#National #Politics

ରାଜସ୍ଥାନ ରାଜନୀତି; ଦୁଇ କଂଗ୍ରେସ ବିଧାୟକ ପ୍ରାଥମିକ ସଦସ୍ୟରୁ ନିଲମ୍ବିତ

ଜୟପୁର: ( ଉ ଲା ପ୍ର ) ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ଛକାପଞ୍ଛା ଲାଗି ରହିଛି। ଏପରି ପରିସ୍ଥିତିରେ ଏଆଇସିସି ପକ୍ଷରୁ ଦୁଇ କଂଗ୍ରେସ ବିଧାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଏହି ବିଧାୟକ ହେଲେ ଭଁଅର ଲାଲ ଶର୍ମା ଓ ବିଶବେନ୍ଦ୍ର ସିଂ।ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ସହ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ବିଧାୟକଙ୍କୁ ଏଆଇସିସି ପକ୍ଷରୁ ନୋଟିସ ଜାରି କରାଯାଇଛି । ସେପଟେ ସଚିନ୍ ପାଇଲଟ୍ ଏବଂ ତାଙ୍କର ୧୮ ସମର୍ଥକ ବିଧାୟକଙ୍କ ସଦସ୍ୟତା ରଦ୍ଦ ନେଇ ବାଚସ୍ପତି ପଠାଇଥିବା ନୋଟିସ ଉପରେ ଆଜି ଶୁଣାଣି କରିବେ ରାଜସ୍ଥାନ ହାଇକୋର୍ଟ।

ତେବେ ଏହି ଘଟଣା ପରେ କଣ ହେବ ପାଇଲଟ୍‌ଙ୍କ ଭାଗ୍ୟ ?

Leave a comment

Your email address will not be published. Required fields are marked *