ଚର୍ଚ୍ଚାରେ କଟକର ଗୋଲ୍ଡେନ୍ ମ୍ୟାନ୍ଙ୍କ ଗୋଲ୍ଡ ମାସ୍କ
Udaya_Labanya | July 18, 2020 | 284 views |0 | Lifestyle
କଟକ: ( ଉ ଲା ପ୍ର ) କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ(Golden Man) ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ।
ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି ତାଙ୍କୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। କେବଳ ମାସ୍କ ନୁହେଁ, ତାଙ୍କ ଶରୀରର ଅଧିକାଂଶ ଭାଗ ସୁନାରେ ଛାଉଣୀ ହୋଇଛି। ଗଣମାଧ୍ୟମରେ ସୁନା ମାସ୍କ ଖବର ଦେଖିବା ପରେ ସେ ନିଜ ପାଇଁ ଏକ ଗୋଲ୍ଡେନ ମାସ୍କ ତିଆରି କରିବାକୁ ସ୍ଥିର କରିଥିଲେ ବୋଲି କହିଛନ୍ତି ଆଲୋକ।କଟକର ଜଣେ କାରିଗରଙ୍କୁ ଡାକି ସୁନା ମାସ୍କର ଡିଜାଇନକୁ ଚୟନ କରିଥିଲେ। ଏହାପରେ ଡିଜାଇନକୁ ମୁମ୍ବାଇ ପଠାଇ ଏନ-୯୫ ମାସ୍କରେ ପ୍ରସ୍ତୁତ କରିଥିବା ସେ କହିଛନ୍ତି।