ଆଜିର ରାଶିଫଳ

Udaya_Labanya | July 17, 2020 | 56 views |0 | Uncategorized

🌷💐🌹🌹
ଅଦ୍ୟ ଜୁଲାଇ ୧୭ ତାରିଖ ୨୦୨୦ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୨
ସମ୍ବତ -୨୦୭୭
ସାଲ-୧୪୨୭
ସମ୍ବତ୍ସର -ଆନନ୍ଦୋ
ଶ୍ରାବଣ-କୃଷ୍ଣପକ୍ଷ
ତିଥି -ଦ୍ବାଦଶୀ ରାତ୍ରି ଘ୧୨/୪୯ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର- ରୋହିଣୀ ରାତ୍ର ଘ୦୯/୨୨ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର- ବୃଷ
ଯୋଗ-ବୃଦ୍ଧି
କରଣ-କୌଳବ
ସୂର୍ଯ୍ୟ -କର୍କଟ ୦୨ ଦିନ


ସୁର୍ୟୋଦୟ -ପ୍ରାତଃ ଘ୦୫/୨୧/୧୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୬

ଯୋଗିନି ନୈଋତକୋଣେ ରାତ୍ରି ଘ୧୨/୪୯ ଗତେ ଦକ୍ଷିଣେ ବିଛା ରାଶିର ଘାତଚନ୍ଦ୍ର

ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ଦ୍ବାଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା ଓ ବାରବେଳା – ଦିବା ଘ୦୮/୩୫ ଗତେ ଘ୧୧/୩୨ମଧ୍ୟେ


ଅମୃତବେଳା-ଦିବା ଘ୦୬/୫୩ମଧ୍ୟେ ଓ ଘ୦୪/୫୫ଗତେ ଘ୦୬/୩୨ମଧ୍ୟେ
ମାହେନ୍ଦ୍ରବେଳା- ଦିବା ଘ୦୬/୫୯ ଗତେ ଘ୦୮/୩୨ମଧ୍ୟେ ଓ ଘ୧୧/୫୫ଗତେ ଘ୦୧/୩୮ମଧ୍ୟେ


ଅଦ୍ୟ ପୋଇ ଭକ୍ଷଣ ନିଷେଧ
🌹🌷💐ଆଜିର ରାଶିଫଳ🌹🌷💐
———————-
🌹ମେଷ🌹👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।

🌹ବୃଷ🌹👉ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |

🌹ମିଥୁନ🌹👉ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |

🌹କର୍କଟ🌹👉ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।

🌹ସିଂହ🌹👉ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |

🌹କନ୍ୟା🌹👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |

🌹ତୁଳା🌹👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |

🌹ବିଛା🌹👉ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |

🌹ଧନୁ🌹👉ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |

🌹ମକର 🌹👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।

🌹କୁମ୍ଭ🌹👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |

🌹ମୀନ🌹👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଟଙ୍କା ଆଦାୟ କରିବାକୁ ଯାଇ ହତ୍ୟା ଦୁଇ…

Udaya_Labanya | December 1, 2022 | 5 views |0

ଫୁଲବାଣୀ,(ସୁନୀଲ ପଟନାୟକ) ବକେୟା ଟଙ୍କା ଆଦାୟ କରିବାକୁ ଯାଇ ଚାପୁଡା ମାଡରେ ହତ୍ୟା ମାମଲାର ବିଚାରଣ କରି,ମାମଲାର ସାଖ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ଜ ସୁଶ୍ରୀ ସ୍ମୃତିରେଖା ବାରିକ ମାମଲାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ…

ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | October 3, 2022 | 15 views | 1

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ…

Leave a Reply

Your email address will not be published. Required fields are marked *

Archives

Categories