#Headlines #State #ରାଜ୍ୟ ଖବର

ହଠାତ୍‌ ରେଳ ଲାଇନ୍‌ ପାର୍‌ ହେଉଥିଲା ଟ୍ରକ୍‌, ମାଡ଼ି ଆସିଲା ଟ୍ରେନ୍‌

ପାରାଦୀପ: (ଉ ଲା ପ୍ର) ହଠାତ୍‌ ରେଳ ଲାଇନ୍‌ ପାର୍‌ ହେଉଥିଲା ଟ୍ରକ୍‌, ଏହି ସମୟରେ ମାଡ଼ି ଆସିଲା ଟ୍ରେନ୍।‌ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ JSW ସାଇଟ୍‌ରେ କୋଇଲା ଟ୍ରକ୍ ଉପରେ ଏକ ଟ୍ରେନ୍ ମାଡ଼ି ଯାଇଛି। ଏଥିରେ ଟ୍ରକ୍‌ଟି ପୂରା ଚାପି ହୋଇ ଯାଇଥିବା ଦେଖିବାକୁ ମିଳିଛି।ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରୁ ଟ୍ରକ୍‌ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଗନାଲ୍‌ ମ୍ୟାନ୍ ନ ଥାଇ ଟ୍ରେନ୍ ଟି ପଛକୁ ଫେରୁଥିଲା। ଏହି ସମୟରେ ରାସ୍ତା ଜାମ୍ ଥିବାରୁ ଟ୍ରକ୍‌ଟି ଅବାଟରେ ରେଳ ଲାଇନ ପାର୍ ହେଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ବନ୍ଦର ଟ୍ରାଫିକ୍ ବିଭାଗ ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳି ପାରିନାହିଁ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *