#Health

କରୋନାରୁ ସୁସ୍ଥ ହୋଇ ଫେରିଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ( ଉ ଲା ପ୍ର ) ମହାମାରୀ କରୋନାକୁ ହରାଇ ସୁସ୍ଥ ହୋଇଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏଭଳି ସଙ୍କଟ ସମୟରେ ବୃଦ୍ଧ ଦମ୍ପତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସିଏମ୍ଓ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୮୫ ବର୍ଷିୟ ସୁରେନ୍ଦ୍ର ପତି ଓ ତାଙ୍କ ପତ୍ନୀ ୭୮ ବର୍ଷିୟା ସାବିତ୍ରୀ ପତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।୮୫ ବର୍ଷିୟ ସୁରେନ୍ଦ୍ର ପତି ଏବେ କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର ଚିକିତ୍ସା ବି ଜାରି ରହିଛି। ଏଭଳି ସ୍ଥିତିରେ ବି ସେ କରୋନାରେ ପୀଡ଼ିତ ହୋଇଥିଲେ। କିନ୍ତୁ ଉଚିତ୍‌ ସମୟରେ ଚିକିତ୍ସା ଯୋଗୁ ମହାମାରୀ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦମ୍ପତି। ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଥିଲେ। ଜିଲ୍ଲାପାଳଙ୍କ ତରଫରୁ ବୃଦ୍ଧ ଦମ୍ପତିଙ୍କୁ ଶୁଭକାମନା ଜଣାଇବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କଲେକ୍ଟର କେନ୍ଦ୍ରାପଡ଼ା ଟ୍ୱିଟର ହ୍ୟାଣ୍ଡଲରୁ ଟ୍ୱିଟ୍ କରାଯାଇଥିଲା।

Leave a comment

Your email address will not be published. Required fields are marked *