ଦିନକରେ ୫ ଶହ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

Udaya_Labanya | July 19, 2020 | 148 views |0 | Health

ଭୁବନେଶ୍ୱର: ( ଉ ଲା ପ୍ର) ରାଜ୍ୟରେ ଆଜି ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୨ ହଜାର ୪୫୨ ପହଞ୍ଚିଲାଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଗଞ୍ଜାମରୁ ସର୍ବାଧିକ ୧୯୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ୱରରୁ ୧୫, ଝାରସୁଗୁଡ଼ା ଓ ବରଗଡ଼ରୁ ୧୩ ଲେଖାଏଁ ସୁସ୍ଥ ହୋଇଛନ୍ତି।ସେହିପରି ମୟୂରଭଞ୍ଜ ଓ ରାୟଗଡ଼ାରୁ ୯ ଲେଖାଏଁ, ବଲାଙ୍ଗିରରୁ ୮, ଭଦ୍ରକରୁ ୭, ଗଜପତି ଓ ପୁରୀରୁ ୬ ଲେଖାଏଁ, କୋରାପୁଟରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୫୫ ରହିଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ସରକାର ଅସମ୍ବାଧାନିକ ଭାବେ ସରପଞ୍ଚ ଙ୍କୁ ବହିସ୍କାର…

Udaya_Labanya | September 7, 2020 | 81 views |0

ପଦ୍ମପୁର,(ଉଲାପ୍ର)ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ନିରୂପା ସିଂ ଙ୍କୁ ବହିସ୍କାର କରିଛନ୍ତି , ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବେ ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପାସିଂ…

ବଡମ୍ବା ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

Udaya_Labanya | July 19, 2020 | 292 views | 0

ବଡମ୍ବା,(ଉଲାପ୍ର)ବଡମ୍ବା ବ୍ଲକ ଗୋପୀନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କ ରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି,ରମେଶ ଚନ୍ଦ୍ର ବେହେରା ଙ୍କ ସଂଯୋଜନା ରେ ତୁଣପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରହରାଜ,ସରପଞ୍ଚ ମିନତି ସାହୁ,ପ୍ରମୁଖ ଯୋଗଦେଇ କରୋନା ଯୋଦ୍ଧା…

Leave a Reply

Your email address will not be published. Required fields are marked *

Archives

Categories