ଭାରତୀୟ ରେଲୱେର ଆଉଏକ ଉପଲବ୍ଧି, ନିର୍ମାଣ ହେଉଛି ଦେଶର ପ୍ରଥମ କେବୁଲ୍ ବ୍ରିଜ୍

Udaya_Labanya | July 16, 2020 | 197 views |0 | Headlines , National , Science & Techologies , Travel

ନୂଆଦିଲ୍ଲୀ: ( ଉ ଲା ପ୍ର ) ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି।

ରେଳ ମନ୍ତ୍ରୀ ପିୟୂଷ ଗୋୟଲ୍ ଟ୍ୱିଟ୍ କରି ଏହି ରେଳ ନିର୍ମାଣଧୀନ ବ୍ରିଜର ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ କଠିନ ଭୌଗୋଳିକ ପରିସ୍ଥିତିରେ ନିର୍ମାଣାଧୀନ ଏହି ରେଳ ବ୍ରିଜ୍ ଇଞ୍ଜିନିୟରଙ୍କ ପାଇଁ କେତେ ବଡ଼ ଚ୍ୟାଲେଞ୍ଜିଂ। ଅଞ୍ଜି ବ୍ରିଜ୍ ଚେନାବ ନଦୀ ଉପରେ ନିର୍ମାଣ କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିବା କର୍ମଚାରୀ ଓ ଇଞ୍ଜିନିୟରଙ୍କ ସୁରକ୍ଷାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି। ରେଲୱେର କହିବା ଅନୁଯାୟୀ, ଦେଶର ପ୍ରଥମ ରେଳ ବ୍ରିଜ୍ ୪୭୩.୨୫ ମିଟର୍ ଲମ୍ବା ବିଶିଷ୍ଟ ହେବ, ଯାହା କଟରାରୁ ରିୟାସି ପର୍ଯ୍ୟନ୍ତ ଯୋଗାଯୋଗ କରିବ। ଏହି ବ୍ରିଜକୁ ୯୬ କେବୁଲର ସପୋର୍ଟରେ ନିର୍ମାଣ କରାଯାଉଛି।

ଯେଉଁ ସ୍ଥାନରେ ଅଞ୍ଜି ବ୍ରିଜ୍ ନିର୍ମାଣ ହେଉଛି, ସେହି ସ୍ଥାନର ଭୂତତ୍ତ୍ୱ ବହୁତ ଜଟିଳ। ଅତ୍ୟଧିକ ଭଙ୍ଗା ଥିବା ଓ ବଡ଼ ବଡ଼ ପଥରର ମିଶ୍ରଣ ମଧ୍ୟରେ ଏହି ବ୍ରିଜର ନିର୍ମାଣକର୍ଯ୍ୟ ଜାରି ରହିଛି। କେବୁଲରେ ନିର୍ମିତ ଏହି ବ୍ରିଜ୍ ପାଇଁ ଏକ ଉଚ୍ଚ ଖମ୍ବ ତିଆରି କରାଯାଉଛି, ଯାହାର ଉଭୟ ପାଶ୍ୱର୍ରେ କେବୁଲ୍ ବନ୍ଧାଯିବ। ବ୍ରିଜର ନିର୍ମାଣ କାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ଉପକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଜମ୍ପ ଶଟ୍ଟରିଙ୍ଗର ବ୍ୟବହାର ମଧ୍ୟ ସାମିଲ୍‌ ଅଛି।

ଏହି ବ୍ରିଜର ନିର୍ମାଣ ଦାୟିତ୍ୱ କୋଙ୍କଣ ରେଲୱେ କର୍ପୋରେସନକୁ ଦିଆଯାଇଛି। ବ୍ରିଜର ନିର୍ମାଣ ପାଇ ଯେଉଁ କ୍ରେନ୍ ବ୍ୟବହାର କରାଯାଉଛି, ତାହା ୨୫ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଭାର ଉଠାଇବାକୁ ସକ୍ଷମ। ତେଣୁ ଏହି ବ୍ରିଜର ନିର୍ମାଣ ଖୁବ୍ ଶୀଘ୍ର ଶେଷ ହେବା ନେଇ ରେଲୱେ ଆଶାବାଦୀ ଅଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ…

Udaya_Labanya | August 23, 2021 | 152 views |0

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ ବାନ୍ଧିଲା ୬ ଜଣ କର୍ମଚାରୀ ଙ୍କୁ,ଗୁରୁଡ଼ିଝାଟିଆ ସୋସାଇଟି ର ସମ୍ପାଦକ,ସହ ସମ୍ପାଦକ,ପିଅନ ସହିତ ଆଠଗଡ ସିସିବି ବ୍ୟାଙ୍କର ୩ ଜଣ କର୍ମଚାରୀ ବନ୍ଧା ହୋଇଛନ୍ତି,ଅପରାହ୍ନରେ କୋର୍ଟ ଚାଲାଣ ହେବେ।

ଆଠଗଡ ଜିମସାର ରେ ଏମ ଆର ଆଇ…

Udaya_Labanya | August 20, 2021 | 367 views | 0

ଆଠଗଡ( ଉଲାପ୍ର) ସମାଜ ଅନୁଷ୍ଠାନ ଦ୍ୱାରା ଆଠଗଡ ର ମାଧବପୁର ଠାରେ ପ୍ରତିଷ୍ଠା କରାଯାଇଥିବା ଜିମସାର ମେଡିକାଲ ରେ ଆଜି ସାଧାରଣ ଜନନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏମ ଆର ଆଇ ଓ ସିଟି ସ୍କାନ ମେସିନ କୁ କେନ୍ଦ୍ର…

Leave a Reply

Your email address will not be published. Required fields are marked *

Archives

Categories