇ ୧୨ ତାରିଖ ୨୦୨୦ମସିହା(ରବିବାର)
ଶକାବ୍ଦ -୧୯୪୨
ସମ୍ବତ -୨୦୭୭
ସାଲ-୧୪୨୭
ସମ୍ବତ୍ସର -ଆନନ୍ଦୋ
ଶ୍ରାବଣ-କୃଷ୍ଣପକ୍ଷ
ତିଥି -ସପ୍ତମୀ ଦିବା ଘ୦୩/୪୮ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୮/୫୭ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର- ମୀନ
ଯୋଗ-ଅତିଗଣ୍ଡ
କରଣ-ବବ
ସୂର୍ଯ୍ୟ -ମିଥୁନ ୨୮ ଦିନ


ସୁର୍ୟୋଦୟ -ପ୍ରାତଃ ଘ୦୫/୧୯/୨୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୭/୪୯

ଯୋଗିନି ବାୟବ୍ୟେ ଦିବା ଘ୦୩/୪୯ ଗତେ ଐଶାନ୍ୟେ ଧନୁ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ସପ୍ତମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା ଓ ବାରବେଳା – ଦିବା ଘ୧୦/୧୨ ଗତେ ଘ୦୧/୩୬ମଧ୍ୟେ


ଅମୃତବେଳା-ଦିବା ଘ୦୬/୫୫ ଗତେ ଘ୦୮/୩୦ମଧ୍ୟେ ଓ ରାତ୍ରି ଘ୦୯/୧୫ଗତେ ଘ୧୦/୫୮ମଧ୍ୟେ
ମାହେନ୍ଦ୍ରବେଳା- ଦିବା ଘ୦୮/୩୭ ଗତେ ଘ୧୦/୦୫ମଧ୍ୟେ ଓ ଘ୦୧/୪୫ଗତେ ଘ୦୩/୦୭ମଧ୍ୟେ


ଅଦ୍ୟ ତାଳ ଦିବା ଘ୦୩/୪୯ ଗତେ ନଡିଆ ଭକ୍ଷଣ ନିଷେଧ
🌹🌷💐ଆଜିର ରାଶିଫଳ🌹🌷💐
———————-
🌹ମେଷ🌹👉 : ଆଜି ଆପଣ ଜାଣିପାରିବେ ଆପଣଙ୍କ ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ବନ୍ଧୁମାନେ ସବୁବେଳେ ଆଗଭର ଅଟନ୍ତି । ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।

🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।

🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।

🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।

🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।

🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।

🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।

🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।

🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।

🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।

🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।

🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜିର ରାଶିଫଳ

Udaya_Labanya | January 29, 2022 | 53 views |0

ଅଦ୍ୟ ଜାନୁଆରୀ ମାସ ୨୯ ତାରିଖ ୨୦୨୨ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାଘ- କୃଷ୍ଣପକ୍ଷତିଥି- ଦ୍ୱାଦଶି ରାତ୍ରି ଘ ୦୮/୨୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ମୂଳା ରାତ୍ରି ଘ ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼।ଚନ୍ଦ୍ର- ଧନୁଯୋଗ-ବ୍ୟାଘାତକରଣ - କୌଳବସୌରମାସ- ମକର ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ…

ଆଜିର ରାଶିଫଳ

Udaya_Labanya | January 17, 2022 | 62 views | 0

ଅଦ୍ୟ ଜାନୁଆରୀ ମାସ ୧୭ ତାରିଖ ୨୦୨୨ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସପୌଷ- ଶୁକ୍ଳପକ୍ଷତିଥି- ପୂର୍ଣ୍ଣିମା ରାତ୍ରି ଘ ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୫/୧୪ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାଚନ୍ଦ୍ର- ମିଥୁନ ରାତ୍ରି ଘ ୧୦/୩୭ ପର୍ଯ୍ୟନ୍ତ ତଦନ୍ତେ…

Leave a Reply

Your email address will not be published. Required fields are marked *

Archives

Categories